ଓଡିଶା

odisha

ETV Bharat / entertainment

Chandrayaan 3 Mission Successful: ISROକୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - ଚିରଞ୍ଜିବୀ

ISROର ଚନ୍ଦ୍ରଯାନ-3 ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ନେଇ ସାରା ବିଶ୍ବରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବଲିଉଡ୍‌ରୁ ଆରମ୍ଭ କରି ସାଉଥ ଯାଏଁ ସମସ୍ତ ସେଲିବ୍ରିଟି ବି ଏହି ଐତିହାସିକ ମୂହୁର୍ତ୍ତକୁ ସେଲିବ୍ରେସନ କରିଛନ୍ତି । ଏହି ସଫଳତା ପାଇଁ ଇସ୍ରୋର ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Chandrayaan 3 : ଛୁଟୁଛି ଶୁଭେଚ୍ଛାର ସୁଅ, ସଫଳତା ପାଇଁ ISROକୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
Chandrayaan 3 : ଛୁଟୁଛି ଶୁଭେଚ୍ଛାର ସୁଅ, ସଫଳତା ପାଇଁ ISROକୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

By ETV Bharat Odisha Team

Published : Aug 23, 2023, 8:18 PM IST

ହାଇଦ୍ରାବାଦ:ଶେଷରେ ଇତିହାସ ରଚିଲା ଭାରତ । ସଫଳ ହେଲା ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-3 ମିଶନ । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-3 ଲ୍ଯାଣ୍ଡର ‘ବିକ୍ରମ’ । ଆଜି ଭାରତ ପାଇଁ ଗର୍ବ ଦିନ ହୋଇଥିବା ବେଳେ ଏହି ଗର୍ବର ମୂହୁର୍ତ୍ତକୁ ସାରା ଭାରତବାସୀ ସେଲିବ୍ରେଟ୍‌ କରିଛନ୍ତି । ଏହାରି ମଧ୍ୟରେ ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଯାଏଁ ସମସ୍ତ ସେଲିବ୍ରିଟିଙ୍କ ମଧ୍ୟରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ସାଉଥ୍‌ର ମେଗାଷ୍ଟାର ଚିରଞ୍ଜିବୀ, ଜୁନିଅର ଏନ୍‌ଟିଆର୍‌ ସମସ୍ତେ ଏହି ମୂହୁର୍ତ୍ତକୁ ଉପଭୋଗ କରିବା ସହ ଏହି ଐତିହାସିକ ସଫଳତାକୁ ନେଇ ଇସ୍ରୋକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆରେ ଅଭିନେତାମାନେ ପୋଷ୍ଟ କରି ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି । ଅକ୍ଷୟ କୁମାର ଟ୍ବିଟ୍‌ କରି ଲେଖିଛନ୍ତି, 'ଇସ୍ରୋକୁ ବିଲିୟନ ହାର୍ଟ ଧନ୍ୟବାଦ ଜଣାଉଛି । ତୁମେ ଆମ ମାନଙ୍କୁ ଗର୍ବ ଅନୁଭବ କରାଇଛ । ଭାରତ ଏହି ଐତିହାସିକ ମୁହୁର୍ତ୍ତକୁ ଦେଖି ଧନ୍ୟ ମନେ କରୁଛି । ଚନ୍ଦ୍ରରେ ଏବେ ଭାରତ ।' ସେପଟେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିଷେକ ବଚ୍ଚନଙ୍କ ସମେତ ଅନେକ ସେଲିବ୍ରିଟି ଏହି ମୂହୁର୍ତ୍ତକୁ ସେଲିବ୍ରେଟ୍‌ କରିଛନ୍ତି ।

ସେହିପରି ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଟ୍ବିଟ କରି ଲେଖିଛନ୍ତି, 'ଇସ୍ରୋକୁ ମୋର ହୃଦୟରୁ ଅଭିନନ୍ଦନ। ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି । ମିଶନର ଏକ ସଫଳ ଅବତରଣ ସବୁଥର ପରି ଆପଣ ଭାରତକୁ ଗର୍ବିତ କରାଇଛ । ସାଉଥ୍‌ର ମେଗାଷ୍ଟାର ଚିରଞ୍ଜିବୀ ଟ୍ବିଟ୍‌ କରି ଲେଖିଛନ୍ତି, 'ଭାରତ ପାଇଁ ଗର୍ବର ମୂହୁର୍ତ୍ତ । ଚନ୍ଦ୍ରଯାନ-3 ଏକ ଅଦୃଶ୍ୟ ଏବଂ ଚମତ୍କାର ସଫଳତା ପାଇଛି । ଭାରତ ଏକ ଇତିହାସ ସୃଷ୍ଟି କରିଛି । ମୁଁ ଏକ ବିଲିୟନ ଗର୍ବିତ ଭାରତୀୟଙ୍କ ସହ ମିଶି ଆମ ଭାରତୀୟ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଉଛି । ଏହା ଚନ୍ଦ୍ରରେ ଏକ ମୂଲ୍ୟବାନ ଆବିଷ୍କାର ଏବଂ ଆଗାମୀ ଦିନରେ ଅଧିକ ମହାକାଶ ମିଶନ ପାଇଁ ଏହା ଏକ ବାଟ ଖୋଲିଛି । ଆଶା କରୁଛି ସେହି ଦିନ ବି ଆଉ ଦୁର ନୁହେଁ ଯେବେ ଆମେ ମଧ୍ୟ ଚନ୍ଦ୍ରରେ ଛୁଟି କାଟିବା ।

ସେପଟେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ମଧ୍ୟ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବି ଟାଉନରୁ ସାଉଥ୍‌ ଯାଏଁ ସମସ୍ତ ଅଭିନେତ୍ରୀ ଏହି ସଫଳତା ପାଇଁ ଇସ୍ରୋକୁ ଧନ୍ୟବାଦ ଜଣାଇଛନ୍ତି । ଏହି ସଫଳତା ପାଇଁ ସାରା ଅଲି ଖାନ, ଶ୍ରଦ୍ଧା କପୁର, ହିନା ଖାନ୍‌, ଶ୍ରୀନାଲ ଠାକୁର, ତମନ୍ନା ଭାଟିଆ, ତାପସୀ ପନ୍ନୁ, ରକୁଲ ପ୍ରୀତ ସିଂ, ଇଷା ଗୁପ୍ତା, କଙ୍ଗନା ରଣାୱତ୍‌, ଶିଳ୍ପା ଶେଟ୍ଟୀ, ସାମନ୍ଥା, ପ୍ରଭାସ ଏବଂ କରୀନା କପୁର ଖାନ ଏହି ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଥାଉ କି, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ କରିଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଋଷ, ବ୍ରିଟେନ୍‌ ଏବଂ ଫ୍ରାନ୍ସ ଭଳି ବିକଶିତ ଦେଶ ଆଜି ପର୍ଯ୍ୟନ୍ତ ଯାହା କରିପାରି ନାହିଁ । ତାହା ଆଜି ଭାରତ ସଫଳତାର ସହ କରିପାରିଛି । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ହୋଇ ପାରିଛି ।

ଏହା ମଧ୍ୟ ପଢନ୍ତୁ:Chandrayaan 3 ସଫଳତା ପାଇଁ ଗୀତ ଗାଇ ଭାରତୀୟଙ୍କୁ ଉତ୍ସାହିତ କଲେ କୈଳାସ ଖେର

ABOUT THE AUTHOR

...view details