ଓଡିଶା

odisha

ETV Bharat / entertainment

Anushka Sharma: ଅଭିନେତ୍ରୀଙ୍କ ନାଁରେ ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ - ବମ୍ବେ ହାଇକୋର୍ଟ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗ୍ରହଣ କରିଥିବା ରାଶି ଉପରେ ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ବମ୍ବେ ହାଇକୋର୍ଟରେ ବିଭାଗ ଦ୍ବାରା ଦାୟର ମାମଲା ଶୁଣାଣି କରାଯାଇଥିଲା। ଆଜି ମଧ୍ୟ ଶୁଣାଣି ଜାରି ରହିବ। ଅଧିକ ପଢନ୍ତୁ,

ଅନୁଷ୍କା ଶର୍ମାଙ୍କ ନାଁରେ ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ
ଅନୁଷ୍କା ଶର୍ମାଙ୍କ ନାଁରେ ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ

By

Published : Mar 30, 2023, 11:58 AM IST

ମୁମ୍ବାଇ:ପୁଣି ଚର୍ଚ୍ଚାରେବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା । ଏଥର କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ,ବରଂ ଅନୁଷ୍କା ଶର୍ମାଙ୍କ ନାଁରେ ସେଲ୍ସ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ହୋଇଛି । ମଞ୍ଚ ପ୍ରଦର୍ଶନୀ ପାଇଁ ଅନୁଷ୍କା ଶର୍ମାଙ୍କୁ ଦେବାକୁ ପଡିବ ଟ୍ୟାକ୍ସ ବୋଲି କହିଛି ବିଭାଗ । ବୁଧବାର ଦିନ ସେଲ୍ସ ଟ୍ୟାକ୍ସ ବିଭାଗ ଦ୍ବାରା ଦାୟର ଏହି ମାମଲାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଆଜି ମଧ୍ୟ ଶୁଣାଣି ଜାରି ରହିବା ନେଇ ସୂଚନା ମିଳିଛି।

ବୁଧବାର ଦିନ ବମ୍ବେ ହାଇକୋର୍ଟରେ ଅନୁଷ୍କା ଶର୍ମା ସେଲ୍ସ ଟ୍ୟାକ୍ସ ଫାଙ୍କିବା ନେଇ ବିଭାଗ ମାମଲା ଦାୟର କରିଛି । ଏହି ପରିପ୍ରକ୍ଷୀରେ ସେଲ୍ସ ଟ୍ୟାକ୍ସ ବିଭାଗ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅନୁଷ୍କା ତାଙ୍କ କପିରାଇଟ୍ ଆୟୋଜନ ଗୁଡିକର ନିର୍ମାତାଙ୍କୁ ସ୍ଥାନାନ୍ତର କରିଛନ୍ତି ଯାହା ବିକ୍ରି କରିବା ସହିତ ସମାନ ଅଟେ । ତେବେ ଶର୍ମା ଦାଖଲ କରିଥିବା 4ଟି ପିଟିସନର ଜବାବରେ ଆୟକର ବିଭାଗ ବୁଧବାର ଏହାର ଶପଥପାଠ ଦାଖଲ କରିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ମୂଲ୍ୟଯୁକ୍ତ ଟିକସ ଅଧିନିୟମ ଅନୁଯାୟୀ ମୂଲ୍ୟାଙ୍କନ ବର୍ଷ 2012 ରୁ 2016 ମଧ୍ୟରେ ସେଲ୍ସ ଟ୍ୟାକ୍ସ ବିଭାଗର ଡେପୁଟି କମିଶନରଙ୍କ ଦ୍ବାରା ପଠାଯାଇଥିବା 4ଟି ନିର୍ଦ୍ଦେଶରେ ଅନୁଷ୍କା ଚ୍ୟାଲେଞ୍ଜ କରିଥିଲେ। ବମ୍ବେ ହାଇକୋର୍ଟରେ ଅନୁଷ୍କା ଶର୍ମାଙ୍କ ଏହି ମାମଲାରେ ସେଲ୍ସ ଟ୍ୟାକ୍ସ ବିଭାଗ ଏହାର ରାୟ ଦେଇଛି।

ବୁଧବାର ଜଷ୍ଟିସ୍ ନିତିନ ଜାମଦାର ଏବଂ ନ୍ୟାୟମୂର୍ତ୍ତି ଅଭୟ ଅହୁଜାଙ୍କ ଏକ ବେଞ୍ଚରେ ଦାଖଲ ହୋଇଥିବା ଏହାର ଶପଥପାଠରେ ଅଭିନେତ୍ରୀଙ୍କ ଯୁକ୍ତିକୁ ଅନୁଚିତ ବୋଲି କହିଛନ୍ତି । କୋର୍ଟଙ୍କ କହିବାନୁସାରେ, ଅନୁଷ୍କା ତାଙ୍କ ଷ୍ଟେଜ ପ୍ରଦର୍ଶନ ଏବଂ ଇଭେଣ୍ଟରେ ଉପସ୍ଥିତ ଥିବା କପିରାଇଟର ପ୍ରଥମ ମାଲିକ, ଯେଉଁଥିରୁ ସେ ରୋଜଗାର କରନ୍ତି, ତେଣୁ ତାଙ୍କୁ ବିକ୍ରୟ କର ଦେବାକୁ ପଡ଼ିବ । ଏହା କରିବା ସେମାନଙ୍କର ଦାୟିତ୍ବ ଅଟେ । ତେବେ ଆଜି ଏହା ମଧ୍ୟ ପୁଣି ମାମଲାର ଶୁଣାଣି ହେବ ବୋଲି ବେଞ୍ଚ କହିଛନ୍ତି ।

ସୂଚନା ଥାଉ କି, ଡିସେମ୍ବର 2022 ମସିହାରେ, ଅଭିନେତ୍ରୀ ତାଙ୍କ ଟ୍ୟାକ୍ସ ପରାମର୍ଶଦାତାଙ୍କ ସାହାଯ୍ୟରେ ଦୁଇଟି ଅଭିଯୋଗ ଦାଖଲ କରିଥିଲେ । ଏନେଇ କୋର୍ଟ ଅଭିନେତ୍ରୀଙ୍କୁ ତାଗିଦ କରିଥିଲେ । ଏହି ପ୍ରସଙ୍ଗରେ ବିଚାରପତି କହିଛନ୍ତି ଯେ ଅନୁଷ୍କା କାହିଁକି ଏହି ଆବେଦନପତ୍ର ଦାଖଲ କରିନାହାଁନ୍ତି । ବିଚାରପତିଙ୍କ କଥା ଶୁଣିବା ପରେ ଅନୁଷ୍କା ଉଭୟ ପୁରୁଣା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ନିଜେ ଏକ ନୂଆ ଆବେଦନ କରିଥିଲେ । ଅନୁଷ୍କା ଆବେଦନରେ କହିଥିଲେ ଯେ, ଯେଉଁ ଟ୍ୟାକ୍ସ ତାଙ୍କ ଉପରେ ଲଗାଯାଇଛି । ତାହା ଫିଲ୍ମ ଅଭିନେତ୍ରୀ ଭାବରେ ନୁହେଁ, ବରଂ ପ୍ରଡକ୍ଟ ଏଣ୍ଡୋର୍ସମେଣ୍ଟ ଏବଂ ଆୱାର୍ଡ କାର୍ଯ୍ୟକ୍ରମରେ ଆଙ୍କରିଂ ପାଇଁ । 2012-13 ମୂଲ୍ୟାଙ୍କନ ବର୍ଷ ପାଇଁ, ବିଭାଗ 12.30 କୋଟି ଉପରେ 1.20 କୋଟି ଏବଂ 2013-14 ପାଇଁ 17 କୋଟିରେ 1.6 କୋଟି ଟ୍ୟାକ୍ସ ନୋଟିସ କରିଥିଲା । ତେବେ ହାଇକୋର୍ଟର ଏବେ ଉଭୟ ପୃଥକ ପୃଥକ ଆବେଦନ ରହିଛି । ତେବେ କୋର୍ଟଙ୍କ ରାୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର।

ABOUT THE AUTHOR

...view details