ଓଡିଶା

odisha

ETV Bharat / entertainment

କିଙ୍ଗ ଖାନଙ୍କ ଫ୍ୟାନ ହେଲେ ଗମ୍ଭୀର

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଫିଲ୍ମ ଇଣ୍ଡଷ୍ଟ୍ରିର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଗମ୍ଭୀର ଶାହାରୁଖଙ୍କୁ 'ସମସ୍ତଙ୍କ ହୃଦୟର ରାଜା' ବୋଲି କହିଛନ୍ତି। ଅଧିକ ପଢନ୍ତୁ,

ଶାହାରୁଖ ଖାନଙ୍କ ଫ୍ୟାନ ହେଲେ ଗୌତମ ଗମ୍ଭୀର, କହିଲେ-ଆପଣଙ୍କ ଠାରୁ ବହୁତ ଶିଖିବାର ଅଛି
ଶାହାରୁଖ ଖାନଙ୍କ ଫ୍ୟାନ ହେଲେ ଗୌତମ ଗମ୍ଭୀର, କହିଲେ-ଆପଣଙ୍କ ଠାରୁ ବହୁତ ଶିଖିବାର ଅଛି

By ETV Bharat Odisha Team

Published : Sep 21, 2023, 7:53 PM IST

ମୁମ୍ବାଇ:ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବାଦଶାହ ଶାହାରୁଖ ଖାନଙ୍କ ଫିଲ୍ମ ପ୍ରଶଂସକ ତାଲିକା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ଜବାନ ପରେ ସମସ୍ତେ କିଙ୍ଗଖାନ ପ୍ରଶଂସା କରିବାରେ ଲାଗିଛନ୍ତି। ପୂର୍ବରୁ ଅନେକ ସେଲିବ୍ରିଟି ଶାହାରୁଖଙ୍କ ପ୍ରଶଂସା କରି ପ୍ରତିକ୍ରିୟା ଦେଇଥିବା ବେଳେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ଶାହାରୁଖଙ୍କ ଫ୍ୟାନ୍ ହୋଇଛନ୍ତି।

ନିକଟରେ ଶାହାରୁଖ ଖାନଙ୍କୁ ଭେଟିଛନ୍ତି ଗୌତମ। ସୋସିଆଲ ମିଡିଆରେ ଏହି ମିଟିଂର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଶାହାରୁକଙ୍କ ପ୍ରଶଂସା କରିଛନ୍ତି। ଗୌତମ ଗମ୍ଭୀର ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଗୌତମ ଏବଂ ଶାହାରୁଖଙ୍କୁ ବ୍ଲାକ ଟି-ସାର୍ଟରେ ଦେଖିବାକୁ ମିଳିଛି। ଏବଂ ସେ ଏହି ପଟୋ ସେୟାର କରି ଗମ୍ଭୀର ଲେଖିଛନ୍ତି, 'ଶାହାରୁଖ ଖାନ କେବଳ ବଲିଉଡର ନୁହେଁ, ସମସ୍ତଙ୍କ ହୃଦୟର ମଧ୍ୟ ରାଜା।' 'ପ୍ରତ୍ୟେକ ଥର ଯେତେବେଳେ ବି ଆମେ ସାକ୍ଷାତ କରିଥାଉ ମୁଁ ବହୁତ ଭଲପାଇବା ଏବଂ ସମ୍ମାନ ସହ ଫେରିଥାଏ। ତୁମଠାରୁ ବହୁତ ଭଲ ଶିଖିବାକୁ ବହୁତ କିଛି ଅଛି।' ଶାହାରୁଖ ସର୍ବଶ୍ରେଷ୍ଠ।

ଗୌତମ ଗମ୍ଭୀର ସୋସିଆଲ ମିଡିଆରେ ଫଟୋ ସେୟାର କରିବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, 'ଶାହାରୁଖ ଖାନଙ୍କ ସହ କିଙ୍ଗ'। ଆଉ ଜଣେ ଲେଖିଛନ୍ତି, 'ଗୋଟିଏ ଫଟୋରେ ଦୁଇଜଣ ମହାନ ବ୍ୟକ୍ତି'। ଅନ୍ୟ ଜଣେ ଲେଖିଛନ୍ତି, ଦୟାକରି କୋଲକାତା ନାଇଟ୍ ରାଇଡର୍ସକୁ ଫେରି ଆସନ୍ତୁ। ଏହା ସହିତ ଅନେକ ପ୍ରଶଂସକ ଲେଖିଛନ୍ତି ଯେ 'ଆମେ ଆପଣଙ୍କୁ KKR ରେ ଦେଖିବାକୁ ଚାହୁଁଛୁ।'

ସୂଚନା ଥାଉ କି, ଶାହାରୁଖ ଖାନ ଏବଂ ଗୌତମ ଗମ୍ଭୀର ବହୁତ ପୁରୁଣା ଏବଂ ଭଲ ବନ୍ଧୁ। ଗୌତମ ଗମ୍ଭୀର ମଧ୍ୟ ଆଇପିଏଲରେ ଶାହାରୁଖଙ୍କ ଦଳ କେକେଆରର ଏକ ଅଂଶ ରହିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ଦୁଇଥର ଆଇପିଏଲ୍ ଟାଇଟଲ୍ ଜିତିଥିଲା। ତେବେ ବର୍ତ୍ତମାନ ସେ ଏହି ଦଳର ଅଂଶ ନୁହଁନ୍ତି। ବର୍ତ୍ତମାନ ସେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ ପାଇଁ ଜଣେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ:ଆଉ ବଲିଉଡ ଫିଲ୍ମ କରିବେନି ନୟନତାରା ! କଣ୍ଟା ସାଜିଲେ ଦୀପିକା ପାଦୁକୋନ୍‌

ସେପଟେ ଜବାନର ଆୟ ବିଷୟରେ କହିବାକୁ ଗଲେ, ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, 14 ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ପ୍ରାୟ 518.38 କୋଟି ଟଙ୍କା ଆୟ କରିଥିଲା । ତେବେ ବର୍ତ୍ତମାନ ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଫିଲ୍ମ ଏହାର 15 ତମ ଦିନରେ, ଭାରତର ବକ୍ସ ଅଫିସରେ 9 କୋଟି ଟଙ୍କା ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ ଆୟ 527.38 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ଜବାନ ବିଶ୍ୱ ବକ୍ସ ଅଫିସରେ 14 ଦିନ ମଧ୍ୟରେ 907.54 କୋଟି ଟଙ୍କା କଲେକ୍ସନ କରି ସଫଳତା ହାସଲ କରିଛି ।

ABOUT THE AUTHOR

...view details