ଓଡିଶା

odisha

Wimbledon Final 2023: କାର୍ଲୋସ ଅଲକାରାଜ ଚମ୍ପିଆନ, ବି-ଟାଉନରୁ ଛୁଟିଲା ଶୁଭେଚ୍ଛା ସୁଅ

By

Published : Jul 17, 2023, 10:56 AM IST

ୱିମ୍ବଲଡନ୍ ଫାଇନାଲ୍ 2023ରେ ସ୍ପେନର ଖେଳାଳି କାର୍ଲୋସ ଅଲକାରାଜ ବିଜୟୀ ହୋଇଛନ୍ତି । ମାତ୍ର 20 ବର୍ଷ ବୟସରେ ଏହି ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି ଅଲକାରାଜ । ତାଙ୍କର ଏହି ସଫଳତା ପାଇଁ ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

କାର୍ଲୋସ ଅଲକାରାଜ ବିଜୟୀ, ବି-ଟାଉନରୁ ଛୁଟିଲା ଶୁଭେଚ୍ଛାର ସୁଅ
କାର୍ଲୋସ ଅଲକାରାଜ ବିଜୟୀ, ବି-ଟାଉନରୁ ଛୁଟିଲା ଶୁଭେଚ୍ଛାର ସୁଅ

ହାଇଦ୍ରାବାଦ: ୱିମ୍ବଲଡନ୍ ଫାଇନାଲ୍ 2023ରେ ସ୍ପେନର ଖେଳାଳି କାର୍ଲୋସ ଅଲକାରାଜ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି । ଏହା ସହିତ, 20 ବର୍ଷ ବୟସରେ ସେ ତାଙ୍କର ପ୍ରଥମ ୱିମ୍ବଲଡନ୍ ଏବଂ ଦ୍ୱିତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିଛନ୍ତି । କ୍ରୀଡାପ୍ରେମୀଙ୍କ ପାଇଁ ଏହା ଅଲ ଇଂଲଣ୍ଡ କ୍ଲବରେ ଖେଳାଯାଇଥିବା ସବୁଠାରୁ ଦମଦାର ମ୍ୟାଚ୍ ମଧ୍ୟରୁ ଗୋଟିଏ ରହିଥିଲା । ତେବେ ବର୍ତ୍ତମାନ ଅଲକାରାଜଙ୍କ ବିଜୟ ପରେ ତାଙ୍କ ପାଇଁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପରିପ୍ରେକ୍ଷୀରେ ବଲିଉଡର ଅନେକ ସେଲିବ୍ରେଟିମାନେ ମଧ୍ୟ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ବାର୍ତ୍ତା ଦେବା ସହ ତାଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ତାରକା ।

କାର୍ଲୋସ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଲେ କରୀନା କପୁର
କାର୍ଲୋସ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଲେ ମଲାଇକା ଆରୋରା

ଅଲକାରାଜଙ୍କ ୱିମ୍ବଲଡନ୍ ବିଜୟକୁ ନେଇ କରୀନା କପୁର ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ସେ ଏହି ପୋଷ୍ଟରେ ଲେଖିଛନ୍ତି, 'କ'ଣ ଖେଳିଲ, ଏକ ସୁପରଷ୍ଟାର ଜନ୍ମ ହୋଇଛି ।' ସେହିପରି ଆୟୁଷ୍ମାନ ଖୁରାନା ଟ୍ୱିଟ୍ କରି କହିଛନ୍ତି, "ଏହି ଯୁବ କିମ୍ବଦନ୍ତୀ ପାଇଁ ରାସ୍ତା ପ୍ରସ୍ତୁତ କର । 20 ବର୍ଷ ବୟସରେ ପ୍ରତିଭା ଏବଂ ସ୍ୱଭାବର ଏକ ମିଶ୍ରଣ ବହୁତ କମ କାର୍ଲୋସ ଅଲକାରାଜ ।"

କାର୍ଲୋସ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଲେ ନେହା ଧୁପିଆ
କାର୍ଲୋସ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଲେ ସିଦ୍ଧାର୍ଥ ମଲହୋତ୍ରା

ଅନ୍ୟପଟେ ସିଦ୍ଧାର୍ଥ ମଲହୋତ୍ରା ଅଲକାରାଜଙ୍କ ଟ୍ରଫି ସହ ଏକ ଫଟୋ ସେୟାର କରି ତାଙ୍କୁ ପ୍ରଶଂସା କରିଥିଲେ ଏବଂ କରତାଳି ଇମୋଜି ମଧ୍ୟ ଦେଇଥିଲେ । ସେହିପରି ଅଙ୍ଗଦ ବେଦୀ, ନେହା ଧୁପିଆ ଏବଂ ମଲାଇକା ଆରୋରା ମଧ୍ୟ କାର୍ଲୋସ ଅଲକାରାଜଙ୍କୁ ପ୍ରଶଂସା କରିଥିଲେ । ଏଥିସହ ସୋନମ କପୁରଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲାଇଭ ୱିମ୍ବଲଡନ ଫାଇନାଲ ମ୍ୟାଚକୁ ଉପଭୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜେତାଙ୍କ ପାଇଁ ବଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ

ସୂଚନା ଥାଉ କି, ୱିମ୍ବଲଡନ୍ 2023 ରେ କାର୍ଲୋସ୍ ଅଲକାରାଜ୍ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରିଥିଲେ । ୱିମ୍ବଲଡନ ପୁରୁଷ ଏକକ ଫାଇନାଲରେ ତାରକା ଭେରଟାନ ନୋଭାକ ଜୋକୋଭିକଙ୍କୁ 1-6,7-6 (8-6) 6-1,3-6, 6-4 ସେଟରେ ପରାସ୍ତ କରିଛନ୍ତି କାର୍ଲୋସ ଅଲକାରାଜ । ମାତ୍ର 20 ବୟସରେ ଅଭିଜ୍ଞ ଅନୁଭବୀ 23ଥର ଗ୍ଲାଣ୍ଡସ୍ଲମ ଟାଇଟଲ ବିଜେତା ନୋଭାକ ଜୋକୋଭିକଙ୍କୁ ଯେଉଁ ଭଳି ଭାବେ ପରାସ୍ତ କରି ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି ତାହା ସମଗ୍ର ବିଶ୍ବକୁ ଚକିତ କରିଛି । ଅଲକାରାଜ ଜଣେ ସ୍ପେନୀୟ ଟେନିସ୍ ଖେଳାଳି । ଅଲକାରାଜ ବର୍ତ୍ତମାନ ଏଟିପି (ଆସୋସିଏସନ୍ ଅଫ୍ ଟେନିସ୍ ପ୍ରଫେସନାଲ୍)ରେ ଏକ ନମ୍ବର ଖେଳାଳି ଅଟନ୍ତି । ଏହାପୂର୍ବରୁ, 19 ବର୍ଷ ବୟସରେ ସେ ୟୁଏସ୍ ଓପନ୍ ଟାଇଟଲ୍ ମଧ୍ୟ ଜିତିଥିଲେ ।

ABOUT THE AUTHOR

...view details