ଓଡିଶା

odisha

By

Published : Jun 27, 2023, 10:15 AM IST

ETV Bharat / entertainment

ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ କାରଣ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ ତାଙ୍କ ଆଗାମୀ ଫିଲ୍ମ ଲିଓ ବିରୋଧରେ ଅଭିଯୋଗ ହୋଇଛି। ଜାଣନ୍ତୁ କିଏ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ପୁରା ଘଟଣା କ’ଣ ?

ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ନାଁରେ ମାମଲା ରୁଜୁ
ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଧୂମ୍ରପାନ କରି ଏହାକୁ ପ୍ରୋତ୍ସାହନ କରିବାକୁ ନେଇ ଅଭିନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ଥାଲାପତି ବିଜୟ ଫିଲ୍ମ 'ଲିଓ' ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ତେବେ ଅଭିନେତାଙ୍କ ଜନ୍ମଦିନରେ 'ଲିଓ'ର ପ୍ରଥମ ଗୀତ 'ନା ରେଡ୍ଡି' ରିଲିଜ କରାଯାଇଥିଲା । ଏହି ଗୀତରେ ବିଜୟ ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ଜଣେ ଆରଟିଓ କାର୍ଯ୍ୟକର୍ତ୍ତା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ଗୀତ ସେଲବମ ନାମକ ଆରଟିଓ କାର୍ଯ୍ୟକର୍ତ୍ତା ଅଭିନେତାଙ୍କ ବିରୋଧରେ ପ୍ରମାଣ ସହ ପୋଲିସରେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକର୍ତ୍ତା ଜୁନ 25ରେ ଅଭିନେତାଙ୍କ ବିରୋଧରେ ଅନଲାଇନ ଅଭିଯୋଗ କରିଥିଲେ ଏବଂ ଗତକାଲି(ସୋମବାର) ସକାଳ 10 ଟାରେ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି କାର୍ଯ୍ୟକର୍ତ୍ତା ନାର୍କୋଟିକ୍ସ ନିୟନ୍ତ୍ରଣ ଅଧିନିୟମ ଅନୁଯାୟୀ ଅଭିନେତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜୟଙ୍କ ଆଗାମୀ ଚଳଚ୍ଚିତ୍ର 'ଲିଓ'ରୁ ନିକଟରେ ରିଲିଜ ହୋଇଥିବା ଗୀତ 'ନା ରେଡ୍ଡି'ରେ ଖୋଲାଖୋଲି ଭାବେ ଧୂମ୍ରପାନକୁ ବିରୋଧ କରି ଏହି ଅଭିଯୋଗ ଦାଖଲ କରାଯାଇଛି ।

ଲିଓରୁ ବହୁ ପ୍ରତୀକ୍ଷିତ ପ୍ରଥମ ଗୀତ 'ନା ରେଡ୍ଡି' ଜୁନ 22ରେ ଥାଲାପତି ବିଜୟଙ୍କ ଜନ୍ମଦିନ ଅବସରରେ ରିଲିଜ ହୋଇଥିଲା । ଟିଜର ଭିଡିଓ ଏବଂ ତାଙ୍କର ପ୍ରଥମ ଲୁକ୍ ସହ ଇଣ୍ଟରନେଟରେ ଧମାକା କରିବା ପରେ ଫିଲ୍ମର ଗୀତ ବିଜୟଙ୍କ ପ୍ରଶଂସକଙ୍କୁ ଜନ୍ମଦିନ ଭେଟି ଦିଆଯାଇଥିଲା । ଏହି ଗୀତଟିକୁ ନିଜେ ଥାଲାପତି ଗାଇଥିବା ବେଳେ ଅନିରୁଦ୍ଧ ରବିଚାନ୍ଦ ଏହାର ରଚନା କରିଛନ୍ତି । ଗୀତରେ ବିଜୟ ନିଜ ପାଟିରେ ସିଗାରେଟ୍ ରଖି ତାଙ୍କ ପଛରେ ଏକ ବିରାଟ ଡ୍ୟାନ୍ସ କ୍ରୁଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି । ଯାହାକୁ ଏବେ ବିରୋଧ କରାଯାଇଛି ।

ସୂଚନା ଥାଉକି, 'ଲିଓ'ର ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କନାଗରାଜ । ଲୋକେଶ ନିଜେ ଏହି ଫିଲ୍ମ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ ଆକ୍ସନ୍ ଫିଲ୍ମ, ଯାହା 19 ଅକ୍ଟୋବର 2023ରେ ସିନେମାହଲରେ ରିଲିଜ ହେବ । ଏଥିରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଖଳନାୟକଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଅଭିନେତ୍ରୀ ତ୍ରିଶା କୃଷ୍ଣନ, ଗୌତମ ବାସୁଦେବ ମେନନ୍, ମିସ୍କିନ୍, ଅର୍ଜୁନ ଏବଂ ପ୍ରିୟା ଆନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଯୁବ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦ୍ରଙ୍କ ସଙ୍ଗୀତ ରହିବ ଏବଂ ଲଲିତ କୁମାର ଏବଂ ଜଗଦୀଶ ପଲାନିସାମି ଏହି ଚଳଚ୍ଚିତ୍ରର ନିର୍ମାତା ଅଟନ୍ତି । ଏଥିସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଥାଲାପତି 68' ଭେଙ୍କଟ ପ୍ରଭୁ ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁଯାୟୀ, ଥାଲାପତି 68 ଏପର୍ଯ୍ୟନ୍ତ ତାଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ହେବ, ଯେଉଁଥିରେ ହାଇଟେକ ପ୍ରଡକ୍ସନ ସାମିଲ ହୋଇଛି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ରିଲିଜ ହେବ ।

ABOUT THE AUTHOR

...view details