ହାଇଦ୍ରାବାଦ:ସୋସିଆଲ ମିଡିଆରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଷ୍ଣବୀ ଧନରାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ସାହାଯ୍ୟ ପାଇଁ ନିବେଦନ କରୁଥିବା ନଜର ଆସିଛନ୍ତି । ବୈଷ୍ଣବୀ ଧନରାଜଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଅଭିନେତ୍ରୀ ତାଙ୍କ ପରିବାର ସଦସ୍ୟ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଅଭିନେତ୍ରୀ ପୋଷ୍ଟ ସେୟାର କରି ସାହାଯ୍ୟ ମାଗିଛନ୍ତି ।
ଅଭିନେତ୍ରୀଙ୍କ ଏହି ଭିଡିଓ ଏକ୍ସରେ ହିମାଂଶୁ ଶୁକ୍ଲା ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓ ଗୁଡିକୁ ସେୟାର କରିବାବେଳେ ଲେଖାଯାଇଛି ଯେ ସିଆଇଡି ଫେମ ଅଭିନେତ୍ରୀ ମୁମ୍ବାଇ ପୋଲିସର ସାହାଯ୍ୟ ଲୋଡିଛନ୍ତି । ବର୍ତ୍ତମାନ ସେ ମୁମ୍ବାଇର କାଶ୍ମୀରା ପୋଲିସ ଷ୍ଟେସନରେ ଅଛନ୍ତି । ତାଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ହିମାଂଶୁ ଶୁକ୍ଲା ଅନେକ ପୋଷ୍ଟ ସେୟାର କରିଛନ୍ତି । ଏବଂ ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଭିଡିଓ ସେୟାର କରିବା ସହ ଘଟଣାର ଯାଞ୍ଚ ସହ ଅଭିନେତ୍ରୀଙ୍କ ପାଇଁ ସହାୟତା ଲୋଡିଛନ୍ତି । ସେପଟେ ଅଭିନେତ୍ରୀ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କେବଳ 'HELP' ଲେଖି ଏକ ପୋଷ୍ଟ ସେୟାର କରିଛନ୍ତି ।