ଓଡିଶା

odisha

ETV Bharat / entertainment

ବିବାହର 6 ବର୍ଷ ପରେ ମାଆ ହେଲେ ବିପାଶା, କନ୍ୟା ସନ୍ତାନଙ୍କୁ ଦେଲେ ଜନ୍ମ

ବିବାହର 6ବର୍ଷ ପରେ ମାଆ ହେଲେ ବିପାଶା ବସୁ । ଅଭିନେତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ବିବାହର 6ବର୍ଷ ପରେ ମାଆ ହେଲେ ବିପାଶା ବସୁ, କନ୍ୟା ସନ୍ତାନଙ୍କୁ ଦେଲେ ଜନ୍ମ
ବିବାହର 6ବର୍ଷ ପରେ ମାଆ ହେଲେ ବିପାଶା ବସୁ, କନ୍ୟା ସନ୍ତାନଙ୍କୁ ଦେଲେ ଜନ୍ମ

By

Published : Nov 12, 2022, 3:22 PM IST

ହାଇଦ୍ରାବାଦ: ମାଆ ହେଲେ ବିପାଶା ବସୁ । ଆଲିଆ ଭଟ୍ଟଙ୍କ ପରେ ବିପାଶା ବସୁ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିପାଶା ମୁମ୍ବାଇର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେବା ପରେ ପରିବାର ପକ୍ଷରୁ ନବଜାତକକୁ ସ୍ବାଗତ କରାଯାଇଛି ଏବଂ ବନ୍ଧୁ-ପ୍ରଶଂସକ ମହଲରୁ ବିପାଶା ଏବଂ କରଣ ସିଂହ ଗ୍ରୋଭରଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

ଏହା ବି ପଢନ୍ତୁ:ଦ୍ଵିତୀୟ ଥର ମାଆ ହେଲେ ଦେବିନା ବାନାର୍ଜୀ, ଶିଶୁ କନ୍ୟାକୁ ଦେଲେ ଜନ୍ମ

ଅଗଷ୍ଟ ମାସରେ ବିପାଶା ଗର୍ଭବତୀ ହେବା ବିଷୟରେ ଘୋଷଣା କରିଥିଲେ। ଅଗଷ୍ଟ ମାସରେ ବିପାଶା ଏବଂ କରଣ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ଏକ ଛୋଟ ଅତିଥି ସେମାନଙ୍କ ଘରକୁ ଆସିବେ । ସେବେଠାରୁ ବିପାଶା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଗର୍ଭଧାରଣ ଯାତ୍ରା ସେୟାର କରୁଥିଲେ। ବିପାଶାଙ୍କ ବେବି ସାୱାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଦମ୍ପତି ଉତ୍ସାହର ସହିତ ସେମାନଙ୍କର କୁନି ଅତିଥିକୁ ଅପେକ୍ଷା କରିଥିଲେ ବର୍ତ୍ତମାନ ସେମାନଙ୍କର ଖୁସି କହିଲେ ନ ସରେ ।

ଏହା ବି ପଢନ୍ତୁ:ବିପାଶା ବସୁଙ୍କର ହେଲା ବେବି ସାୱାର, ଫଟୋ ସେୟାର କଲେ କରଣ

ବିପାଶା-କରଣ 2016 ରେ ବିବାହ କରିଥିଲେ

ବିପାଶା ଏବଂ କରଣ 30 ଏପ୍ରିଲ, 2016 ରେ ମୁମ୍ବାଇରେ ବିବାହ କରିଥିଲେ । ଗତ କିଛି ବର୍ଷ ଧରି ଦୁହେଁ ଚାହୁଁଥିଲେ, ସେମାନଙ୍କ ଘରୁକୁ କୁନି ଅତିଥି ଆସୁ। ଶେଷରେ ଏହି ଦିନ ତାଙ୍କ ଜୀବନରେ ଆସିଛି । ଏଥିସହିତ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ମାଆ ବିପାଶା ଏବଂ ବାପା କରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କର ଝଲକ ପାଇବା ପାଇ ଚାହିଁ ରହିଛନ୍ତି ।

ABOUT THE AUTHOR

...view details