ହାଇଦ୍ରାବାଦ:କାନ୍ସ ଫିଲ୍ମ ଫେଷ୍ଟିଭାଲ 2023, ଯେଉଁଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ଡକ୍ୟୁମେଣ୍ଟାରୀ ସମେତ ସମସ୍ତ ଧାରାବାହିକର ନୂତନ ଫିଲ୍ମ ପ୍ରଦର୍ଶନ କରାଯାଇଥାଏ । ଆଜିଠାରୁ ଆରମ୍ଭ ହେଉଥିବା ଏହି ଫିଲ୍ମ ଫେଷ୍ଟିଭାଲ ମେ' 27 ପର୍ଯ୍ୟନ୍ତ ଚାଲିବ । ଫ୍ରାନ୍ସର ଫ୍ରେଞ୍ଚ୍ ରିଭିରାରେ ଆୟୋଜିତ ହେବ ଏହି ଗ୍ରାଣ୍ଡ୍ ଇଭେଣ୍ଟ । ଚଳିତବର୍ଷ 76ତମ କାନ୍ସ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଚାରୋଟି ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବ । ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇବେ ଅନେକ ବଲିଉଡ ଅଭିନେତ୍ରୀ ।
ସୂଚନା ଅନୁସାରେ, କାନୁ ବେହଲଙ୍କ ଆଗ୍ରା, ଅନୁରାଗ କଶ୍ୟପଙ୍କ କେନେଡି ଏବଂ ନେହେମିଚ୍ ଫେଷ୍ଟିଭାଲ୍ ଡି କାନ୍ସର ଡିରେକ୍ଟର୍ସ ଫୋର୍ଟନାଇଟ୍, ମିଡନାଇଟ୍ ସ୍କ୍ରିନିଂ ଏବଂ ଲା ସିନେଫ୍ ବିଭାଗରେ ପ୍ରଦର୍ଶିତ ହେବ । ପୁନଃନିର୍ମିତ ହୋଇଥିବା ମଣିପୁରୀ ଫିଲ୍ମ ଇଶାନହୋ ମଧ୍ୟ କ୍ଲାସିକ୍ସ ବିଭାଗରେ ସ୍ଥାନ ପାଇବ । ସେହିପରି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତ୍ରୀ ସାରା ଅଲି ଖାନ କାନ୍ସରେ ଡେବ୍ୟୁ କରିବେ । ଅନ୍ୟପଟେ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର, ଅଭିନେତ୍ରୀ ଇଶା ଗୁପ୍ତା ଏବଂ କଙ୍ଗବାମ୍ ଟୋମ୍ବାଙ୍କ ସହ କାନ୍ସ ରେଡ୍ କାର୍ପେଟରେ ଭାରତର ପ୍ରତିନିଧିତ୍ୱ କରିବେ । ଏବଂ ଓସ୍କାର ବିଜେତା ଗୁନିତ୍ ମୋଙ୍ଗା ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ ମଧ୍ୟ ଏଥର ରେଡ୍ କାର୍ପେଟରେ ସାମିଲ ହେବେ । ଏହି ଅବସରରେ କୁମାର ସାନୁଙ୍କ ଝିଅ ଶାନନ୍ କେ ମଧ୍ୟ ଉପସ୍ଥିତ ରହିବେ ।