ଓଡିଶା

odisha

ETV Bharat / entertainment

Brahmastra Deva Deva Song: ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ରଣବୀର-ଆଲିଆ

ଫିଲ୍ମ ବ୍ରହ୍ମାସ୍ତ୍ରର ଆଉ ଏକ ଗୀତ ଦେବା ଦେବା ରିଲିଜ୍ ହୋଇଛି । ଏହି ଗୀତରେ ରଣବୀର ଏବଂ ଆଲିଆ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

By

Published : Aug 9, 2022, 12:13 PM IST

ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ରଣବୀର-ଆଲିଆ
ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ରଣବୀର-ଆଲିଆt

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଦୀର୍ଘ ଦିନରୁ ଚର୍ଚ୍ଚାରେ ଅଛି । ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ 'କେସରିଆ'ର ନିକଟରେ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଗୀତରେ ରଣବୀର ଏବଂ ଆଲିଆ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ । ବର୍ତ୍ତମାନ ଫିଲ୍ମର ଆଉ ଏକ ଗୀତ 'ଦେବା ଦେବା' ମଧ୍ୟ ରିଲିଜ୍ ହୋଇଛି । ଏହି ଗୀତରେ ରଣବୀର କପୁର ନିଆଁରେ ଖେଳୁଥିବା ନଜର ଆସିଛନ୍ତି ।

ରଣବୀର ଏହି ଗୀତକୁ ପୁରା ଉପଭୋଗ କରିଥିଲେ

ଏହି ଗୀତ ବିଷୟରେ ରଣବୀର କପୁର କହିଛନ୍ତି, 'ମୁଁ ଏହି ଗୀତକୁ ପୁରା ଉପଭୋଗ କରିଛି । ଏହି ଗୀତ ପାଇଁ ପ୍ରୀତମ ଦା, ଅରିଜିତ୍ ଏବଂ ଅୟାନ୍ କଠିନ ପରିଶ୍ରମ କରିଛନ୍ତି । ଆପଣ ମଧ୍ୟ ଏହି ଗୀତର ବହୁତ ପ୍ରଶଂସା କରିବେ । ଆଶା କରୁଛି ଯେ ସମସ୍ତେ ସେତିକି ଅନୁଭବ ଏବଂ ଉପଭୋଗ କରିବେ ଯେତିକି ମୁଁ କରିଛି ।

ଆଜି ଏକ ଭଲ ଦିନ ଥିଲା: ଅୟାନ୍

ଏହି ଗୀତର ଅଡିଓ-ଭିଜୁଆଲ୍ ବିଷୟରେ ଫିଲ୍ମର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ କହିଛନ୍ତି, 'ମୁଁ ଭାବୁଛି, ଶ୍ରାବଣ ମାସ ସୋମବାର ଭଳି ଦିନ ଆଉ କିଛି ହୋଇନପାରେ । ଗୀତ ରିଲିଜ୍‌ କରିବା ପାଇଁ ଏହି ଦିନଟି ସବୁଠୁ ଭଲ ଥିଲା । ଏହି ଗୀତଟି ଶୁଭ ଅବସର ପାଇଁ ଅଟେ । 'କେସରିଆ' ଗୀତରୁ ମିଳିଥିବା ଭଲପାଇବା ପାଇଁ ମୁଁ ବହୁତ କୃତଜ୍ଞ । ଲୋକମାନେ 'ଦେବା-ଦେବା'କୁ କିପରି ପ୍ରତିକ୍ରିୟା ଦେବେ, ଏହା ଦେଖିବା ପାଇଁ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ ।

ଗୀତର ପ୍ରାୟ ଦେଢ ମିନିଟ୍ ପରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହେଉଛି। ଏହି ଗୀତକୁ ବହୁତ ଭଲ ସୁଟ୍ କରାଯାଇଛି । ଅୟାନ୍ ମୁଖାର୍ଜୀଙ୍କ ଏହି ଗୀତ ପଛରେ ଥିବା ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି । ଏହି ଗୀତଟି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଏବଂ ଅରିଜିତ ସିଂ ଏବଂ ଜୋନିଥା ଗାନ୍ଧୀ ଗୀତ ଗାଇଥିବାବେଳେ ଏହାକୁ ପ୍ରୀତମ ରଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details