ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବିପାଶା ବାସୁ ଆଜିକାଲି ମାଳଦ୍ବୀପରେ ତାଙ୍କର ଛୁଟି ଉପଭୋଗ କରୁଛନ୍ତି । ବିପାଶା ଅନେକ ସମୟରେ ସୋସିଆଲ ମିଡିଆରେ ଝିଅ ଦେବୀଙ୍କ ସହ ଲାଟେଷ୍ଟ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଝଲକ ଦେଖାଇଥାନ୍ତି । ଏହାରି ମଧ୍ୟରେ ପ୍ଲେୟର୍ସର ଅଭିନେତ୍ରୀ ଇନ୍ଷ୍ଟାଗ୍ରାମରେ ଛୁଟିଦିନର କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଝିଅ ଦେବୀ ଅନେକ ସୁନ୍ଦର କାର୍ଯ୍ୟକଳାପ କରୁଥିବା ନଜର ଆସିଛନ୍ତି ।
ବିପାଶା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ସୁନ୍ଦର କ୍ୟାପସନ ଦେଇଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ''ସବୁକିଛି ପ୍ରଥମେ ତାଙ୍କ ଆଖିରେ ଦେଖାଯାଏ ... ଆମକୁ ଇଶ୍ବରଙ୍କ ଦ୍ବାରା ବନାଯାଇଥିବା ସମସ୍ତ ଜିନିଷକୁ ଦେଖିବାକୁ ବାଧ୍ୟ କରିଥାଏ, ଧନ୍ୟବାଦ ଦେବୀ ।'' ଭିଡିଓରେ ବିପାଶା ସ୍ବାମୀ କରଣ ଓ ଝିଅ ଦେବୀଙ୍କ ସହିତ ପୁଲରେ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ବିପାଶା ଦେବୀଙ୍କୁ ନିଜ କୋଳରେ ଧରିଛନ୍ତି । ଦେବୀ ପିତା କରଣ ସିଂ ଗ୍ରୋଭରଙ୍କୁ ଫ୍ଲାଇଂ କିସ ଦେଉଥିବାର ନଜର ଆସିଛନ୍ତି । ଏଥିସହ ବିପାଶ ଓ କରଣ ପୁଲରେ ଫ୍ଲୋଟିଂ ବ୍ରେକଫାଷ୍ଟ କରୁଥିବାର ନଜର ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିପାଶା-କରଣ କଲେ ଭଗବାନ ସତ୍ୟ ନାରାୟଣଙ୍କ ପୂଜା, ଝିଅ ଦେବୀଙ୍କ ସହ ସେୟାର କଲେ ଚୁଲବୁଲି ଫଟୋ