ମୁମ୍ବାଇ: ବଲିଉଡ ଅଭିନେତା ଅନୁପମ ଖେରଙ୍କ ପତ୍ନୀ, ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ ଖେର କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଦିନ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଅଭିନେତ୍ରୀ। ଏଥିସହ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି କିରନ । ଟ୍ବିଟ ଜରିଆରେ କିରନ୍ କରୋନାରେ ଆକ୍ରାନ୍ତ ହେବା ନେଇ ସୂଚନା ଦେବା ସହ ଲେଖିଛନ୍ତି, "ମୁଁ କରୋନା ସଂକ୍ରମିତ ହୋଇସାରିଛି, ଯିଏ ମୋତେ ଭେଟିଛନ୍ତି, ସେ ନିଶ୍ଚିତ ଭାବରେ ସେମାନଙ୍କ ଟେଷ୍ଟ କରାନ୍ତୁ।" ତେବେ ଏହି ଖବର ଖବର ଶୁଣି ଅନେକ ତାରକା ଏବଂ ଫ୍ୟାନ୍ସ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
Kirron Kher Corona: କିରନ୍ ଖେର ଅସୁସ୍ଥ, ଟ୍ୱିଟ୍ କରି ଦେଲେ ସୂଚନା - ANUPAM KHERS WIFE CORONA POSITIVE
ବଲିଉଡର ପ୍ରସିଦ୍ଧ କଳାକାର ଅନୁପମ ଖେରଙ୍କ ପତ୍ନୀ ତଥା ବିଜେପି ସାଂସଦ କିରନ୍ ଖେର କରୋନା ପଜିଟିଭ୍ ହୋଇଛନ୍ତି। ଏକ ଟ୍ବିଟ ମାଧ୍ୟମରେ କିରନ ଏହି ସୂଚନା ଦେଇଛନ୍ତି। ଏହି ଖବର ଶୁଣି ଅନେକ ତାରକା ଏବଂ ଫ୍ୟାନ୍ସ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଅଧିକ ପଢନ୍ତୁ
ସୂଚନା ଥାଉ କି, ତିନି ବର୍ଷ ପୂର୍ବେ ଅଭିନେତ୍ରୀଙ୍କ ବିଷୟରେ ଖବର ଆସିଥିଲା ଯେ ସେ ମଲ୍ଟିପୋଲ ମାଇଲୋମା ନାମକ ଏକ ରୋଗର ଶିକାର ହୋଇଥିଲେ। ଏହାକୁ ଏକ ପ୍ରକାର ରକ୍ତ କର୍କଟ କୁହାଯାଏ। ତେବେ କିରଣ ଏହାର ଚିକିତ୍ସା କରି ସୁସ୍ଥ ହୋଇଥିଲେ। କିରଣ କର୍କଟ ରୋଗରୁ ମୁକ୍ତି ନେଇ ତାଙ୍କ ସ୍ବାମୀ ଅନୁପମ ଏ ବିଷୟରେ ସୂଚନା ଦେଇଥିଲେ। ତେବେ କିରନ୍ ଖେର ବର୍ତ୍ତମାନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି ଏବଂ ସେ ତାଙ୍କ ରୁମରେ ବିଶ୍ରାମ ନେଉଥିବାର ଜଣାପଡିଛି। ସେପଟେ ଏହି ସମୟରେ ଅନୁପମ ଖେର ତାଙ୍କର ବନ୍ଧୁ ସତୀଶ କୌଶିକଙ୍କ ପ୍ରାର୍ଥନା ସଭାରେ ଉପସ୍ଥିତ ଥିଲେ। ଗତକାଲି ରାତିରେ ସେ ତାଙ୍କ ଫଟୋକୁ ସଜାଇ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାର ନଜର ଆସିଥିଲେ। ତେବେ ଏହି ଖବର ଖବର ଶୁଣି ସ୍ବାମୀ, ଅନେକ ତାରକା ଏବଂ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି।
କିରନଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, 1983 ମସିହାରେ କିରନ୍ ଖେର 'ଆସରା ପ୍ୟାର୍ ଦା' ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ତାଙ୍କର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ଥିଲା, ଯେଉଁଥିରେ ସେ 5ବର୍ଷ କାମ କରିଥିଲେ। ଏହା ପରେ, 1988 ମସିହାରେ, ଅଭିନେତ୍ରୀ ପେସ୍ତୋଜୀ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ କିରନ୍ ଖେର ଅଭିନୟ ଲୋକଙ୍କୁ ପାଗଳ କରିଦେଇଥିଲା। ଫଳରେ ସେ ବେଶ ସଫଳତା ହାସଲ କରିପାରିଥିଲେ। ଅଭିନେତ୍ରୀ କିରନ୍ ବଲିଉଡରେ ପ୍ରବେଶ କରିବା ପୂର୍ବରୁ 1985 ରେ ଅଭିନେତା ଅନୁପମ ଖେରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଏହି ବିବାହରୁ କୌଣସି ସନ୍ତାନ ନାହାଁନ୍ତି, କିନ୍ତୁ କିରନଙ୍କର ପ୍ରଥମ ବିବାହରୁ ଏକ ପୁଅ ସିକନ୍ଦର ଖେର ଥିଲେ, ଯିଏ ତାଙ୍କ ମାଙ୍କ ସହ ରୁହନ୍ତି ।