ଓଡିଶା

odisha

ETV Bharat / entertainment

ସେପ୍ଟେମ୍ବର ୯ରେ ରିଲିଜ ହେବ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର - ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଯାଉଛି । ଅଧିକ ପଢନ୍ତୁ

Ayan Mukerji shares what went behind making intense action scenes
ଆସନ୍ତା ୯ରେ ରିଲିଜ ହେବ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର

By

Published : Sep 4, 2022, 10:40 PM IST

ମୁମ୍ବାଇ:ଫ୍ୟାନ୍ସଙ୍କ ପ୍ରତିକ୍ଷାର ଅନ୍ତ ଘଟିଛି । ଆସନ୍ତା ୯ ତାରିଖରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ରିଲିଜ ହେବାକୁ ଯାଉଛି (Brahmastra film to release on 9th september) । ଏହା ଉଭୟଙ୍କ ପ୍ରଥମ ମାଇଥୋଲୋଜିକାଲ ଫିଲ୍ସ । ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମରେ ବ୍ରହ୍ମାସ୍ତ୍ର ଫିଲ୍ମ ପରଦାକୁ ଆସିବ ।

ଆସନ୍ତା ୯ରେ ରିଲିଜ ହେବ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର

ବ୍ରହ୍ମାସ୍ତ୍ର ରିଲିଜ ପୂର୍ବରୁ ଚଳଚ୍ଚିତ୍ରରେ ବିଗ ବି ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟଙ୍କ ସମେତ ଅନ୍ୟ ମୁଖ୍ୟ କଳାକାର କିପରି ଟେକ୍ନୋଲୋଜି ମାଧ୍ୟମରେ ତୀବ୍ର ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରିଥିଲେ ତାହା ନିର୍ଦ୍ଦେଶକ ଅୟାନ ମୂଖାର୍ଜୀ ଦର୍ଶାଇଥିଲେ । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ଯେଉଁଠାରେ ଆଧ୍ୟାତ୍ମିକତା ଟେକ୍ନୋଲୋଜି ସହିତ ସାକ୍ଷାତ ହୁଏ । ଆଉ ମାତ୍ର ୫ ଦିନର ଅପେକ୍ଷା, ଗତକାଲି ମୁଁ ବ୍ରହ୍ମାସ୍ତ୍ରର ପ୍ରତ୍ୟେକ ସଟ ଦେଖିଥିଲି । ଶେଷରେ ସମାପ୍ତ ହେଲା, ଦର୍ଶକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ।" ସେ ଆହୁରି ମଧ୍ୟ କହିଛନ୍ତି "ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୂହୁର୍ତ୍ତ । ଦୀର୍ଘ ଦିନ ଧରି ଏହାର ସୁଟିଂ ଚାଲିଥିବାବେଳେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଫିଲ୍ମ ବ୍ରହ୍ମାସ୍ତ୍ରଟି ଷ୍ଟାର ଷ୍ଟୁଡିଓ, ଧର୍ମ ପ୍ରଡକ୍ସନ, ପ୍ରାଇମ ଫୋକସ ଏବଂ ଷ୍ଟାର ଲାଇଟ ଦ୍ବାରା ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରରେ ଶିବ ଭୂମିକାରେ ନାଗାର୍ଜୁନ ଓ ମୌନି ରୟ ପ୍ରମୁଖ ଭୂମିକାରେ ରହିଛନ୍ତି । ଦର୍ଶକ ପରଦାରେ ପ୍ରଥମ ଥର ପାଇଁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ପାଇବେ ।

ଏହା ମଧ୍ୟ ପଢ଼ନ୍ତୁ:ବ୍ରହ୍ମାସ୍ତ୍ର ଟ୍ରେଲର ରିଲିଜ, ଏମିତି କହିଲେ ଦର୍ଶକ

ଏହା ପୂର୍ବରୁ ମାଇଥୋଲୋଜିକାଲ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଥିଲା । ବ୍ରହ୍ମାସ୍ତ୍ର ଏକ ମଲ୍ଟି ଷ୍ଟାର ଫିଲ୍ମ । ଫିଲ୍ମରେ ରଣବୀର ମହାଦେବଙ୍କ ଭୂମିକା ନିଭାଉଥିବାବେଳେ ଆଲିଆ ଇଶାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶିବ ହୋଇ ଦୁନିଆର ରକ୍ଷା କରୁଛନ୍ତି ରଣବୀର । ବ୍ରହ୍ମାସ୍ତ୍ର ଟ୍ରେଲରେ ରଣବୀର କପୁର ହର ହର ମହାଦେବଙ୍କ ଭୂମିକାରେ କିଛି ଅଲଗା କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ VFXର ବ୍ୟବହାର ହୋଇଛି । 2 ମିନିଟ 51 ସେକେଣ୍ଡର ଟ୍ରେଲର ଦେଖି ଫିଲ୍ମର କାହାଣୀ ସାମାନ୍ୟ ବୁଝି ପାରିଛନ୍ତି ଦର୍ଶକ । ଫିଲ୍ମରେ ଆଲିଆ ଓ ରଣବୀରଙ୍କ ରୋମାନ୍ସର ଝଲକ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଟ୍ରେଲରରେ ଫୁଲ ଡୋଜ ଏଣ୍ଟରଟେନମେଣ୍ଟ ରହିଛି ।

For All Latest Updates

ABOUT THE AUTHOR

...view details