ହାଇଦ୍ରାବାଦ: ବଲିଉଡ ଇଣ୍ଡଷ୍ଟ୍ରିକୁ ସାରା ବିଶ୍ୱରେ ପସନ୍ଦ କରାଯାଏ । ଭାରତରେ ତ ବଲିଉଡର ଦବ୍ଦବା ରହିଛି ଏବଂ ତାରକାମାନଙ୍କର ମଧ୍ୟ ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ୍ ଅଛନ୍ତି । ଯେତେବେଳେ କୌଣସି ତାରକା କୌଣସି ସ୍ଥାନକୁ ଯାଆନ୍ତି, ଅନେକ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ଏକତ୍ରିତ ହୁଅନ୍ତି । କିଛି ତାରକା ଏହି ଜିନିଷକୁ ପସନ୍ଦ କରନ୍ତି ତ ଆଉ କିଛି ତାରକା ଅଛନ୍ତି ଯେଉଁମାନେ ଏହି ଜିନିଷ ପସନ୍ଦ କରନ୍ତି ନାହିଁ । ଏଭଳି ସ୍ଥିତିରେ ସେମାନେ କ୍ରୋଧ ପ୍ରକାଶ କରନ୍ତି ଏବଂ ସର୍ବସାଧାରଣଙ୍କ ଦୃଷ୍ଟିରେ ଆସନ୍ତି । ନିକଟରେ ସାରା ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପ୍ୟାପ୍ସଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ବଲିଉଡ ତାରକାମାନେ କ୍ୟାମେରା ଆଗରେ କ୍ରୋଧ ପ୍ରକାଶ କରନ୍ତି । ଅତୀତରେ ମଧ୍ୟ ଏପରି କିଛି ଘଟଣା ଘଟିଛି, କିଛି ତାରକାମାନେ ମିଡିଆ କଭରେଜ୍ କିମ୍ବା ସେମାନଙ୍କର ଫଟୋଗ୍ରାଫ୍ ନେବାକୁ ପସନ୍ଦ କରନ୍ତି ନାହିଁ । ଆସନ୍ତୁ ଜାଣିବା ସେହି ତାରକାମାନେ କିଏ ଏବଂ ଏହି ତାରକାମାନେ ଏହା କାହିଁକି କରନ୍ତି ।
ଜୟା ବଚ୍ଚନ- ଅନେକ ଥର ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ କ୍ୟାମେରାମ୍ୟାନଙ୍କ ଉପରେ ଉତ୍ତେଜିତ ହେଉଥିବା ଦେଖିବାକୁ ମିଳେ। ଯଦି କେହି ତାଙ୍କ ସହିତ ସେଲଫି ନେବାକୁ ଚାହାଁନ୍ତି, ତେବେ ତାଙ୍କର କ୍ରୋଧ ନଜର ଆସେ । ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଜୟାଙ୍କ ଗୋପନୀୟତାରେ କେହି ହସ୍ତକ୍ଷେପ କରନ୍ତି, ତେବେ ସେ ଏହାକୁ ଆଦୌ ପସନ୍ଦ କରନ୍ତି ନାହିଁ।
ଗୋବିନ୍ଦା-90 ଦଶକରେ ଗୋବିନ୍ଦାଙ୍କ ଜଲଓ୍ବା କିଛି ଅଲଗା ହିଁ ଥିଲା । ଆଜି ଯଦିଓ ସେ ଅଧିକ ଚଳଚ୍ଚିତ୍ର କରୁନାହାନ୍ତି, ତଥାପି ସେ ଇଣ୍ଡଷ୍ଟ୍ରିର ଜଣେ ବଡ ସୁପରଷ୍ଟାର ଏବଂ ବହୁ ଲୋକ ତାଙ୍କୁ ଫଲୋ କରନ୍ତି । ଯେଉଁମାନେ ଗୋବିନ୍ଦାଙ୍କୁ ଦୀର୍ଘ ଦିନରୁ ଜାଣିଛନ୍ତି, ସେମାନେ ମଧ୍ୟ ତାଙ୍କ ରାଗ ବିଷୟରେ ଜାଣିଥିବେ। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ତାଙ୍କ କାରରୁ ଓହ୍ଲାଇ କାହା ଉପରେ ଉତ୍ତେଜିତ ହେଉଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଏହା ଉପରେ ଆସିଥିଲା । ଅନ୍ୟ ସମୟରେ ମଧ୍ୟ ଗୋବିନ୍ଦା କ୍ୟାମେରା ଆଗରେ ରାଗିଥିବାର ନଜର ଆସିଛନ୍ତି।