ଓଡିଶା

odisha

By

Published : Mar 23, 2023, 3:14 PM IST

ETV Bharat / entertainment

Kangana Ranaut Birthday: ବନ୍ଧୁ ସହ ଶତୃଙ୍କୁ କୃତଜ୍ଞତା ଜଣାଇଲେ ଅଭିନେତ୍ରୀ କଙ୍ଗନା

ଆଜି ବିବାଦୀୟ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ 35ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ଏକ ଭିଡିଓ ସେୟାର କରି ନିଜ ବନ୍ଧୁ ସହ ଶତୃଙ୍କୁ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା । ଅଧିକ ପଢନ୍ତୁ,

ବନ୍ଧୁ ଏବଂ ଶତ୍ରୁଙ୍କୁ ଧନ୍ୟବାଦ ଜଣାଇଲେ ବିବାଦିୟ ଅଭିନେତ୍ରୀ କଙ୍ଗନା
ବନ୍ଧୁ ଏବଂ ଶତ୍ରୁଙ୍କୁ ଧନ୍ୟବାଦ ଜଣାଇଲେ ବିବାଦିୟ ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: 35ବର୍ଷ ବୟସରେ ପାଦ ଥାପିଲେ ବି ଟାଉନ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ଦକ୍ଷ ଅଭିନୟ ଏବଂ ସ୍ପଷ୍ଟବାଦୀ ସ୍ବଭାବ ପାଇଁ ସର୍ବଦା ହେଡଲାଇନରେ ରହିଥାନ୍ତି କଙ୍ଗନା । କଙ୍ଗନା ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇ ଥାଆନ୍ତି । ନିଜ ଅଭିନୟ ଏବଂ ସ୍ବଭାବ ପାଇଁ ବେଶ ସଫଳତା ହାସଲ କରିବା ସହ ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି କଙ୍ଗନା । ଏହାରି ମଧ୍ୟରେ ନିଜ ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ପରିବାର, ସାଙ୍ଗ, ପ୍ରଶଂସକ ଏବଂ ଶତୃଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ ତାଙ୍କ ପୋଷ୍ଟକୁ ଲାଇକ୍‌ କରିବା ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଜନ୍ମଦିନରେ ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ରେ ଅଭିନେତ୍ରୀ କଙ୍ଗନା ଏହି ଭିଡିଓ ସେୟାର କରି କ୍ୟାପସନରେ ହାର୍ଟରୁ ମୋ ମେସେଜ ବୋଲି ଲେଖିଛନ୍ତି । ଏହି ଭିଡିଓରେ ପ୍ରଥମେ ନିଜ ବାପା, ମା' ଏବଂ ନିଜ କୁଳଦେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସେ ନିଜ ପ୍ରିୟଜନ, ପରିବାର ସଦସ୍ୟ, ସାଙ୍ଗସାଥୀ ଫ୍ରଶଂସକ, ଶୁଭଚିନ୍ତକ ଏବଂ ଶତୃଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, "ଯେଉଁମାନେ ମୋର ନିନ୍ଦା କରୁଛନ୍ତି ମୋର ଶତୃ ଅଟନ୍ତି । ସେମାନେ ମୋତେ କେବେ ଅଳସୁଆ ହେବାକୁ ଦେଇନାହାନ୍ତି । ସର୍ବଦା ମୋତେ ଲଢିିବା ଶିଖାଇଛନ୍ତି । ଏହିପରି ଆଗକୁ ବଢାଇବା ଶିଖାଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ରହିବି । ମୁଁ ଜଣେ ସରଳ ସ୍ବଭାବର ଅଟେ । ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ଭବିଷ୍ୟକୁ ନେଇ ଯାହା ଠିକ ସେହି କାମ କରିବାକୁ ଚେଷ୍ଟା କରିଥାଏ । ଏହାରି ମଧ୍ୟରେ ଯଦି କାହାକୁ ମୋର ଆଚରଣ ଏବଂ ମୋ କଥା କାହାକୁ ଖରାପ ଲାଗିଛି, ତାହେଲେ ମୋତେ କ୍ଷମା କରିବେ । ମୋ ମନରେ କାହା ପାଇଁ ମଧ୍ୟ ଭେଦଭାବ ନାହିଁ ।"

ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକ ଖୁବ୍‌ ଲାଇକ୍‌ କରିଛନ୍ତି । ଏହା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କମେଣ୍ଟ୍‌ ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, "ଏହା ପଲିଟିକ୍ସ ପାଇଁ ନା ବାବା ବନିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।" ଅନ୍ୟ ଜଣେ ଲେଖିଛନ୍ତି, "କଙ୍ଗନାଙ୍କ ପାର୍ଲାମେଣ୍ଟ ଯିବା ସମ୍ଭବନା ଅଛି । ଆଉ ଜଣେ ଲେଖିଛନ୍ତି, "ସୁଧରି ଯାଅ ।"

କଙ୍ଗନା ରଣାୱତଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, 2006ରେ ଗ୍ୟାଙ୍ଗଷ୍ଟାର ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ କଙ୍ଗନା । ଗ୍ୟାଙ୍ଗଷ୍ଟାର ଫିଲ୍ମରେ ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ପାଇଁ ଫିଲ୍ମଫେୟାର ଆୱାର୍ଡ ଜିତିଥିଲେ । ପରେ ୱୋ ଲମହେ, ଫ୍ୟାଶନ, ରାଜ-୨, ତନୁ ୱେଡ୍ସ ମନୁ, କ୍ରିସ-3 ଭଳି ଫିଲ୍ମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି କୁଇନ, ମଣିକର୍ଣ୍ଣିକା, ତନୁ ୱେଡ୍ସ ମନୁ ରିର୍ଟନ୍ସରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ କଙ୍ଗନା । ସମସ୍ତ ଫିଲ୍ମରେ ନିଜ ଦକ୍ଷ ଅଭିନୟ ପାଇଁ ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଛନ୍ତି କଙ୍ଗନା । ଏମରଜେନ୍ସି ଫିଲ୍ମରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। 2020 ମସିହାରେ ଫିଲ୍ମ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କଙ୍ଗନା । ଏଥିସହ ନିଜ ଦକ୍ଷ ଅଭିନୟ ପାଇଁ 4ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର , 5ଟି ଫିଲ୍ମଫେୟାର ଆୱାର୍ଡ ଏବଂ 3ଟି ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ ଆୱାର୍ଡ ହାତେଇଛନ୍ତି କଙ୍ଗନା ରଣାୱତ।

ABOUT THE AUTHOR

...view details