ହାଇଦ୍ରାବାଦ: ଟଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର । ସୋସିଆଲ ମିଡିଆରେ ଫିଲ୍ମ ସୁଟିଂ ସେଟ୍ର ଏକ ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ଏହି ଅଭିନେତ୍ରୀ । ସାଉଥ ଫିଲ୍ମ NTR 30ରେ ନଜର ଆସିବେ ଜାନଭୀ କପୁର । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଏହି ପୋଷ୍ଟକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟରେ ଜାହ୍ନବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଜାନଭୀ ସୁଟିଂ ସେଟରୁ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋଗୁଡିକୁ ସେୟାର୍ କରି ଜାହ୍ନବୀ ତାଙ୍କ ଟଲିଉଡ୍ ଡେବ୍ୟୁ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଜାହ୍ନବୀ କପୁର ସେୟାର କରିଥିବା ଫଟୋରେ ସବୁଜ ରଙ୍ଗର ରେଶମ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଏକ ସୁନ୍ଦର କ୍ୟାପସନ୍ ଦେଇ ଲେଖିଛନ୍ତି, "ହାପି ଡେ, NTR 30 ପାଇଁ ସ୍ପେଶାଲ ଯାତ୍ରା ଆରମ୍ଭ ହୋଇଛି ।" ତେବେ ଏହି ପୋଷ୍ଟ ଦେଖି ସମ୍ପର୍କୀୟ, ଫ୍ୟାନ୍ସ ଲାଇକ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ତା ସହ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି ।
NTR 30 ଫିଲ୍ମ ମୁହୁର୍ତ୍ତର ଫଟୋ
ଜାହ୍ନବୀ କପୁରଙ୍କ ଏହି ପୋଷ୍ଟରେ ତାଙ୍କ ସମ୍ପର୍କୀୟ ଶନାୟା ପାଣ୍ଡେ ହାର୍ଟ ଇମୋଜି ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କ ମାମୁଁ (ସଞ୍ଜୟ-ମହୀପ କପୁର) ତାଙ୍କୁ ନୂଆ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଜାହ୍ନବୀ କପୁରଙ୍କ ପ୍ରଶଂସକମାନେ ତାଙ୍କର ପ୍ରଥମ ଦକ୍ଷିଣ ଚଳଚ୍ଚିତ୍ର NTR 30 ରିଲିଜକୁ ଅପେକ୍ଷା କରି ବସିଛନ୍ତି ଏବଂ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଜାହ୍ନବୀ ସାଉଥ ସୁପରଷ୍ଟାର ତଥା ଓସ୍କାର ବିଜେତା ଚଳଚ୍ଚିତ୍ର RRRର ମୁଖ୍ୟ ଅଭିନେତା ଜୁନିଅର ଏନଟିଆରଙ୍କ ସହ ଟଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି କୋରତାଲା ସିବା । ଏହାପୂର୍ବରୁ ଫିଲ୍ମର ଶୁଭ ମହୁରତର ଫଟୋ ସେୟାର କରାଯାଇଥିଲା । ଯେଉଁଥିରେ ଫିଲ୍ମର ମୁଖ୍ୟ କଳାକାର NTR 30, 'RRR'ର ନିର୍ଦ୍ଦେଶକ ଜୁନିଅର ଏନଟିଆର, ଏସ୍ ଏସ୍ ରାଜାମୌଲିଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମ NTR 30କୁ ନେଇ RRR ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ମଧ୍ୟ ଶୁଭକାମନା ଜଣାଇଛନ୍ତି ।
ସୂଚନା ଥାଉ କି, ଜାହ୍ନବୀ କପୁର 2018ରେ ଧଡକ ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପାଞ୍ଚ ବର୍ଷର କ୍ୟାରିୟରରେ ଜାନଭୀ 6ଟି ଫିଲ୍ମରେ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଜାନଭୀ କପୁରଙ୍କ 2ଟି ହିନ୍ଦୀ ଫିଲ୍ମ ପ୍ରସ୍ତୁତ ଏବଂ ରିଲିଜକୁ ଅପେକ୍ଷା କରିଛି । ଫିଲ୍ମ 2ଟି ହେଲା 'ବୱାଲ' ଏବଂ 'ଶ୍ରୀ ଏବଂ ଶ୍ରୀମତୀ ମାହି' । ଜାହ୍ନବୀ ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ 'ବୱାଲ'ରେ ବରୁଣ ଧୱନଙ୍କ ସହ ନଜର ଆସିବାକୁ ଥିବା ବେଳେ ରାଜକୁମାର ରାଓଙ୍କ ବିପକ୍ଷରେ ଏକ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ 'ଶ୍ରୀ ଏବଂ ଶ୍ରୀମତୀ ମାହି'ରେ ନଜର ଆସିବେ । ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖକୁ ଅପେକ୍ଷା କରାଯାଇଛି ।