ହାଇଦ୍ରାବାଦ: ଆଜି ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ । ରମଜାନ୍ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ । ଏଥିପାଇଁ ଦିଲ୍ଲୀ ଜାମା ମସଜିଦରେ ଆଜି ସକାଳୁ ସମୂହ ନମାଜ ପାଠ ହୋଇଛି। ଦିଲ୍ଲୀ ସମେତ ଲକ୍ଷ୍ନୌ, ଭୋପାଳ, ମୁମ୍ବାଇ ସହ ଦକ୍ଷିଣ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍। ଏହି ଶୁଭ ଅବସରରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ରମରେ ବଲିଉଡ ତାରକାମାନେ ମଧ୍ୟ ସେମାନଙ୍କ ପ୍ରଶଂସକଙ୍କୁ ଇଦ୍ ଶୁଭେଚ୍ଛା ପଠାଇଛନ୍ତି ।
ଅମିତାଭ ବଚ୍ଚନ ଟ୍ୱିଟ୍ କରି ଲେଖିଛନ୍ତି, 'ଇଦ୍ ମୁବାରକ। ଏହା ସହିତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଅଜୟ ଦେବଗନ୍ ଇଦରେ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇବାବେଳେ ଲେଖିଛନ୍ତି, 'ମୋ ଭାଇମାନଙ୍କୁ ଇଦ୍ ମୁବାରକ, ଏହି ଇଦ୍ ଶାନ୍ତି, ପ୍ରେମ, ସୁଖ ଏବଂ ସମୃଦ୍ଧି ଆଣୁ।
ମାଧୁରୀ ଦୀକ୍ଷିତ ଲେଖିଛନ୍ତି, ସମସ୍ତଙ୍କୁ ଇଦ୍ ମୁବାରକ, ଏହି ଶୁଭ ଅବସରରେ ଭଗବାନ ସମସ୍ତଙ୍କ ଘରେ ସୁଖ ଆଣନ୍ତୁ।
ହେମା ମାଳିନୀ ଇଦର ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଆସ ମୋର ସମସ୍ତ ଭାଇ ଓ ଭଉଣୀ, ଆମେ ଏକାଠି ହୋଇ ଭାରତକୁ ମହାନ ବନାଇବା।