ଓଡିଶା

odisha

ETV Bharat / entertainment

ଭାଇଜାନ ପୋଷ୍ଟ କଲେ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ, କମେଣ୍ଟ ବର୍ଷା କଲେ ଫ୍ୟାନ୍ସ - Kis ka Bhai Kiski Jaan

ବଲିଉଡର 'ଟାଇଗର' ସଲମାନ ଖାନ ସୋସିଆଲ ମିଡିଆରେ 'ବ୍ଲାକ ଆଣ୍ଡ ହ୍ବାଇଟ' ଲୁକ୍ ସେୟାର କରିଛନ୍ତି ଯେଉଁଥିରେ ସେ ଡାପର ଲୁକରେ ନଜର ଆସିଛନ୍ତି । ଫଟୋକୁ ନେଇ ଫ୍ୟାନ୍ସଙ୍କ ପ୍ରତିକ୍ରିୟା, କିକ୍-2 ଲୁକ ଭଳି ଲାଗୁଛି । ଅଧିକ ପଢନ୍ତୁ

ସଲମାନ ଖାନଙ୍କ 'ବ୍ଲାକ ଆଣ୍ଡ ହ୍ବାଇଟ' ଲୁକ୍
ସଲମାନ ଖାନଙ୍କ 'ବ୍ଲାକ ଆଣ୍ଡ ହ୍ବାଇଟ' ଲୁକ୍

By

Published : Mar 1, 2023, 1:50 PM IST

ମୁମ୍ବାଇ: ବଲିଉଡ 'ଟାଇଗର' ସଲମାନ ଖାନ ଖୁବ ଶୀଘ୍ର ଫରହାଦ ସମଜୀଙ୍କ ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ରେ ନଜର ଆସିବାକୁ ଯାଉଛନ୍ତି । ଏନେଇ ପ୍ରଂଶସକ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହାରି ମଧ୍ୟରେ ଭାଇଜାନ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି,`ବ୍ଲାକ ଆଣ୍ଡ ହ୍ବାଇଟ'। ସଲମାନଙ୍କ ପୋଜରେ ଫ୍ୟାନ୍ସ ହୋଇଛନ୍ତି ଦିୱାନା । ଏହାକୁ ପ୍ରଶଂସକ ପ୍ରଶଂସା କରିଛନ୍ତି ।

ତେବେ ସଲମାନଙ୍କ ଏହି ପୋଷ୍ଟକୁ ପ୍ରଶଂସକ ଲାଇକ କରିବା ସହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ପ୍ରଶଂସକ କମେଣ୍ଟ ଦେଇଛନ୍ତି କି, 'ଏତେ ଭଲ ଦେଖାଯିବା ବନ୍ଦ କର ।' ଅନ୍ୟ ଜଣେ ଲେଖିଛନ୍ତି, 'କିକ୍-୨ ଲୁକ ଭଳି ଦେଖାଯାଉଛନ୍ତି ଭାଇଜାନ'। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ବାଃ କି ଫଟୋ'। କମେଣ୍ଟ ବକ୍ସରେ ଅଭିନେତ୍ରୀ ଦୀପଶିଖା ନାଗପାଲ ମଧ୍ୟ କମେଣ୍ଟ ବକ୍ସରେ ଫାୟାର ଇମୋଜି ପୋଷ୍ଟ କରିଛନ୍ତି । ସେହିପରି ଟ୍ବିଟରେ ଏହି ଫଟୋ ସେୟାର କରି ସଲମାନ କ୍ୟାପସନରେ ଲେଖିଛନ୍ତି, ''ବିଲି ବିଲି ଆଖ୍ ଗୋରୀୟେଁ'', ଦିନ 12ଟାରେ ଟିଜର ଆସିବ ।

ସଲମାନ ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଭାଇଜାନଙ୍କୁ 'କିସି କା ଭାଇ କିସି କି ଜାନ'ରେ ଏକ ଆକ୍ସନ୍-ପ୍ୟାକ୍ ଅବତାରରେ ଦେଖିବାକୁ ମିଳିବ । ଏହି ଇଦରେ ଫିଲ୍ମଟି ସିନେମାହଲରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନୂଆ ଗୀତ 'ବିଲି-ବିଲି' ମାର୍ଚ୍ଚ 2ରେ ରିଲିଜ ହେବ । ସଲମାନ ଖାନ ସୁନ୍ଦର ବିଲେଇମାନଙ୍କ ସହ ତାଙ୍କର ନୂତନ ଗୀତର ଏକ ଝଲକ ସେୟାର କରିଥିଲେ, ଯାହାକୁ ପ୍ରଶଂସକମାନେ ଉଚ୍ଚ ପ୍ରଶଂସା କରିଥିଲେ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଥିବା ବେଳେ ଏଥିରେ ଅଭିନେତ୍ରୀ ପୂଜା ହେଗଡେ, ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମାନୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟନଗର ମଧ୍ୟ ଅଭିନୟ କରିଛନ୍ତି ।

ସୂଚନା ଥାଉ କି, ସଲମାନଙ୍କ ଆଉ ଏକ ଫିଲ୍ମ 'ଟାଇଗର -3' ମଧ୍ୟ ଆସିବାକୁ ଯାଉଛି । ଯେଉଁଥିରେ ସେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମିଙ୍କ ସହ ନଜର ଆସିବେ । ସଲମାନ ଖାନଙ୍କ 'ଟାଇଗର-3' ବେଶ ସ୍ବତନ୍ତ୍ର । କାରଣ ଏଥିରେ ଶାହାରୁଖ ଖାନଙ୍କ କ୍ୟାମୋ ମଧ୍ୟ ଦେଖିବାକୁ ମିଳିବ । ଯାହା ସୂଚନା ରହିଛି, ଶାହାରୁଖ ଏପ୍ରିଲରେ 'ଟାଇଗର -3'ରେ ପାଇଁ ସୁଟିଂ ଆରମ୍ଭ କରିବେ । ଏହି ସୁଟିଂ ମୁମ୍ବାଇରେ କରାଯିବ ବୋଲି ଆଶା କରାଯାଉଛି । ଏଥିସହ ଦିପାବଳୀ 2023 ରେ 'ଟାଇଗର -3' ରିଲିଜ ହେବ ବୋଲି ଜଣାପଡିଛି ।

ABOUT THE AUTHOR

...view details