ହାଇଦ୍ରାବାଦ:ବଲିଉଡ ତାରକାମାନେ ଖ୍ରୀଷ୍ଟମାସ ଉତ୍ସବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି । କିଏ ନିଜ ସାଙ୍ଗସାଥୀମାନଙ୍କ ସହ ତ କିଏ ନିଜ ପରିବାର ସହ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ ଅଭିନେତା ମଧ୍ୟ ଖ୍ରୀଷ୍ଟମାସ ଉତ୍ସବ ପାଳନ କରିଛନ୍ତି । ଏବଂ ତାଙ୍କ ପାଇଁ ବେଶ ଖାସ ମଧ୍ୟ ରହିଛି । ସୋସିଆଲ ମିଡିଆରେ ଏହି ସେଲିବ୍ରେସନ୍ର ଫଟୋ ସେୟାର କରି ସେ ଏହାର କାରଣ କହିଛନ୍ତି । ବାସ୍ତବରେ ଅଭିନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଯାହାର ଫଟୋ ସେ ସେୟାର କରି ପିଏମକୁ ଧନ୍ୟବାଦ ଜଣାଇଛନ୍ତି ।
୨୫ ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଖ୍ରୀଷ୍ଟମାସ ସମାରୋହର ଆୟୋଜନ ହୋଇଥିଲା । ଯେଉଁଥିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଲୋକ ସାମିଲ ହୋଇଥିଲେ । ଏହାରି ମଧ୍ୟରେ ବଲିଉଡ୍ ଅଭିନେତା ଡିନୋ ମୋରିୟା ମଧ୍ୟ ସାମିଲ ହୋଇଥିଲେ । ଡିନୋ ଏହି ସମାରୋହର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଭିନେତା ପିଏମଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ପରେ ଏକ ଗ୍ରୁପ୍ ଫଟୋରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି ।
ଏହି ଫଟୋ ସେୟାର କରି ଡିନୋ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ଏହି ବର୍ଷ ଖ୍ରୀଷ୍ଟମାସ ଲଞ୍ଚ୍ ବେଶ ସାନଦାର ରହିଥିଲା । ପ୍ରିୟ ସାର, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମକୁ ଖ୍ରୀଷ୍ଟମାସ ଲଞ୍ଚ୍ରେ ଆପଣଙ୍କ ଘରକୁ ଡାକିଥିବାରୁ ଧନ୍ୟବାଦ । ଆପଣଙ୍କ ସହ ମିଶିବା, ଆପଣଙ୍କ କଥା ଶୁଣି ବେଶ ଭଲ ଲାଗିଛି । ଆପଣ ବହୁତ ଦୟାଳୁ ବ୍ୟକ୍ତି । ଏସବୁ ବହୁତ ସାନଦାର ଥିଲା । ଧନ୍ୟବାଦ ସାର୍ ।' ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍ କରିବା ସହ ଅଭିନେତାଙ୍କୁ ଖ୍ରୀଷ୍ଟାମାସର ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:ପ୍ରିୟ ବନ୍ଧୁ ସହ ଖ୍ରୀଷ୍ଟାମାସ ସେଲିବ୍ରେସନ କଲେ ଏହି ସେଲିବ୍ରିଟି, ଦେଖନ୍ତୁ ଫଟୋ
ଡିନୋଙ୍କ ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, ଡିନୋ ବଲିଉଡ୍ ସହ ସାଉଥ୍ରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି । ଶେଷଥର ପାଇଁ ଅଭିନେତାଙ୍କୁ ତେଲୁଗୁ ଫିଲ୍ମ 'ଏଜେଣ୍ଟ୍'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଗତବର୍ଷ ଏପ୍ରିଲରେ ରିଲିଜ ହୋଇଥିଲା । ଦୀର୍ଘ ବର୍ଷ ପରେ ସେ ଏହି ଫିଲ୍ମ ସହ ପରଦାକୁ ଫେରିଥିଲେ । ଏଥିସହ ଡିନେ ଓଟିଟିରେ ମଧ୍ୟ ଡେବ୍ୟୁ କରିଥିଲେ । ତାଙ୍କର ସିରିଜ ଦ ଏମ୍ପାୟର ଡିଜନୀ, ଯାହା ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ।