ଓଡିଶା

odisha

ବୋଲ୍ଡ ଲୁକରେ ଦିଶା, ବଢାଇଲେ ଇଣ୍ଟରନେଟର ପାରଦ

By

Published : Mar 16, 2023, 2:09 PM IST

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀ ଦିଶା ପଟାନୀଙ୍କ ହଟ୍ ଲୁକ ଭିଡିଓ, ଜାଣନ୍ତୁ ଏନେଇ ଫ୍ୟାନ୍ସଙ୍କ ପ୍ରତିକ୍ରିୟା କଣ ରହିଛି ।

ବୋଲ୍ଡ ଲୁକରେ ବଲିଉଡ ଅଭିନେତ୍ରୀ ଦିଶା ପାଟାନୀ
ବୋଲ୍ଡ ଲୁକରେ ବଲିଉଡ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ:ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଦିଶା ପଟାନୀ ସର୍ବଦା ନିଜ ହଟ୍ ଲୁକକୁ ନେଇ ହେଡଲାଇନରେ ଥାଆନ୍ତି । ସେହିପରି ବର୍ତ୍ତମାନ ଦିଶା ପଟାନୀଙ୍କ ଆଉ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦିଶା ବୋଲ୍ଡ ଲୁକରେ ନଜର ଆସିଛନ୍ତି । ଦିଶା ଏହି ଲୁକ ନେଇ ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଇଛନ୍ତି ।

ଅଭିନେତ୍ରୀ ଦିଶା ପଟାନୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ନିଜ ହଟ ଲୁକର ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓରେ ଲାଲ ରଙ୍ଗର ଛୋଟ ପୋଷାକରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏବଂ ଏହାକୁ ଅନେକ ତାରକା ସହ ପ୍ରଶଂସକ ଲାଇକ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଅଭିନେତ୍ରୀ ମୌନି ରୟ ମଧ୍ୟ ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ufff ଦେଖ ମୋ ବେବି ଲଭକୁ। ସେହିପରି ଜଣେ ପ୍ରଶଂସକ ଲେଖିଛନ୍ତି, ଏତେ ହଟ ଆପଣ ଯେ, ମୋ ଫୋନକୁ ଗରମ କରିଦେଲେ । ଅନ୍ୟଜଣେ ଲେଖିଛନ୍ତି, ଆଗାମୀ ବଲିଉଡ କୁଇନ ହେଉଛନ୍ତି ଦିଶା । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ufff କି ଆଦା ।

ଦିଶାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, 2016ରେ 'ଧୋନି ଅନଟୋଲ୍ଡ ଷ୍ଟୋରୀ' ଫିଲ୍ମରୁ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ଦିଶା ପଟାନୀ । 2018ରେ ବାଗି-2, 2019ରେ ପାରତ, 2020ରେ ମଲଙ୍ଗ, ବାଗି-3, 2021ରେ ରାଧେ, 2022ରେ ଏକ ଭିଲେନ ରିର୍ଟନ୍ସ ଫିଲ୍ମରେ ନିଜ ଅଭିନୟ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଆଗାମୀ ଫିଲ୍ମ ଯୋଦ୍ଧାରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ ଦିଶା । ଯାହା ଜୁଲାଇ 7ରେ ରିଲିଜ ହେବାକୁ ଯାଉଛି । ଏଥିସହ ପ୍ରୋଜେକ୍ଟ-କେରେ ମଧ୍ୟ ନଜର ଆସିବେ ଦିଶା । ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର ପ୍ରଭାସ, ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଯାହା 2024ରେ ରିଲିଜ ହେବ ବୋଲି କୁହାଯାଉଛି ।

ସୂଚନା ଥାଉ କି, 27 ଜୁଲାଇ 1995 ରେ ବରେଲି ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଦିଶାଙ୍କ ପିତାଙ୍କ ନାମ ଜଗଦୀଶ ପଟାନୀ । ଦିଶା ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ହେବା ସହ ସେ ନିଜ ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସ ଦକ୍ଷତା ପାଇଁ ବେଶ ଜଣାଶୁଣା । ଦିଶା ସର୍ବଦା ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହିଥାନ୍ତି ଏବଂ ଏଥିରେ ତାଙ୍କର 57 ମିଲିୟନରୁ ଅଧିକ ଫୋଲର୍ସ ରହିଥିବା ବେଳେ ସେ ଦୁଇ ହଜାରରୁ ଅଧିକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କର ପ୍ରତ୍ୟେକ ଫଟୋ ଏବଂ ଭିଡିଓ ଉପରେ ଫ୍ୟାନ୍ସ କମେଣ୍ଟ ବର୍ଷା କରନ୍ତି ।

ABOUT THE AUTHOR

...view details