ଓଡିଶା

odisha

By

Published : Jul 25, 2023, 10:35 AM IST

ETV Bharat / entertainment

Oppenheimer: ବିବାଦ ପରେ କମିଲା ଫିଲ୍ମର ଆୟ, ସୋମବାର ମାତ୍ର ଏତିକି କଲେକ୍ସନ କଲା

ସିଲିୟାନ୍ ମର୍ଫି ଏବଂ ଫ୍ଲୋରେନ୍ସ ପୁଗ୍ ଷ୍ଟାରର୍ ହଲିଉଡ୍ ଫିଲ୍ମ ଓପେନହାଇମର ବିଶ୍ବବ୍ୟାପୀ ଭଲ ପ୍ରଦର୍ଶନ କରିଛି । ଭାରତରେଏକ ଭଲ ଓପେନିଂର ସହ ଆରମ୍ଭ କରିଥିବା ବେଳେ ଫିଲ୍ମଟି ସପ୍ତାହ ଶେଷ ପର୍ଯ୍ୟନ୍ତ ଭାରତରେ ବହୁତ ଭଲ ବ୍ୟବସାୟ କରିଥିଲା ​। ହେଲେ ବର୍ତ୍ତମାନ ସୋମବାର ଫିଲ୍ମର ରୋଜଗାରରେ ଅପେକ୍ଷାକୃତ ହ୍ରାସ ଘଟିଛି । ଅଧିକ ପଢନ୍ତୁ

ବିବାଦ ପାଇଁ ହ୍ରାସ ପାଇଲା ଫିଲ୍ମର ଆୟ, ସୋମବାର ଏତିକି କଲା ସଂଗ୍ରହ
ବିବାଦ ପାଇଁ ହ୍ରାସ ପାଇଲା ଫିଲ୍ମର ଆୟ, ସୋମବାର ଏତିକି କଲା ସଂଗ୍ରହ

ହାଇଦ୍ରାବାଦ: ବିବାଦରେ ଖ୍ରୀଷ୍ଟଫର ନୋଲନଙ୍କ ହଲିଉଡ ଫିଲ୍ମ 'ଓପେନହାଇମର'। ଫିଲ୍ମରେ ଇଣ୍ଟିମେଟ ସିନ୍‌ ବେଳେ ଗୀତା ପଢିବାକୁ ନେଇ ବିବାଦରେ ଛନ୍ଦି ହୋଇଛି । ଭାରତରେ ଫିଲ୍ମର ଏହି ସିନ୍‌କୁ ତୀବ୍ର ବିରୋଧ କରାଯିବା ସହ ନିର୍ଦ୍ଦେଶକଙ୍କୁ କଡା ସମାଲୋଚନା କରାଯାଇଛି । ତେବେ ବର୍ତ୍ତମାନ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡିଛି । ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ଭଲ ଓପେନିଂ କରିଥିଲା । ଏପରିକି ସପ୍ତାହ ଶେଷ ପର୍ଯ୍ୟନ୍ତ ଭାରତରେ ଏହି ଚଳଚ୍ଚିତ୍ରର ବ୍ୟବସାୟ ବହୁତ ଭଲ ଥିଲା । ତେବେ ସୋମବାର ଫିଲ୍ମ କଲେକ୍ସନରେ ଅପେକ୍ଷାକୃତ ହ୍ରାସ ଘଟିଛି ।

ଏହି ଚଳଚ୍ଚିତ୍ର କେବଳ ବିଶ୍ବରେ ନୁହେଁ ଭାରତରେ ମଧ୍ୟ ଆଗୁଆ ବୁକିଂରେ ଭଲ ଲାଭ କରିଥିଲା । 'ଓପେନହାଇମର' ଦୁଇଟି ଭାଷାରେ ଭାରତରେ ରିଲିଜ କରିଥିଲା। ହିନ୍ଦୀରେ ରୋଜଗାର ବିଷୟରେ କହିବାକୁ ଗଲେ ଖ୍ରୀଷ୍ଟଫର ନୋଲନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଉଦଘାଟନୀ ଦିନରେ 1.75 କୋଟି ରୋଜଗାର କରିଥିଲା । ଏହାପରେ ଶନିବାର ଏବଂ ରବିବାର ଦିନ ଫିଲ୍ମର ଆୟ ବୃଦ୍ଧି ପାଇଲା ଏବଂ ଓପେନହାଇମର ଶନିବାର ଦିନ 2.05 କୋଟି ଆୟ କରିଥିବା ବେଳେ ରବିବାର ଦିନ ହିନ୍ଦୀ ଭାଷାରେ 2.55 କୋଟି ବ୍ୟବସାୟ କରିଥିଲା । କିନ୍ତୁ ସୋମବାର ଫିଲ୍ମର ରୋଜଗାରରେ ବହୁତ ହ୍ରାସ ଘଟିଛି । ଫିଲ୍ମଟି ମାତ୍ର 78 ଲକ୍ଷ ବ୍ୟବସାୟ କରିଛି । ହିନ୍ଦୀ ଭାଷାରେ ଏହି ଫିଲ୍ମ ଏପର୍ଯ୍ୟନ୍ତ ମୋଟ 7.13 କୋଟି ବ୍ୟବସାୟ କରିଛି ।

ହିନ୍ଦୀ ବ୍ୟତୀତ 'ଓପେନହାଇମର'କୁ ଭାରତରେ ଇଂରାଜୀ ଭାଷାରେ ଭଲ ପ୍ରର୍ଶନ କରିଥିଲା । ଏହି ଫିଲ୍ମ ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର ଦିନ 13.50 କୋଟିରୁ ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଅର୍ଥାତ ଶନିବାର ଦିନ 17କୋଟି ଏବଂ 3ୟ ଦିନରେ ଅର୍ଥାତ ରବିବାର ଦିନ 17.25 କୋଟି ବ୍ୟବସାୟ କରିଛି । ତେବେ ସୋମବାର ମାତ୍ର 7 କୋଟି ସଂଗ୍ରହ କରିବାରେ ସଫଳ ହୋଇଛି । ଭାରତରେ ଏପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ 55.75 କୋଟି ଆୟ କରିଛି । ଓପେନହାଇମର ବିଶ୍ବବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ଚାରି ଦିନରେ 1000 କୋଟି ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ 1430 କୋଟି ବିଶ୍ବବ୍ୟାପୀ ବ୍ୟବସାୟ କରିଛି ।

ଏହା ମଧ୍ୟ ପଢନ୍ତୁ: ଓପେନହାଇମରରୁ ହଟିବ ବିବାଦୀୟ ଦୃଶ୍ୟ, ସେନ୍ସର ବୋର୍ଡ ଉପରେ ବର୍ଷିଲେ ଅନୁରାଗ ଠାକୁର

ସୂଚନା ଥାଉ କି, ଓପେନହାଇମର ଫିଲ୍ମଟି 21 ଜୁଲାଇରେ ଭାରତରେ ରିଲିଜ ହୋଇଛି । ଜେ ରୋବର୍ଟ ଓପେନହାଇମରଙ୍କ ବାୟୋପିକରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ସିଲିୟନ ମର୍ଫି ଫିଲ୍ମରେ ଓପେନହାଇମରଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details