ଓଡିଶା

odisha

ETV Bharat / entertainment

କାନାଡା ନାଗରିକତା ଛାଡିବେ ଖିଲାଡି କୁମାର, କହିଲେ ଭାରତ ମୋ ପାଇଁ ସବୁ କିଛି - Akshay Kumar film Selfi Promotion

କାନାଡା ନାଗରିକତା ଛାଡି ଭାରତୀୟ ହେବେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର । କହିଲେ,''ଭାରତ ମୋ ପାଇଁ ସବୁ କିଛି''। ଅଧିକ ପଢନ୍ତୁ,

Akshay Kumar to Renounce Canadian Passport
Akshay Kumar to Renounce Canadian Passport

By

Published : Feb 24, 2023, 1:09 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବଡ ଘୋଷଣା । ଛାଡିବେ କାନାଡା ନାଗରିକତା । ପାସପୋର୍ଟ ବଦଳାଇବା ପାଇଁ ସେ ଅପିଲ କରିଥିବା କହିଛନ୍ତି । ଆହୁରି କହିଛନ୍ତି ଭାରତ ମୋ ପାଇଁ ସବୁକିଛି । କାନାଡା ନାଗରିକତାକୁ ନେଇ ସେ ବିଭିନ୍ନ ସମୟରେ ଟ୍ରୋଲର ଶିକାର ହୁଅନ୍ତି ।

ବର୍ତ୍ତମାନ ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ 'ସେଲ୍ଫି' ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଫିଲ୍ମକୁ ନେଇ ସେ ଜୋରସୋରରେ ନିଜ ଟିମ ସହ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଫିଲ୍ମ ପ୍ରମୋସନ ସମୟରେ ଅକ୍ଷୟ ପୁଣି କାନାଡା ନାଗରିକତାକୁ ନେଇ ଖୋଲାଖୋଲି କଥା ହେବା ସହ କେବେ ଭାରତୀୟ ନାଗରିକ କହିପାରିବି ବୋଲି ପ୍ରକାଶ କରିଛନ୍ତି ।

ଅକ୍ଷୟ କୁମାର କିଛି ଦିନ ପୂର୍ବେ ଏକ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେବା ସମୟରେ ନିଜ ପାସପୋର୍ଟକୁ ନେଇ କହିଥିଲେ ଯେ, ''ଭାରତ ମୋ ପାଇଁ ସବୁ କିଛି''। ମୁଁ ଯାହା ମଧ୍ୟ ରୋଜଗାର କରିଛି, ଯାହା ମଧ୍ୟ ହୋଇଛି, ତାହା ସବୁ ଏଠାରେ ହିଁ ହୋଇଛି । ମୋତେ ତାକୁ ଫେରାଇବାର ମଧ୍ୟ ସୁଯୋଗ ମିଳିଥିବାରୁ ମୁଁ ସୌଭାଗ୍ୟଶାଳୀ ମନେ କରୁଛି । ହେଲେ କିନ୍ତୁ ମୋତେ ଖରାପ ଲାଗୁଛି ଯେ, ଲୋକେ ପୁରା କଥା ନଜାଣି କିଛି ମଧ୍ୟ କହିଦେଉଛନ୍ତି।

ସୂଚନାଥାଉ କି, ଅକ୍ଷୟ କୁମାର ନିଜ 15ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ଭଳି ଖରାପ ସମୟକୁ ମଧ୍ୟ ମନେପକାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗିଲା, ଭାଇ ମୋ ଫିଲ୍ମ କାମ କରୁନି କିନ୍ତୁ ଲୋକଙ୍କୁ କାମ କରିବାର ଅଛି । ମୋ କାନାଡାର କିଛି ସାଙ୍ଗ ମୋତେ କହିଲେ, ଏଠାକୁ ଆସିଯାଅ । ଏଣୁ ସେନେଇ ମୁଁ ପାସପୋର୍ଟ ପାଇଁ ଆବେଦନ କଲି ଏବଂ ମୋତେ ମିଳିଗଲା ।

ମୋର 2ଟି ଫିଲ୍ମ ରିଲିଜ ହେବାର ଥିଲା । ସେହି ସମୟରେ ମୋର ଭାଗ୍ୟ ବଦଳିଗଲା । ଏବଂ ସେହି 2ଟି ଫିଲ୍ମ ସୁପରହିଟ ହେଲା । ସେତେବେଳେ ମୋ ସାଙ୍ଗମାନେ କହିଲେ, ଫେରିଯାଅ ଏବଂ କାମ ଆରମ୍ଭ କର । ପରେ ମୋତେ କିଛି ଫିଲ୍ମ ମିଳିଲା ଏବଂ ମୁଁ କାମ କରିବାକୁ ଆରମ୍ଭ କରିଦେଲି । ତେବେ ମୋ ପାଖରେ ସେହି ପାସପୋର୍ଟ ରହିଛି ବୋଲି ମୁଁ ଭୁଲିଯାଇଥିଲି । ଏବଂ ମୋତେ କେବେ ଏହା ଲାଗିନି କି ମୋତେ ତାକୁ ବଦଳାଇବାକୁ ପଡିବ । କିନ୍ତୁ ଏବେ ମୁଁ ନିଜ ପାସପୋର୍ଟ ବଦଳାଇବାକୁ ଆବେଦନ କରିଛି ବୋଲି କହିଛନ୍ତି ଅଭିନେତା ଅକ୍ଷୟ କୁମାର।

ABOUT THE AUTHOR

...view details