ଓଡିଶା

odisha

ETV Bharat / entertainment

OSCAR Award 2023: ଆମେରିକା ଅଭିମୁଖେ ଦୀପିକା ପାଦୁକୋନ

ଓସ୍କାର ଆୱାର୍ଡ ସମାରୋହ 2023 ପାଇଁ ଆମେରିକା ଅଭିମୁଖେ ଦୀପିକା ପାଦୁକୋନ୍ । ବିମାନବନ୍ଦରରେ ଷ୍ଟାଇଲିଶ ଲୁକରେ ଆସିଥିଲେ ନଜର । ସମାରୋହରେ ଉପସ୍ଥାପିକା ଭାବରେ ଦେବେ ଯୋଗ । ଅଧିକ ପଢନ୍ତୁ,

OSCAR AWARD 2023: ଆମେରିକା ଅଭିମୁଖେ ଦୀପିକା ପାଦୁକୋନ
OSCAR AWARD 2023: ଆମେରିକା ଅଭିମୁଖେ ଦୀପିକା ପାଦୁକୋନ

By

Published : Mar 10, 2023, 12:12 PM IST

ମୁମ୍ବାଇ: ଓସ୍କାର ଆୱାର୍ଡ 2023 ସମାରୋହ ପାଇଁ ସାରା ଦେଶର ଉତ୍ସାହର ସହ ଅପେକ୍ଷା କରି ରହିଛି । ଏହାରି ମଧ୍ୟରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ସମାରୋହରେ ଯୋଗ ଦେବା ପାଇଁ ଆମେରିକା ଅଭିମୁଖେ ବାହାରିଛନ୍ତି । ଗୁରୁବାର ରାତିରେ ମୁମ୍ବାଇ ବିମାନବନ୍ଦରୁ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି ଅଭିନେତ୍ରୀ । ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ମାନଜନକ ପୁରସ୍କାର ସମାରୋହ ଓସ୍କାର ଆୱାର୍ଡ 2023 ମାର୍ଚ୍ଚ 12ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ।

ତେବେ ଏଥର ଭାରତ 3ଟି କାରଣରୁ ଓସ୍କାରରେ ସାମିଲ ହୋଇଛି । ପ୍ରଥମଟି ହେଉଛି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର ଆରଆରଆର ସୁପରହିଟ୍ ଗୀତ ନାଟୁ-ନାଟୁ ଶ୍ରେଷ୍ଟ ଗୀତ ଭାବେ ମନୋନୀତ ହୋଇଛି ଏବଂ ଫିଚର ଫିଲ୍ମ ବର୍ଗରେ ଦୁଇଟି ଚଳଚ୍ଚିତ୍ର ମନୋନୀତ ହୋଇଛି ଏବଂ ତୃତୀୟଟି ହେଉଛି ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ନଜର ଆସିବେ ।

ଦୀପିକା ପାଦୁକୋନଙ୍କୁ ଗୁରୁବାର ରାତିରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କ ଗ୍ଲାମରସ ଲୁକରେ ଦେଖିବାକୁ ମିଳିଥିଲା । ଦୀପିକାଙ୍କ ସହ ସ୍ବାମୀ ରଣବୀର ସିଂ ମଧ୍ୟ ବିମାନ ବନ୍ଦରରେ ନଜର ଆସିଥିଲେ । ରଣବୀର ସିଂଙ୍କ ସମ୍ପୂର୍ଣ୍ଣ ଲୁକ ଦେଖାଯାଇ ନ ଥିବା ବେଳେ ଅଭିନେତା କାର ଭିତରେ ବସିଥିବାର ଦେଖାଯାଇଥିଲା । ଦୀପିକା ଏକ ନୀଳ ରଙ୍ଗର କୋଟ ଏବଂ ତଳେ ବ୍ଲୁ ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ । ଏଥିସହ ଖୋଲା କେଶରେ ମୁହଁରେ ସୁନ୍ଦର ଚଷମା ମଧ୍ୟ ପିନ୍ଧିଥିଲେ । ଏହା ବ୍ୟତୀତ ଦୀପିକା ତାଙ୍କ ହାତରେ ଏକ କଳା ରଙ୍ଗର କମଫି ହ୍ୟାଣ୍ଡ ବ୍ୟାଗ ଧରିଥିଲେ । ଦୀପିକା ଏହି ଲୁକରେ ବହୁ ସୁନ୍ଦର ଦେଖାଯାଉଥିଲେ।

ସୂଚନା ଥାଉ କି, ନିକଟରେ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲେ। ସେ କହିଥିଲେ ଯେ, ଓସ୍କାର ଆୱାର୍ଡ 2023 ସମାରୋହ ପାଇଁ ଉପସ୍ଥାପିକା ଭାବରେ ମନୋନୀତ ହୋଇଛନ୍ତି। ଏହି ଖବର ଶୁଣି ଦୀପିକାଙ୍କ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା । ଏହି ସଫଳତା ପାଇଁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣଭୀର ସିଂ ମଧ୍ୟ ଏହି ଖବର ଶୁଣି ଗର୍ବ ଅନୁଭବ କରିଥିଲେ । ତେବେ ପୂର୍ବରୁ ଦୀପିକା ପାଦୁକୋନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2022ରେ ଏକ ଜୁରି ସଦସ୍ୟ ଭାବରେ ଯୋଗଦେବାର ସୁଯୋଗ ପାଇଥିଲେ ।

ABOUT THE AUTHOR

...view details