ଓଡିଶା

odisha

ETV Bharat / entertainment

Sushant Singh Case: ଯାଞ୍ଚ ତଥ୍ୟ ଦେବାକୁ ରୋକ୍‌ଠୋକ୍‌ ମନା କଲା CBI - ଯାଞ୍ଚ ସମ୍ପର୍କରେ ସୂଚନା ଦିଆଯିବନି କହିଲା ସିବିଆଇ

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇପାରି ନାହିଁ । ଇତି ମଧ୍ୟରେ, ଆରଟିଆଇ ପ୍ରଶ୍ନର ଉତ୍ତରରେ ସିବିଆଇ କହିଛି ଯେ ଯାଞ୍ଚର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇପାରିବ ନାହିଁ ।

ପୁଣି ଆରମ୍ଭ ହେଲା ତଦନ୍ତ, ସିବିଆଇ କହିଲା ଯାଞ୍ଚ ସମ୍ପର୍କରେ ସୂଚନା ଦିଆଯିବନି
ପୁଣି ଆରମ୍ଭ ହେଲା ତଦନ୍ତ, ସିବିଆଇ କହିଲା ଯାଞ୍ଚ ସମ୍ପର୍କରେ ସୂଚନା ଦିଆଯିବନି

By

Published : Apr 8, 2022, 8:09 AM IST

ହାଇଦ୍ରାବାଦ:ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇପାରି ନାହିଁ । ବର୍ତ୍ତମାନ ସୁଶାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗରେ ସିବିଆଇ ତଦନ୍ତ କରୁଛି । ଇତି ମଧ୍ୟରେ, ଆରଟିଆଇ ପ୍ରଶ୍ନର ଉତ୍ତରରେ ସିବିଆଇ କହିଛି ଯେ, ଯାଞ୍ଚର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯାଇପାରିବ ନାହିଁ, କାରଣ ଏହାଦ୍ବାରା ଯାଞ୍ଚ ପ୍ରଭାବିତ ହୋଇପାରେ ।

ଚଳିତ ବର୍ଷ ଜାନୁଆରୀରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ମହାରାଷ୍ଟ୍ର କଂଗ୍ରେସ ନେତା ସଚିନ ସାୱନ୍ତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ ବିହାର ନିର୍ବାଚନରେ ​​ଲାଭ ପାଇବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହା ଏକ ନିର୍ବାଚନ ଷ୍ଟଣ୍ଟ ଥିଲା । ସେ କହିଥିଲେ ଯେ ଏତେ ସମୟ ବିତିଯିବା ପରେ ମଧ୍ୟ ସିବିଆଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ ।

ସୂଚନାଯୋଗ୍ୟ ଯେ, 2020 ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ତାଙ୍କ ମୃତଦେହ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ସେମାନେ ସୁଶାନ୍ତଙ୍କ ମୃତଦେହକୁ ଫ୍ୟାନ୍‌ରେ ଝୁଲୁଥିବାର ଦେଖିଥିଲେ । ପୋଲିସ ତଦନ୍ତରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ଦର୍ଶାଯାଇଥିଲା । ତେବେ ଏହି ଯାଞ୍ଚରେ ସୁଶାନ୍ତଙ୍କ ପ୍ରଶଂସକମାନେ ସନ୍ତୁଷ୍ଟ ନଥିଲେ । ପରେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ଶେଷ ଥର ପାଇଁ ଏହି ଫିଲ୍ମରେ ଆସିଥିଲେ ନଜର

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଦିଲ ବେଚାରା’ । ତାଙ୍କ ମୃତ୍ୟୁ ପରେ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଶେଷ ଥର ପାଇଁ ଏହି ଚଳଚ୍ଚିତ୍ରରେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଥିଲେ । ଦିଲ ବେଚାରାର ନିର୍ଦ୍ଦେଶନା ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଦେଇଥିଲେ ।

ABOUT THE AUTHOR

...view details