ଓଡିଶା

odisha

ETV Bharat / entertainment

ବମ୍ବେ ହାଇକୋର୍ଟରୁ ନିରାଶ ଅନୁଷ୍କା, ଟିକସ ଆଦେଶକୁ ନେଇ ଯାଚିକା ଖାରଜ - ଅନୁଷ୍କା ଶର୍ମା

ବମ୍ବେ ହାଇକୋର୍ଟରୁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିରାଶ ହେବାକୁ ପଡିଛି । ସେଲ୍‌ସ୍‌ ଟ୍ୟାକ୍ସକୁ ଚ୍ୟାଲେଞ୍ଚ କରି ହାଇକୋର୍ଟରେ କରିଥିବା ଯାଚିକା ଖାରଜ ହୋଇଛି । ଅଧିକ ପଢନ୍ତୁ

bombay high court dismissed anushka sharma plea
ବମ୍ବେ ହାଇକୋର୍ଟରୁ ନିରାଶ ଅନୁଷ୍କା, ଟିକସ ଆଦେଶକୁ ନେଇ ଯାଚିକା ଖାରଜ

By

Published : Dec 22, 2022, 3:22 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟରୁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିରାଶ ହେବାକୁ ପଡିଛି । ସେଲସ ଟ୍ୟାକ୍ସ ଭରଣାକୁ ଚ୍ୟାଲେଞ୍ଚ କରି ବମ୍ବେ ହାଇକୋର୍ଟରେ ଦୁଇଟି ଯାଚିକା ଦାଖଲ କରିଥିଲେ ଅନୁଷ୍କା ଶର୍ମା । ଅନୁଷ୍କ ଶର୍ମାଙ୍କ ଟ୍ୟାକ୍ସ ଆଡ୍‌ଭାଇଜର୍‌ ଶ୍ରୀକାନ୍ତ ବେଲେକର ଏହି ଯାଚିକା ଦାଖଲ କରିବାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖୋଦ୍‌ ଅନୁଷ୍କା ଶର୍ମାଙ୍କ ପରିବର୍ତ୍ତେ ତାଙ୍କ ଟ୍ୟାକ୍ସ ଆଡଭାଇଜର ଏହି ଯାଚିକା ଦାଖଲ କରିଥିବାରୁ ଦୁଇଟି ଯାଚିକାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଗତ ଡିସେମ୍ବର 15 ତାରିଖରେ ଏହି ଯାଚିକାରେ ସେଲସ ଟ୍ୟାକ୍ସ ଭରଣା ନକରିବାର କୌଣସି କାରଣ ଦର୍ଶା ଯାଇନାହିଁ ବୋଲି କୋର୍ଟ କହିଛନ୍ତି ।

2012-13 ଓ 2013-14 ବର୍ଷ ପାଇଁ ବକେୟା ଥିବା ସେଲ୍‌ସ୍‌ ଟ୍ୟାକ୍ସ ଭରିବାକୁ ମଝଗାଓଁ ଡେପୁଟି କମିଶନର ନୋଟିସ୍‌ କରିଥିଲେ । ମହାରାଷ୍ଟ୍ର ନୂତନ ମୂଲ୍ୟବୃଦ୍ଧି ଅଧିନିୟମ ଅନୁଯାୟୀ ଅଧିକ ଟ୍ୟାକ୍ସ ଭରିବାକୁ କୁହାଯାଇଥିବା ଅଭିଯୋଗ କରିଥିଲେ ଅନୁଷ୍କା ଶର୍ମାଙ୍କ ପକ୍ଷ । ୨୦୧୨-୧୩ ବର୍ଷ ପାଇଁ ୧୨.୩ କୋଟି ଟଙ୍କା ଉପରେ ୧.୨ କୋଟି ସେଲ୍‌ସ୍‌ ଟ୍ୟାକ୍ସ ଲଗାଯାଇଥିଲା । ସେହିଭଳି ୨୦୧୩-୧୪ ପାଇଁ ୧୭ କୋଟି ଟଙ୍କା ଉପରେ ୧.୬ କୋଟି ଟ୍ୟାକ୍ସ ଭରଣା କରିବାକୁ ନୋଟିସରେ କୁହା ଯାଇଥିଲା ।

ଏହା ବି ପଢନ୍ତୁ....Jhoome Jo Pathaan: ବିବାଦ ଭିତରେ ଆଜି ପୁଣି ହେବ ଶାହରୁଖ-ଦୀପିକାଙ୍କ ନୂଆ ଧମାକା

ଅଭନେତ୍ରୀ ଅନୁଷ୍କା ଶର୍ମାଙ୍କ ଯାଚିକାରେ ଏହା କୁହାଯାଇଛି କି, ଟିକସର 10 ପ୍ରତିଶତ ଦିଆଯାଏ ନାହିଁ । ସେ ଯାଏଁ ଅପିଲ ଦାଖଲ କରିବାକୁ କୌଣସି ପ୍ରତିବନ୍ଧକ ନଥାଏ । ଖଣ୍ଡପୀଠ କହିଛନ୍ତି, ପରାମର୍ଶଦାତାଙ୍କ ଦ୍ବାରା ଯାଚିକା ଦାଖଲ କରିବା କେବେ ନଜୀର ନାହିଁ । ଅନୁଷ୍କାଙ୍କ ଓକିଲ ଦୀପକ ପାଠକ କହିଛନ୍ତି ଯାଚିକା ଫେରସ୍ତ କରି ନିଆଯିବ ଏବଂ ଅନୁଷ୍କାଙ୍କ ହସ୍ତାକ୍ଷର ସହିତ ପୁଣି ଦାଖଲ କରାଯିବ ।

ABOUT THE AUTHOR

...view details