ଓଡିଶା

odisha

ETV Bharat / entertainment

ସୁପରଷ୍ଟାର ବିକ୍ରମଙ୍କ ଫିଲ୍ମ Cobra ଟ୍ରେଲର ରିଲିଜ୍‌, ନଜର ଆସିବେ ଇରଫାନ ପଠାନ

Cobra Trailer Release, ସାଉଥ ସୁପରଷ୍ଟାର ବିକ୍ରମଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କୋବ୍ରାର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ କ୍ରିକେଟର ଇରଫାନ ପଠାନ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

By

Published : Aug 26, 2022, 7:28 PM IST

ସୁପରଷ୍ଟାର ବିକ୍ରମଙ୍କ ଫିଲ୍ମ Cobra ଟ୍ରେଲର ରିଲିଜ୍‌, ନଜର ଆସିବେ ଇରଫାନ ପଠାନ
ସୁପରଷ୍ଟାର ବିକ୍ରମଙ୍କ ଫିଲ୍ମ Cobra ଟ୍ରେଲର ରିଲିଜ୍‌, ନଜର ଆସିବେ ଇରଫାନ ପଠାନ

ହାଇଦ୍ରାବାଦ:ତାମିଲ ସୁପରଷ୍ଟାର ବିକ୍ରମଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କୋବ୍ରା'ର ଟ୍ରେଲର (Cobra Trailer Release) ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ବହୁତ ଭଲ ହୋଇଛି ଏବଂ ଏଥିରେ ଅଭିନେତାଙ୍କର ଦମଦାର ଆକ୍ସନ ଦେଖିବାକୁ ମିଳୁଛି । 'କୋବ୍ରା' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଥ୍ରୀଲର ଚଳଚ୍ଚିତ୍ର । କୁହାଯାଉଛି ଯେ, ବିକ୍ରମ ଏହି ଫିଲ୍ମରେ ୨୫ଟି ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ ।

ଅଜୟ ଆର ଜ୍ଞାନମୁଥୁ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ବର୍ତ୍ତମାନ ଫିଲ୍ମର ଟ୍ରେଲର ହଇଚଇ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରରେ ବିକ୍ରମ ଜଣେ ମହାନ ଗଣିତଜ୍ଞଙ୍କ ଭୂମିକାରେ ନଜର ଆସିବେ, ଯାହାକୁ ଗଣିତର ଗୁରୁ ମନାଯାଏ ।

ଚଳଚ୍ଚିତ୍ରର ଷ୍ଟାରକାଷ୍ଟ

ଫିଲ୍ମର ଖାସ୍‌ କଥା ହେଉଛି, ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି । ସେ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ବ୍ଲକ୍ବଷ୍ଟର ଫିଲ୍ମ 'କେଜିଏଫ୍' ଫେମ୍‌ ଶ୍ରୀନିଧି ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ଅଗଷ୍ଟ ୩୧ରେ ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବାକୁ ଯାଉଛି ।

ବିକ୍ରମଙ୍କ ପୂର୍ବ ଚଳଚ୍ଚିତ୍ର

ଦକ୍ଷିଣ ଅଭିନେତା ବିକ୍ରମଙ୍କୁ ଶେଷ ଥର ପାଇଁ ଫିଲ୍ମ 'ମହାନ୍'ରେ ଦେଖିବାକୁ ମିଳିଥିଲା । ଫିଲ୍ମ 'ମହାନ୍'କୁ କାର୍ତ୍ତିକ ସୁବରାଜ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ 'ମହାନ୍' କିଛି ଖାସ୍‌ କରିପାରିନଥିଲା । ବିକ୍ରମଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି 'ପୋନିୟିନ୍ ସେଲଭାନ୍ ୧' ', ଯାହାକୁ ଦକ୍ଷିଣର ଭେଟେରାନ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣି ରତ୍ନାମ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କାର୍ତ୍ତି, ଜୟମ ରବି, ତ୍ରିଶା, ପ୍ରକାଶ ରାଜ ଏବଂ ଶୋଭିତା ଧୁଲିପାଲା ପ୍ରମୁଖ ଭୂମିକାରେ ଅଛନ୍ତି ।

ABOUT THE AUTHOR

...view details