ହାଇଦ୍ରାବାଦ: ଅଫେରା ରାଇଜରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନ୍ନଥ । ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍ ହୋଟେଲ୍’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Singer KK Passes Away: ଶୋକରେ ବୁଡିଲା ବଲିଉଡ୍ - ବଲିଉଡର ପ୍ରସିଦ୍ଧ ସିଙ୍ଗର କେକେ
ଅଫେରା ରାଇଜରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନ୍ନଥ । ତାଙ୍କ ମୃତ୍ୟୁ ପରେ ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ବିଶେଷକରି ବଲିଉଡରେ ଶୋକର ଲହରୀ ଖେଳିଯାଇଛି । କେ.କେଙ୍କୁ ମନେପକାଇ କରି ଚଳଚ୍ଚିତ୍ର ତାରକା ଗଭୀର ସମବେଦନା ଜଣାଇଛନ୍ତି । ଅଧିକ ପଢନ୍ତୁ
ପୋଲିସସୂତ୍ରରୁ ପ୍ରକାଶ, କେ.କେ.ଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଜି କୋଲ୍କାତାର ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ମୃତଦେହ ବ୍ୟବଚ୍ଛେଦ କରାଯିବ । କେ.କେ ନାମରେ ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲ୍କାତା ପୋଲିସ ‘ନ୍ୟୁ ମାର୍କେଟ୍’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି । ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ବିଶେଷକରି ବଲିଉଡରେ ଶୋକର ଲହରୀ ଖେଳିଯାଇଛି । କେ.କେ.ଙ୍କୁ ସ୍ମରଣ କରି ଚଳଚ୍ଚିତ୍ର ତାରକା ଗଭୀର ସମବେଦନା ଜଣାଇଛନ୍ତି ।