ଋଷିକେଶ: 90 ଦଶକର ଚର୍ଚ୍ଚିତ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଉତ୍ତରାଖଣ୍ଡରରେ ଛୁଟି କାଟୁଛନ୍ତି । ଫଟୋ ଏବଂ ଭିଡିଓ ରିଲ ମାଧ୍ୟମରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତୀର୍ଥନଗରୀ ଋଷିକେଶରେ ଥିବା ଗଙ୍ଗା କୂଳରେ ବିତାଇଥିବା ସମୟକୁ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । କରିସ୍ମା ଫଟୋ କ୍ୟାପସନରେ ଲେଖିଛନ୍ତି ଯେ 'ମୋର ହୃଦୟ ଦୂର ପାହାଡରେ ହଜିଯାଇଛି।'
ଦେବଭୂମିରେ କରିସ୍ମା, ଦୂରପାହାଡରେ ହଜାଇ ଦେଲେ ହୃଦୟ - କରିସ୍ମା କପୁର ପୋଷ୍ଟ
ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଉତ୍ତରାଖଣ୍ଡରରେ ଛୁଟି କାଟୁଛନ୍ତି । ତୀର୍ଥନଗରୀ ଋଷିକେଶରେ ଥିବା ଗଙ୍ଗା କୂଳରେ ବିତାଇଥିବା ସମୟକୁ ଫଟୋ ଏବଂ ଭିଡିଓ ମାଧ୍ୟମରେ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଧିକ ପଢନ୍ତୁ
କରିସ୍ମା କପୁର ସୋମବାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ରିଲ୍ ଅପଲୋଡ୍ କରିଛନ୍ତି, ଏହି ଭିଡିଓ ରିଲ ମଧ୍ୟରୁ ଗୋଟିଏ ଗଙ୍ଗା କୂଳରେ ପାଣି ସହ କଳ୍ପନାଜଳ୍ପନା କରୁଥିବାବେଳେ ସେୟାର କରାଯାଇଛି। କେବଳ ଏତିକି ନୁହେଁ, ଅଭିନେତ୍ରୀ କରିସ୍ମା ମଧ୍ୟ ଇନଷ୍ଟାଗ୍ରାମ ପୃଷ୍ଠାରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପର୍ବତ ଉପତ୍ୟକାର ସବୁଜତା ମଧ୍ୟରେ ଏକ ଧଳା ଏବଂ ନାଲି ସାଲୱାର କୁର୍ତ୍ତାରେ ନଜର ଆସିଛନ୍ତି । ପଛରେ ସୁନ୍ଦର ପର୍ବତ, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଏକ ମନୋହର ଦୃଶ୍ୟ ନଜର ଆସୁଛି ।
କରିସ୍ମା କପୁରଙ୍କ ଏହି ଫଟୋ ଦୁଇ ଦିନ ପୁରୁଣା । ଯେତେବେଳେ କି ତାଙ୍କର ଏହି ଭିଡିଓ ସୋମବାର ସକାଳର ଅଟେ । ସେ ଗଙ୍ଗା କୂଳରେ ସୁଟ୍ କରାଯାଇଥିବା ଏହି ଭିଡିଓ ରିଲରେ ସେ ଭିନ୍ନ ଭିନ୍ନ ପୋଜରେ ନଜର ଆସିଛନ୍ତି । ଭିଡିଓ କ୍ଲିପ୍ ସହିତ ସେ ଲେଖିଛନ୍ତି ଯେ 'ଏହା ହେଉଛି ସେହି ସ୍ଥାନ ଯାହା ଆତ୍ମାକୁ ଇନ୍ଧନ ଦିଏ'। ଏହା ସହିତ ସେ ଏହାର କ୍ୟାପସନ୍ ସହିତ କିଛି ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି । ତାଙ୍କ ପ୍ରଶଂସକମାନେ ଏହି ଭିଡିଓ ପୋଷ୍ଟ ଏବଂ କରିସ୍ମା କପୁରଙ୍କ ଫଟୋ ଉପରେ ବିଭିନ୍ନ ମନ୍ତବ୍ୟ ପଠାଇଛନ୍ତି। କିଛି ପ୍ରଶଂସକ ତାଙ୍କୁ ତାଙ୍କର 90 ଦଶକ ବିଷୟରେ ମଧ୍ୟ ମନେ ପକାଇ ଦେଇଛନ୍ତି ।