ଓଡିଶା

odisha

ETV Bharat / entertainment

Celebs Reactions: BCCIର ଐତିହାସିକ ନିଷ୍ପତ୍ତି, ଖୁସି ବ୍ୟକ୍ତ କଲେ ବଲିଉଡ ସେଲିବ୍ରିଟି - ମହିଳା କ୍ରିକେଟର୍‌ ପାଇବେ ସମାନ ପରିମାଣର ପାଉଣା

BCCI's Equal Pay: ପୁରୁଷ କ୍ରିକେଟର୍‌ଙ୍କ ଭଳି ଭାରତୀୟ ମହିଳା କ୍ରିକେଟର୍‌ମାନେ ସମାନ ପରିମାଣର ପାଉଣା ପାଇବେ । ଗୁରୁବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ସ୍ୱାଗତ କରି ବଲିଉଡ ସେଲିବ୍ରିଟି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ

ବିସିସିଆଇର ଐତିହାସିକ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କଲେ ବଲିଉଡ ସେଲିବ୍ରିଟି
ବିସିସିଆଇର ଐତିହାସିକ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କଲେ ବଲିଉଡ ସେଲିବ୍ରିଟି

By

Published : Oct 28, 2022, 2:07 PM IST

ମୁମ୍ବାଇ:ଆଜିର ଯୁଗରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି । ଏଭଳି ସ୍ଥିତିରେ ମହିଳାମାନେ ପୁରୁଷଙ୍କ ସହ ସମାନ ବୋଲି କୁହାଯାଉଥିଲା, କିନ୍ତୁ କ୍ରୀଡା ଜଗତରେ ସେମାନଙ୍କ ଦେୟ ପୁରୁଷଙ୍କ ତୁଳନାରେ କମ୍ ଥିଲା। କିନ୍ତୁ, ବର୍ତ୍ତମାନ ଏହି ଅସମାନତାକୁ ଦୂର କରି ମହିଳା କ୍ରିକେଟର୍‌ମାନେ ପୁରୁଷ କ୍ରିକେଟର୍‌ଙ୍କ ଭଳି ସମାନ ପରିମାଣର ପାଉଣା ପାଇବେ। ଗୁରୁବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିସିସିଆଇର ଏହି ନିଷ୍ପତ୍ତିକୁ ବଲିଉଡ ସେଲିବ୍ରିଟି ମଧ୍ୟ ସ୍ବାଗତ କରିବା ସହ ଏହାକୁ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରିଛନ୍ତି (Bollywood Applaud's BCCI's Equal Pay Decision)।

ସୋସିଆଲ ମିଡିଆରେ ବଲିଉଡ ଷ୍ଟାରଙ୍କ ପ୍ରତିକ୍ରିୟା

ଶାହାରୁଖ ଖାନ ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ବିସିସିଆଇ ସଚିବ ଜୟ ଶାହାଙ୍କ ଟ୍ୱିଟକୁ ରିଟ୍ୱିଟ କରି ଅଭିନେତା ଲେଖିଛନ୍ତି, 'କେତେ ଭଲ ଫ୍ରଣ୍ଟ ଫୁଟ ସଟ୍‌ । ଏଥର ସମସ୍ତଙ୍କ ପାଇଁ ଖେଳ ସମାନ ହେବ। ଆଶା କରୁଛି ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ବାଟ ଖୋଲିବ ।

ତାପସୀ ପନ୍ନୁ (Taapsee Pannu) ଟ୍ୱିଟ୍ କରି ଲେଖିଛନ୍ତି, 'ଏକ ବଡ ପଦକ୍ଷେପ, ସାଧାରଣ କାମ ପାଇଁ ସାଧାରଣ ଟଙ୍କା। ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥିବାରୁ BCCI କୁ ଧନ୍ୟବାଦ । ତେବେ ତାପସୀ ନିଜେ ମଧ୍ୟ ପରଦାରେ ଜଣେ ଖେଳାଳି ଭୂମିକାରେ ଅଭିନୟ କରିଛନ୍ତି । ଚଳିତ ବର୍ଷର 'ସାବାସ ମିଠୁ'ରେ ସେ ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଭୂମିକାରେ ଅଭିନୟ କରିଥିଲେ।

ଅକ୍ଷୟ କୁମାର (Akshay Kumar) ଟ୍ୱିଟ୍ କରି ଲେଖିଛନ୍ତି, 'ଏହାକୁ ପଢିବା ପରେ ହୃଦୟ ଖୁସି ହୋଇଗଲା, ବିସିସିଆଇ ଜୟ ଶାହା ଏହା ଏକ ବଡ଼ ନିଷ୍ପତ୍ତି । ଏହାଦ୍ବାରା ମହିଳାମାନେ କ୍ରିକେଟ୍‌କୁ ଏକ ବୃତ୍ତିଗତ ବୃତ୍ତି ଭାବରେ ବାଛିବେ । ଏହା ବ୍ୟତୀତ ପ୍ରୀତି ଜିଣ୍ଟା, ଆୟୁଷ୍ମାନ ଖୁରାନା, ଦିଆ ମିର୍ଜାଙ୍କ ସହ ଅନେକ କଳାକାର ଟ୍ୱିଟ୍ କରି ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି।

ଏହା ବି ପଢନ୍ତୁ:BCCIର ବଡ ଘୋଷଣା, ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା

ଅନୁଷ୍କା ଶର୍ମା (Anushka Sharma) ବିସିସିଆଇ ସଚିବ ଜୟ ଶାହାଙ୍କ ଟ୍ୱିଟର ସ୍କ୍ରିନସଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି ଏବଂ କରତାଳି ଇମୋଜି ମାଧ୍ୟମରେ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, ଅନୁଷ୍କା ଶର୍ମାଙ୍କୁ ମଧ୍ୟ 'ଚକଦା ଏକ୍ସପ୍ରେସ' ନାମକ ଏକ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ପୂର୍ବତନ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଭୂମିକାରେ ନଜର ଆସିବେ।

ସୂଚନା ମୁତାବକ, ମହିଳା କ୍ରିକେଟର୍‌ଙ୍କୁ ପୁରୁଷଙ୍କ ଭଳି ପ୍ରାପ୍ୟ ଦେବାରେ ବିସିସିଆଇ ବିଶ୍ବରେ ତୃତୀୟ ବୋର୍ଡ ହୋଇପାରିଛି । ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ଏହାର ଖେଳାଳିମାନଙ୍କୁ ସମାନ ଧରଣର ପ୍ରାପ୍ୟ ଦେଇଆସୁଛନ୍ତି। ଭାରତୀୟ କ୍ରିକେଟ୍‌ରେ ଲିଙ୍ଗଗତ ସମାନତା ଭାବେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିବା ସମ୍ପାଦକ ଜୟ ଶାହ କହିଥିଲା ବେଳେ ଭେଦଭାବ ଦୂର କରିବା ପାଇଁ ଏହା ପ୍ରଥମ ପଦକ୍ଷେପ ମାତ୍ର ବୋଲି ଜୟ ସାମାଜିକ ଗଣମାଧ୍ୟମରେ ‌ଉଲ୍ଲେଖ କରିଛନ୍ତି । ତେବେ ଏହି ନିଷ୍ପତ୍ତି ଫଳରେ ଭାରତୀୟ ମହିଳା କ୍ରିକେଟର୍‌ମାନେ ପ୍ରତି ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ ଟଙ୍କା, ଆନ୍ତର୍ଜାତିକ ଦିନିକିଆ ପିଛା ୬ ଲକ୍ଷ ଟଙ୍କା ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପିଛା ୩ ଲକ୍ଷ ଟଙ୍କା ପାଉଣା ପାଇବେ।

ABOUT THE AUTHOR

...view details