ଓଡିଶା

odisha

ETV Bharat / entertainment

Maniesh Paul Birthday: ଦିନେ ଘର ଭଡା ଦେବାକୁ ଟଙ୍କା ନଥିଲା, ଆଜି ପରିଚୟର ଆବଶ୍ୟକତା ନାହିଁ - ମନୀଷ ପଲଙ୍କ ଜନ୍ମଦିନ

ସେ ନିଜ ପ୍ରଦର୍ଶନ ସହ ଲୋକଙ୍କ ମୁହଁରେ ହସ ଆଣିବାରେ ପାରଙ୍ଗମ, କିନ୍ତୁ ବହୁ ସଂଘର୍ଷ ପରେ ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ସେ ହେଉଛନ୍ତି ଚର୍ଚ୍ଚିତ ହୋଷ୍ଟ ମନୀଷ ପଲ । ଆଜି ତାଙ୍କର 42ତମ ଜନ୍ମଦିନରେ ଜାଣନ୍ତୁ, ତାଙ୍କ ସଂଘର୍ଷ ବିଷୟରେ ।

ଘର ଭଡା ଦେବାକୁ ପକେଟରେ ନଥିଲା ଟଙ୍କା, ଆଜି ସଫଳ ହୋଷ୍ଟ ଭାବେ ଘରେ ଘରେ ପରିଚିତ ମନୀଷ
ଘର ଭଡା ଦେବାକୁ ପକେଟରେ ନଥିଲା ଟଙ୍କା, ଆଜି ସଫଳ ହୋଷ୍ଟ ଭାବେ ଘରେ ଘରେ ପରିଚିତ ମନୀଷ

By

Published : Aug 3, 2023, 2:12 PM IST

ହାଇଦ୍ରାବାଦ: 42 ବର୍ଷ ବୟସରେ ପାଦ ଥାପିଲେ ବଲିଉଡର ଚର୍ଚ୍ଚିତ ହୋଷ୍ଟ ତଥା ଉପସ୍ଥାପକ ମନୀଷ ପଲ । ତାଙ୍କ ଜନ୍ମଦିନରେ ଅନେକ କଳାକାର ଏବଂ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଗଷ୍ଟ 3, 1981ରେ ସିଆଲକୋଟରୁ ଦିଲ୍ଲୀ ଆସିଥିବା ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ମନୀଷ ପଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । ଜୀବନରେ ଅନେକ ସଂଘର୍ଷ ପରେ ଆଜି ଜଣେ ସଫଳ କଳାକାର ଭାବେ ସଫଳତା ହାସଲ କରିବା ସହ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଯେକୌଣସି କଳାକାର ଛୋଟ ଏବଂ ବଡ ପରଦାରେ ହିରୋ କିମ୍ବା ଭିଲେନ୍ ଭାବରେ ଏଣ୍ଟ୍ରି କରନ୍ତି, କିନ୍ତୁ ମନୀଷ ଅଭିନୟ ଜଗତରେ 'ଭୂତ' ଭାବେ ଡେବ୍ୟୁ କରିଥିଲେ । ସେ କେବଳ ଅଭିନୟରେ ନୁହଁ ବରଂ ସେ ମଡେଲିଂ, ଆଙ୍କରିଂ, ଗୀତ ଏବଂ ଟେଲିଭିଜନ ଉପସ୍ଥାପକ ଭାବରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ସେ ଆରଜେ ଏବଂ ଭିଜେଙ୍କ ଦାୟିତ୍ବ ମଧ୍ୟ ବହୁତ ଭଲ ଭାବରେ ଗ୍ରହଣ କରିଛନ୍ତି । ତଥାପି, ସଫଳତାର ସ୍ଥିତିରେ ପହଞ୍ଚିବା ପୂର୍ବରୁ ମନୀଷଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।

ସୂଚନା ଥାଉକି, ମନୀଷ ଅଭିନୟ ବିଷୟରେ କେବେ ଭାବି ନଥିଲେ । ସେ କଲେଜ ଦିନରେ ମଞ୍ଚରେ ହୋଷ୍ଟ କରୁଥିଲେ, ଯାହା ଲୋକଙ୍କ ପାଇଁ ଏଣ୍ଟରଣ୍ଟେନମେଣ୍ଟ କରିବାର ମାହୋଲ ହୋଇଯାଉଥିଲା । ଏହି ସମୟରେ କିଛି ସାଙ୍ଗ ମନୀଷଙ୍କୁ ତାଙ୍କ ଦକ୍ଷତା ବିଷୟରେ ଅବଗତ କରାଇଥିଲେ, ତା’ପରେ ସେ ହୋଷ୍ଟିଂ ନିଜ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ସେ ମୁମ୍ବାଇ ଆସିଥିଲେ । ତେବେ ସଫଳତା ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଲା । 2002 ମସିହା ମନୀଷ ରବିବାର ଟାଙ୍ଗୋ ଚ୍ୟାନେଲ ଶୋ'ରେ ହୋଷ୍ଟିଂ କରିବାର ସୁଯୋଗ ପାଇଲେ । ଏହା ପରେ, ସେ ପ୍ରଥମେ ଭିଜେ ଏବଂ ପରେ ଆରଜେ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, କିନ୍ତୁ 2008 ମସିହାରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେକାର ରହିଲେ । ସେହି ସମୟ ମଧ୍ୟରେ ଘରର ଭଡା ଦେବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କାଟିଏ ନଥିଲା ।

ଏହା ମଧ୍ୟ ପଢନ୍ତୁ: ରେଡିଓରୁ ଯାତ୍ରା ଆରମ୍ଭ, କମେଡି ଦେଲା ସ୍ବତନ୍ତ୍ର ପରିଚୟ

ତଥାପି ସେ ହାର ମାନି ନଥିଲେ । ପରେ ଶୋ' 'ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ'ରେ ଯୋଗ ଦେବା ପରେ ମନୀଷଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା । ଏହା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା । ସେ 2012 ରୁ 2020 ପର୍ଯ୍ୟନ୍ତ ଏହି ରିଆଲିଟି ଶୋ'ରେ ହୋଷ୍ଟିଂ କରିଥିଲେ । ଏହା ପରେ ସେ ସିରିୟଲ୍ ଘୋଷ୍ଟ ବନା ଦୋସ୍ତରେ ଭୂତଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ସେ ମିକି ଭାଇରସ୍, ତିସ୍ ମାର ଖାନ୍ ଏବଂ ଜୁଗ୍ ଜୁଗ୍ ଜିଓ ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି ।

ABOUT THE AUTHOR

...view details