ଓଡିଶା

odisha

ETV Bharat / entertainment

ଡ୍ରଗ୍ସ ଖାଉଥିଲେ ଶ୍ରଦ୍ଧାଙ୍କ ଭାଇ, ଉଠାଇ ଆଣିଲା ପୋଲିସ - ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ ଖବର

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ଅଟକ ରଖିଲା ପୋଲିସ । ଡ୍ରଗ୍ସ ଖାଇବା ଅଭିଯୋଗରେ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଥିବା ସୂଚନା । ଅଧିକ ପଢନ୍ତୁ

ଡ୍ରଗ୍ସ ଖାଇବା ବେଳେ ବନ୍ଧା ହେଲେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ
ଡ୍ରଗ୍ସ ଖାଇବା ବେଳେ ବନ୍ଧା ହେଲେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ

By

Published : Jun 13, 2022, 10:40 AM IST

Updated : Jun 13, 2022, 11:09 AM IST

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଅଟକ । ଡ୍ରଗ୍ସ ଖାଉଥିବା ଅଭିଯୋଗରେ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ଗତକାଲି (ରବିବାର) ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଛି । ବେଙ୍ଗାଲୁରୁର ଏମଜି ରୋଡ଼ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୋଲିସ ରେଡ୍ କରିଥିଲା । ପୋଲିସ ସିଦ୍ଧାନ୍ତଙ୍କ ସମେତ ୬ ଜଣଙ୍କୁୁ ଅଟକ ରଖିଛି ।

ସିଦ୍ଧାନ୍ତଙ୍କ ବାପା ଶକ୍ତି କପୁର ଘଟଣାରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଜାଣିନଥିବା ଗଣମାଧ୍ୟମକୁ କହିଛନ୍ତି ଅଭିନେତା ଶକ୍ତି କପୁର । ସେ କହିଛନ୍ତି, ‘ମୁଁ ବର୍ତ୍ତମାନ ଉଠିଲି ମୁଁ କିଛି ଜାଣିନାହିଁ । ମୋ ଫୋନ୍ କ୍ରମାଗତ ଭାବରେ ବାଜିବା ଆରମ୍ଭ କଲା । ସିଦ୍ଧାନ୍ତଙ୍କୁ ଗିରଫ କରାଯାଇ ନାହିଁ କିନ୍ତୁ ପୋଲିସ୍ ଡ୍ରଗ୍ସ ବ୍ୟବହାର ନେଇ ତାଙ୍କୁ ଅଟକ ରଖିଥିବା କହିଛନ୍ତି ଶକ୍ତି କପୁର’ । ସଞ୍ଜୟ ଗୁପ୍ତାଙ୍କ କ୍ରାଇମ ଫିଲ୍ମ ସୁଟଆଉଟରୁ ଅଭିନୟ ଆରମ୍ଭ କରିଥିଲେ ସିଦ୍ଧାନ୍ତ । ପରେ ଅନୁରାଗ କଶ୍ୟପଙ୍କ ଥ୍ରୀଲର ଚଳଚ୍ଚିତ୍ର ଉଗଲିରେ ଅଭିନୟ କରିଥିଲେ । ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ନିର୍ଦ୍ଦେଶକ ରୁମି ଜାଫେରିଙ୍କ ଜୋ କୋଷ୍ଟଙ୍କ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି, 2020ରେ ଶ୍ରଦ୍ଧା କପୁରଙ୍କୁ ଏନସିବି ପକ୍ଷରୁ ସମନ ଜାରି ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବୟାନ ରେକର୍ଡ ପାଇଁ ସମନ ଜାରି ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁରେ ନିଶା ଔଷଧର ଭୂମିକା ଦିଗରୁ ଚାଲିଥିବା ତଦନ୍ତ ସଂକ୍ରାନ୍ତରେ ତାଙ୍କୁ ପଚରା ଉଚରା କରାଯାଇଥିଲା ।

Last Updated : Jun 13, 2022, 11:09 AM IST

ABOUT THE AUTHOR

...view details