ହାଇଦ୍ରାବାଦ:ଇସ୍ରାଏଲ ଓ ପାଲେଷ୍ଟାଇନ ଅଧିକୃତ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଶନିବାର ଦିନ ଠାରୁ ପାଲେଷ୍ଟାଇନର ହମାସ ଆତଙ୍କବାଦୀର ଇସ୍ରାଏଲ ଉପରେ 5000 ରକେଟ ମାଡ କରିଥିଲା । ତାହା ପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଘନାଇବାରେ ଲାଗିଛି । ଯୁଦ୍ଧର ତୃତୀୟ ଦିନ ସୁଦ୍ଧା 2 ଦେଶର 1 ହଜାରରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅନେକ ଦେଶ ଏହି ୨ ଦେଶ ପ୍ରତି ଭିନ୍ନଭିନ୍ନ ସମର୍ଥନ ଘୋଷଣା କରିଥିବା ବେଳେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀମାନେ ମଧ୍ୟ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ସ୍ୱରା ଭାସ୍କର ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସ୍ୱରା ଭାସ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସ୍ୱରା ଲେଖିଛନ୍ତି- 'ଯେତେବେଳେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କଲା ସେତେବେଳେ ଏହା ଆପଣକୁ ଚକିତ କରିନଥିଲା । କିନ୍ତୁ ପାଲେଷ୍ଟାଇନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କାହିଁକି ଆପଣକୁ ଆଶ୍ଚର୍ଯ୍ୟ କରୁଛି । ଯେତେବେଳେ ଇସ୍ରାଏଲୀୟମାନେ ପାଲେଷ୍ଟାଇନ୍ ଲୋକଙ୍କ ଘର ନଷ୍ଟ କରି ଜବରଦଖଲ କରି ନେଇଗଲେ । ଏପରିକି ପାଲେଷ୍ଟାଇନ୍ର ପିଲାମାନଙ୍କୁ ଛାଡ଼ି ନଥିଲେ । ଦଶନ୍ଧି ଧରି ଗାଜା ଉପରେ ବୋମା ପକାଇଥିଲା । ଇସ୍ରାଏଲ୍ରେ ଶୋକ କରୁଥିବା ଲୋକମାନେ କପଟୀ ଅଟନ୍ତି ।
ସେହିପରି କଙ୍ଗନା ରାଣାୱତ ଇସ୍ରାଏଲକୁ ସମର୍ଥନ କରିଛନ୍ତି । କଙ୍ଗନା ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ସୋସିଆଲ ମିଡିଆରେ ଇସ୍ରାଏଲର ମହିଳାଙ୍କ ଫଟୋ ଦେଖିବା ପରେ ହୃଦୟ ଭାଙ୍ଗିଯାଇଛି । ଆତଙ୍କବାଦୀମାନେ ସେମାନଙ୍କ ମୃତଦେହକୁ ମଧ୍ୟ ଛାଡୁନାହାନ୍ତି । ସେମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରୁଛନ୍ତି । ପ୍ରତ୍ୟେକ ଶହୀଦ ଏକ ସମ୍ମାନଜନକ ମୃତ୍ୟୁର ଯୋଗ୍ୟ ବୋଲି ସେ କହିଛନ୍ତି ।