ହାଇଦ୍ରାବାଦ: କୌଣସି ଏକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ହେଲେ ଷ୍ଟାରମାନେ ଜି ଜାନ୍ ଲଗାଇ ଦିଅନ୍ତି । ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେମାନେ କଠିନ ତାଲିମ ମଧ୍ୟ ନେଇଥାନ୍ତି । ଆବଶ୍ୟକତା ଅନୁଯାୟୀ ଫ୍ୟାଶନ୍ ଏବଂ ଷ୍ଟାଇଲ୍ ଆପଣାନ୍ତି । ଏମିତି କି ସେମାନେ ଦିନରାତି ଏକଜୁଟ କରିଦିଅନ୍ତି । କିନ୍ତୁ, ଏହା ପରେ ମଧ୍ୟ କିଛି ବଲିଉଡ ତାରକା ଅଛନ୍ତି ଯେଉଁମାନେ ନିଜ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତିନାହିଁ । ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କିଛି ତାରକା ଅଛନ୍ତି, ଯେଉଁମାନେ ଫିଲ୍ମ ରିଲିଜ୍ ହେବା ପରେ ସେମାନଙ୍କ ଚଳଚ୍ଚିତ୍ର ପ୍ରତି ଆଗ୍ରହ ଦେଖାନ୍ତି ନାହିଁ । ସେହି ତାରାକାମାନେ କିଏ, ଆସନ୍ତୁ ଜାଣିବା...
କରୀନା କପୁର ଖାନ
ବଲିଉଡର ଗସିପ୍ କୁଇନ୍ କରୀନା କପୁର ଖାନ ନିଜର ନିଖୁଣ ଅଭିନୟ ପାଇଁ ବେଶ୍ ପରିଚିତ । କିନ୍ତୁ, ଆଶ୍ଚର୍ଯ୍ୟର କଥା, ଫିଲ୍ମ ରିଲିଜ୍ ହେବା ପରେ ସେ ନିଜ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ନିକଟରେ କରଣ ଜୋହରଙ୍କ ଚାଟ୍ ସୋ 'କଫି ଓ୍ବିଥ୍ କରଣ'ରେ ଏହାର ଖୁଲାସା କରିଥିଲେ । କରଣ ଜୋହର କରୀନାଙ୍କୁ ପଚାରିଥିଲେ କି, ‘‘ସେ ଏଥର 'ଲାଲ ସିଂ ଚଡା' ଦେଖିବେ କି ? ଏହା ପରେ କରଣ ଅମିରଙ୍କୁ କହିଥିଲେ, କରୀନା ତାଙ୍କ ଫିଲ୍ମ ଦେଖନ୍ତି ନାହିଁ । ଏମିତି କି ତାଙ୍କୁ କିଛି ଫରକ ପଡେ ନାହିଁ, ତାଙ୍କ ଫିଲ୍ମ ଚାଲିଲା କେତେ ନ ଚାଲିଲା କେତେ । ଫିଲ୍ମ ହିଟ୍ କି ଫ୍ଲପ୍ ହେଉ, ସେଥିପ୍ରତି ସେ ଧ୍ୟାନ ଦିଅନ୍ତି ନାହିଁ ।'’ କରୀନା ମଧ୍ୟ ଏହି ପ୍ରସଙ୍ଗରେ କରଣଙ୍କ ସହ ସହମତ ହୋଇଥିଲେ । ତେବେ କରୀନାଙ୍କ ବିଷୟରେ ଏହିଭଳି ସତ୍ୟ ଜାଣିବା ପରେ ଅମିର ଖାନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କରିନାଙ୍କୁ ପଚାରିଥିଲେ ଯେ 'ତୁମେ ତୁମର କାମ ଦେଖୁନାହଁ ଏବଂ ଗର୍ବର ସହିତ ଏହା ମଧ୍ୟ କହୁଛ' । ଏଥିରେ କରିନା କହିଛନ୍ତି,' ରିଲିଜ୍ର ତୁରନ୍ତ ପରେ ଦେଖେ ନାହିଁ । ମୁଁ କିଛି ଦିନ ପରେ ଦେଖେ। '
ଶାହାରୁଖ ଖାନ
ପ୍ରଶଂସକମାନେ ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । କିନ୍ତୁ, ନିଜେ ଶାହାରୁଖ ଖାନ ହିଁ ନିଜ ଫିଲ୍ମ ଦେଖନ୍ତି ନାହିଁ । ଏକଥା ଶାହାରୁଖ ନିଜେ ସ୍ୱୀକାର କରିଛନ୍ତି । ଏକ ବାର୍ତ୍ତାଳାପରେ ସେ କହିଥିଲେ, ‘‘ମୋ ପାଇଁ ମୋ ଫିଲ୍ମ ପିଲା ପରି । ଯଦି ମୁଁ ଭାବିବି ମୋ ଝିଅ ଏକ୍ସ ହେବ ସେ କିନ୍ତୁ ଓ୍ବାଇ ପରି ହୁଏ, ତଥାପି ସେ ମୋ ଝିଅ ହିଁ ରହିବ । ମୁଁ ତାକୁ ସେତିକି ହିଁ ଭଲପାଇବି । ଏଥିପାଇଁ ମୁଁ ନିଜ ଚଳଚ୍ଚିତ୍ର ଦେଖେ ନାହିଁ ।’’ ଶାହାରୁଖ ଖାନଙ୍କ କହିବାନୁସାରେ, 'ମୁଁ ମୋର ଫିଲ୍ମକୁ କେବେ ସମ୍ପୂର୍ଣ୍ଣ ଦେଖି ନାହିଁ । ମୁଁ ତାଙ୍କୁ ଛୋଟ ଛୋଟ ପାର୍ଟରେ ଦେଖେ । '