ମୁମ୍ବାଇ:ପୁଣି ପରଦାରେ ଧମାକା କରିବାକୁ ଆସୁଛନ୍ତି ବିଦ୍ୟୁତ ଜାମୱାଲ । ଆଗାମୀ ଫିଲ୍ମ 'କ୍ରାକ'ରେ ଆକ୍ସନ ସହ ପୁଣି ଫେରୁଛନ୍ତି ଅଭିନେତା । ଏହି ଫିଲ୍ମରେ ବିଦ୍ୟୁତଙ୍କ ଶତ୍ରୁ ଭୂମିକାରେ ଅଭିନେତା ଅର୍ଜୁନ ରାମପାଲ ନଜର ଆସିବେ । ଫିଲ୍ମର ଟିଜର ଆଉ ପୋଷ୍ଟର ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଏବେ ଫିଲ୍ମ 'କ୍ରାକ୍... ଜିତେଗା ତୋ ଜିଏଗା'ର ପ୍ରଥମ ଟ୍ରାକ 'ଦିଲ୍ ଝୁମ' ରିଲିଜ ହୋଇଛି । ଯେଉଁଥିରେ ବିଦ୍ୟୁତ ଜାମୱାଲ ଏବଂ ନୋରା ଫତେହିଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ବିଶାଲ ମିଶ୍ର ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି ।
କ୍ରାକ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏଥିରେ ବିଦ୍ୟୁତ ଜାମୱାଲ, ନୋରା ଫତେହି ଏବଂ ଅର୍ଜୁନ ରାମପାଲ ଭଳି ତାରକା ମୁଖ୍ୟ ଭୂମିକାରେ ଅଛନ୍ତି । କ୍ରାକର ସାନଦାର୍ ଟିଜର ପରେ ନିର୍ମାତାମାନେ ରୋମାଣ୍ଟିକ୍ ଟ୍ରାକ୍ ଦିଲ୍ ଝୁମର ମୁକ୍ତିଲାଭ କରିଛନ୍ତି । ଯେଉଁଥିରେ ନୋରା ଏବଂ ବିଦ୍ୟୁତଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଛି । ଏହି ଗୀତକୁ ଅଲି ଜଫର ଲେଖିଛନ୍ତି । ସେହିପରି ବିଶାଲ ମିଶ୍ର ଓ ଶ୍ରେୟା ଘୋଶାଲ ନିଜର ସ୍ବର ଦେଇଛନ୍ତି । ଗୀତ ରିଲିଜ ହେବା ମାତ୍ରେ ଫ୍ୟାନ୍ସ କମେଣ୍ଟ ଦେବା ଆରମ୍ଭ କରିଥିଲେ ।
କମେଣ୍ଟରେ ଜଣେ ଫ୍ୟାନ ଲେଖିଛନ୍ତି, 'ଶ୍ରେୟା ଏବଂ ବିଶାଲଙ୍କ ସ୍ୱର ଏହି ଗୀତରେ ଚାର ଚାନ୍ଦ ଲଗାଇଛି।' ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ଏହି ଗୀତରେ ନୋରା ଏବଂ ବିଦ୍ୟୁତଙ୍କ କେମେଷ୍ଟ୍ରି ଜବରଦସ୍ତ ହୋଇଛି ।' ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ବିଦ୍ୟୁତ୍ ଏବଂ ନୋରାଙ୍କ କେମେଷ୍ଟ୍ରି ବହୁତ ଭଲ ଲାଗୁଛି, ସେମାନେ ପରଦାରେ ଅଧିକ ଟ୍ରାକ୍ ଗୀତ କରିବା ଉଚିତ ।'