ଓଡିଶା

odisha

ETV Bharat / entertainment

Oppenheimer: ଇଣ୍ଟିମେଟ୍‌ ସିନ ବେଳେ ଭଗବଦ୍ ଗୀତା ପଢିବାକୁ ବିରୋଧ, ଉଠିଲା ବୟକଟ ଦାବି - ଓପେନହାଇମର

ପଠାନ ପରେ ଭାରତୀୟ ବକ୍ସ ଅଫିସରେ ଓପେନହାଇମର ଭଲ ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ବିବାଦରେ ଛନ୍ଦି ହୋଇଛି । ଓପେନହାଇମର ଦେଖିବା ପରେ ଅନେକ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଇଣ୍ଟିମେଟ ସିନ ସମୟରେ ଭଗବଦ୍ ଗୀତା ପଢିବା ଦେଖି ରାଗିଲେ ଲୋକେ, ବୟକଟ ପାଇଁ କଲେ ଦାବି
ଇଣ୍ଟିମେଟ ସିନ ସମୟରେ ଭଗବଦ୍ ଗୀତା ପଢିବା ଦେଖି ରାଗିଲେ ଲୋକେ, ବୟକଟ ପାଇଁ କଲେ ଦାବି

By

Published : Jul 23, 2023, 7:07 PM IST

ହାଇଦ୍ରାବାଦ: ବ୍ରିଟିଶ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଖ୍ରୀଷ୍ଟୋଫର ନୋଲନଙ୍କ ଫିଲ୍ମ 'ଓପେନହାଇମର' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଭାରତରେ ଏହି ଫିଲ୍ମ ମାତ୍ର ଦୁଇ ଦିନ ମଧ୍ୟରେ ପ୍ରାୟ 35 କୋଟି ରୋଜଗାର କରିଛି । ତେବେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବାବେଳେ ଫିଲ୍ମ ମଧ୍ୟ ବିବାଦରେ ଛନ୍ଦି ହୋଇଛି । ଓପେନହାଇମର ଦେଖିବା ପରେ ଅନେକ ଲୋକଙ୍କ ଧାର୍ମିକ ଭାବନା ଆଘାତ ପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଚଳଚ୍ଚିତ୍ରଟି ପ୍ରଥମ ପରମାଣୁ ବୋମା ତିଆରି କରିଥିବା ବୈଜ୍ଞାନିକ ଜେ ରୋବର୍ଟ ଓପେନହାଇମରଙ୍କ ଜୀବନୀ ଉପରେ ଆଧାରିତ । ଜେ ରୋବର୍ଟ ଓପେନହାଇମର ଭଗ୍‌ବତ୍‌ ଗୀତା ପଢୁଥିଲେ, କିନ୍ତୁ ଫିଲ୍ମରେ ଓପେନହାଇମର ଇଣ୍ଟିମେଟ ସିନ ସମୟରେ ଭଗବତ୍‌ ଗୀତା ପଢୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ଏହା ଦର୍ଶାଯାଇଛି ଯେ ଓପେନହାଇମର ଭୂମିକାରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ସିଲିୟାନ୍ ମର୍ଫି ତାଙ୍କ ପ୍ରେମିକାଙ୍କ ସହ ଇଣ୍ଟିମେଟ ସିନ ସମୟରେ ଭଗବତ୍‌ ଗୀତା ପଢୁଛନ୍ତି । ଚଳଚ୍ଚିତ୍ରରେ ହିନ୍ଦୁ ଶାସ୍ତ୍ର ଭଗବତ୍‌ ଗୀତା ପାଠ କରୁଥିବାବେଳେ ଇଣ୍ଟିମେଟ୍‌ ସିନ୍‌ ପାଇଁ ଲୋକମାନେ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ନୋଲାନଙ୍କୁ ଟ୍ରୋଲ୍‌ କରୁଛନ୍ତି । ଅନେକ ଲୋକ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ଏହି ସିନ୍‌କୁ ନହଟାଇ ଭାରତରେ ରିଲିଜ କରିଥିବାରୁ ସମାଲୋଚନା କରୁଛନ୍ତି ।

ଫିଲ୍ମରେ ଏହି ଦୃଶ୍ୟ ଦେଖିବା ପରେ ଲୋକେ ବିରୋଧ କରିଛନ୍ତି । ଏହି ଫିଲ୍ମକୁ ସମାଲୋଚନା କରି ମନ୍ତବ୍ୟ ଦେଇଛନ୍ତି । ଏହି ଦୃଶ୍ୟକୁ ଅନେକ ଲୋକ ଅପମାନଜନକ ବୋଲି କହିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି - 'ଫିଲ୍ମରେ ଏପରି ଏକ ସିନ ଅଛି, ଯେଉଁଠାରେ ଜଣେ ନ୍ୟୁଡ୍‌ ଝିଅ ଓପେନହାଇମରଙ୍କଠାରୁ ଭଗବତ୍‌ ଗୀତାଙ୍କୁ ଆଣିଥାଏ ଏବଂ ସେ ଇଣ୍ଟିମେଟ ସିନ୍‌ ସମୟରେ ଏହାକୁ ପଢିଥାଏ । ମୋ ମତରେ ଏହା ଅତ୍ୟନ୍ତ ଅପମାନଜନକ ଦୃଶ୍ୟ ।' ଅନ୍ୟ ଜଣେ ଲେଖିଛନ୍ତି - 'ଭାରତୀୟ ସେନ୍ସର ବୋର୍ଡ ଏହାକୁ ଅନୁମତି ଦେଇଥିବାରୁ ଲଜ୍ଜିତ ହେବା ଉଚିତ୍ । ଆଉ ଜଣେ ଲେଖିଛନ୍ତି- 'ମୁଁ ଓପେନହାଇମରକୁ ବୟକଟ କରିବାକୁ ଦାବି କରୁଛି ।' ଜଣେ ୟୁଜର ଲେଖିଛନ୍ତି - 'ଭଗବଦ୍ ଗୀତା ସହ ଜଡ଼ିତ ଫିଲ୍ମରେ ଏକ ଆପତ୍ତିଜନକ ଦୃଶ୍ୟ ଅଛି । ଏଣୁ ମୁଁ ଓପେନହାଇମରକୁ ବୟକଟ୍‌ କରିବାକୁ ଦାବି କରୁଛି ।'

ଏହା ମଧ୍ୟ ପଢନ୍ତୁ: ଦର୍ଶକଙ୍କ ମନ ଜିତୁଛି ଫିଲ୍ମ, 2ୟ ଦିନରେ ଭାଙ୍ଗିଲା ପ୍ରଥମ ଦିନର ରେକର୍ଡ

ସୂଚନା ଥାଉ କି, ହଲିଉଡ୍ ଚଳଚ୍ଚିତ୍ର 'ଓପେନହାଇମର' ବିଷୟରେ କହିବାକୁ ଗଲେ ଏହା 21 ଜୁଲାଇରେ ଭାରତରେ ରିଲିଜ କରିଛି । ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ 35କୋଟି ରୋଜଗାର କରି ସଫଳତା ହାସଲ କରିଛି । କିନ୍ତୁ ବର୍ତ୍ତମାନ ବିବାଦ ଯୋଗୁଁ ଭାରତରେ ଫିଲ୍ମର କଲେକ୍ସନ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି ।

ABOUT THE AUTHOR

...view details