ମୁମ୍ବାଇ: କମେଡିଆନ କୁଇନ ଭାରତ ସିଂ ଏବଂ ହର୍ଷ ଲିମ୍ବାଚିୟା ଆଜି ସେମାନଙ୍କର ଶିଶୁପୁତ୍ର ଲକ୍ଷ୍ୟଙ୍କ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ଦମ୍ପତି ସ୍ନେହରେ ପୁଅକୁ 'ଗୋଲା' ବୋଲି ଡାକନ୍ତି । ଏହି ଅବସରରେ ଭାରତୀ ପୁଅ ଲକ୍ଷ୍ୟର ଏକ ସ୍ବତନ୍ତ୍ର ଫଟୋସୁଟ ମଧ୍ୟ କରିଛନ୍ତି । ଯାହାକୁ ସେ ଏକ ସୁନ୍ଦର ବାର୍ତ୍ତା ଦେଇ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।
ଭାରତ ସିଂ ଶିଶୁପୁତ୍ର ଲକ୍ଷ୍ୟଙ୍କ ପ୍ରଥମ ଜନ୍ମଦିନରେ ଲକ୍ଷ୍ୟଙ୍କ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ଗୁଡିକରେ ଲକ୍ଷ୍ୟ ଖୁବ କ୍ୟୁଟ୍ ଲାଗୁଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ କଳାକାର, ସେଲିବ୍ରିଟିଙ୍କ ସମେତ ଫ୍ୟାନ୍ସ ତାଙ୍କ ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, "ପ୍ରଥମ ଜନ୍ମଦିନର ଶୁଭେଚ୍ଛା ଲକ୍ଷ୍ୟ(ଗୋଲା)। ଅନେକ ଭଲପାଇବା ବାବୁ, ବଡ ହେଲେ ଆମ ପରି ହିଁ ହେବୁ । ଭଗବାନ଼ ତୋର ମଙ୍ଗଳ କରନ୍ତୁ ।" ପ୍ରସିଦ୍ଧ ମହିଳା ଗାୟକ ନେହା କକ୍କର, ସଚ୍ଚେତ ଟଣ୍ଡନ ଭାରତୀଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟାରେ ହାର୍ଟ ଇମୋଜି ଦେଇଛନ୍ତି । ଏଥିସହ ସିଦ୍ଧାର୍ଥ ନିଗମ, କିକୁ ଶାରଦା, ଆରତୀ ସିଂ ଲକ୍ଷ୍ୟଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ବଲିଉଡ ଅଭିନେତ୍ରୀ ଉର୍ବଶୀ ଢୋଲକିଆ, ଗୌହର ଖାନଙ୍କ ସମେତ ସମସ୍ତ ସେଲିବ୍ରେଟି ଗୋଲାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି।
ଟିଭି ଅଭିନେତା ଅର୍ଜୁନ ବିଜଲାନି ଭାରତୀଙ୍କ ଏହି ପୋଷ୍ଟରେ 'ବହୁତ ସୁନ୍ଦର' ବୋଲି ମନ୍ତବ୍ୟ ଦେଇଛନ୍ତି । ଅଭିନେତ୍ରୀ ନେରୁ ବାଜୱା ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା । ଭଗବାନ୍ ମଙ୍ଗଳ କରନ୍ତୁ। ସେହିପରି ଗୌହର ଖାନ ଲେଖିଛନ୍ତି, 'ସବୁଠାରୁ ସୁନ୍ଦର ପୁଅକୁ ଜନ୍ମଦିନର ଶୁଭେଚ୍ଛା । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ଉର୍ବଶୀ ଢୋଲକିଆ ମଧ୍ୟ ଲେଖିଛନ୍ତି, 'ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ।'
ତେବେ ଫଟୋଗୁଡିକରେ ଗୋଲା ସୈଫ ପୋଷାକରେ ନଜର ଆସିଛନ୍ତି । ଅନ୍ୟଟିରେ ଏକ ଲାଲ୍ ବେଲୁନ ଲାଗିଥିବା ଟୋକେଇରେ ଗୋଲା ବସିଥିବା ବେଳେ ୱାନ୍ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋରେ ଗୋଲା ଖୁବ୍ କ୍ୟୁଟ ଲାଗୁଛନ୍ତି । ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ପୁଅ ଲକ୍ଷ୍ୟ ସିଂ ଲିମ୍ବାଚିୟା (ଗୋଲା) ପ୍ରଥମ ଥର ପାଇଁ ଲୋକପ୍ରିୟ ରିଆଲିଟି ଟିଭି ସୋ 'ବିଗ୍ ବସ୍ 16'ରେ ନଜର ଆସିଥିଲେ । ହର୍ଷ ତାଙ୍କୁ ଶୋ’ର ହୋଷ୍ଟ ସଲମାନ ଖାନଙ୍କୁ ଦେଇଥିଲେ ଏବଂ କିଛି ସମୟ ପାଇଁ ମଞ୍ଚ ଛାଡିଥିଲେ । ସଲମାନ ଖାନ ଏବଂ ଗୋଲାଙ୍କର ଏହି ସୁନ୍ଦର ମୁହୂର୍ତ୍ତ ଲାଇମଲାଇଟରେ ଥିଲା ।