ମୁମ୍ବାଇ: ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧାକଡ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ଦେଶର ବିଭିନ୍ନ ରାଜ୍ୟରେ ଏହି ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି। ଏହି ଖୁସିରେ, 'ଧାକଡ ଗାର୍ଲ' ବୁଦ୍ଧ ପୂର୍ଣ୍ଣିମା ଅବସରରେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଭଗବାନଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଫିଲ୍ମର ନିର୍ମାତା ଦୀପକ ମୁକୁଟ ଏବଂ ତାଙ୍କ ପତ୍ନୀ କୃଷ୍ଣ ମୁକୁଟ ମଧ୍ୟ ଅଭିନେତ୍ରୀଙ୍କ ସହ ମନ୍ଦିରରେ ଥିଲେ।
କଙ୍ଗନା ସୋମବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନ୍ଦିରରେ ଉଠାଇଥିବା ଫଟୋଗୁଡ଼ିକୁ ସେୟାର କରିଛନ୍ତି । କଙ୍ଗନା ଏକ ବାଇଗଣୀ ରଙ୍ଗର ଶାଢୀ ପିନ୍ଧି ମନ୍ଦିରରେ ପହଞ୍ଚିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଫଟୋ ସେୟାର କରିବାବେଳେ ସେ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । କଙ୍ଗନା ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ଆଜିର ଏହି ଶୁଭ ପୂର୍ଣ୍ଣିମା ଦିନରେ ମୋ ଚଳଚ୍ଚିତ୍ର 'ଧାକଡ'ର ନିର୍ମାତା ଦୀପକ ମୁକୁଟ ଜୀ, ତାଙ୍କ ପତ୍ନୀ କୃଷ୍ଣ ମୁକୁଟ ଜି ଏବଂ ଦଳର ଅନ୍ୟ କେତେକ ସଦସ୍ୟ ତିରୁପତି ବାଲା ଜୀଙ୍କର ଦର୍ଶନ କଲୁ।