ଓଡିଶା

odisha

ETV Bharat / entertainment

Bigg Boss OTT 2: ଫାଇନାଲ ପୂର୍ବରୁ ହସ୍ପିଟାଲରେ ଅଭିଷେକ ମାଲହାନ୍‌ ଭର୍ତ୍ତି, ଚିନ୍ତାରେ ଫ୍ୟାନ୍ସ

ବିଗ୍‌ ବସ୍‌ ଓଟିଟି 2 ଫାଇନାଲ ପୂର୍ବରୁ ଫୁକରା ଇନସାନ୍ ଫେମ୍‌ ଅଭିଷେକ ମାଲହାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସୂଚନା ତାଙ୍କ ଭଉଣୀ ସୋସିଆଲ ମିଡିଆରେ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Aug 14, 2023, 2:37 PM IST

ଅଭିଷେକ ମାଲହାନ
ଅଭିଷେକ ମାଲହାନ

ହାଇଦ୍ରାବାଦ: ସଲମାନ ଖାନ୍‌ଙ୍କ ଆୟୋଜିତ ସୋ’ ବିଗ୍ ବସ୍ OTT-2ର ଆଜି (14 ଅଗଷ୍ଟ) ଫାଇନାଲ୍ ହେବାକୁ ଯାଉଛି । ଫାଇନାଲ୍ ପୂର୍ବରୁ ଶ୍ରେଷ୍ଠ-2 ରେ ଥିବା 'ଫୁକ୍‌ରା ଇନସାନ୍' ଫେମ୍‌ ଅଭିଷେକ ମାଲହାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ସୋ’ର ଫାଇନାଲ ପୂର୍ବରୁ ଅଭିଷେକ ମାଲହାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ପ୍ରତିଯୋଗୀଙ୍କ ଭଉଣୀ ଏହି ସୂଚନା ଦେଇଛନ୍ତି । ଏଠାରେ ବିଗ୍‌ବସ୍ OTT-2 ଫାଇନାଲ୍ ପର୍ଯ୍ୟାୟର ସମ୍ପୂର୍ଣ୍ଣ ସେଟ୍ ହୋଇସାରିଛି ଏବଂ ଏହି ଖବର ଅଭିଷେକଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି । ଅଭିଷେକଙ୍କ ପ୍ରଶଂସକ ବର୍ତ୍ତମାନ ତାଙ୍କ ପାଇଁ ଚିନ୍ତାରେ ପଡିଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବନ୍ଧୁଙ୍କ ସହ ବର୍ଥ ଡେ’ ସେଲିବ୍ରେଟ କଲେ ଜ୍ୟାକଲିନ୍, ଫଟୋ ଭାଇରାଲ

ଅଭିଷେକଙ୍କ ଭଉଣୀ ସୂଚନା ଦେଇଛନ୍ତି

ବିଗ୍‌ବସ୍ OTT-2 ଫାଇନାଲିଷ୍ଟ୍‌ ଅଭିଷେକ ମାଲହାନଙ୍କ ଭଉଣୀ ପ୍ରେରଣା ମାଲହାନ ଗତକାଲି ରାତିରେ ଟ୍ୱିଟରରେ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କେବଳ ଜାଣିଲି ଯେ ଅଭିଷେକ ବହୁତ ଅସୁସ୍ଥ ଅଛନ୍ତି ଏବଂ ବୋଧହୁଏ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତେଣୁ ସେ ଆଜି ରାତିରେ ତୁମ ସମସ୍ତଙ୍କ ପାଇଁ ପ୍ରଦର୍ଶନ କରି ପାରିବେ ନାହିଁ, ସେ ପୂରା ସିଜନରେ ଆମକୁ ମନୋରଞ୍ଜନ କରିଛନ୍ତି, ଚାଲନ୍ତୁ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ।’

ଏହା ମଧ୍ୟ ପଢନ୍ତୁ: Bigg Boss OTT 2 Finale: କିଏ ଜିତିବ ବିଗବସ୍‌ ଟ୍ରଫି ? ଏଲଭିଶ ନା ଅଭିଷେକ

ପ୍ରେରଣାଙ୍କ ଟ୍ୱିଟ୍

ଏଥିସହିତ ଏହି ଖବର ଲେଖିବାବେଳେ ଅଭିଷେକଙ୍କ ଭଉଣୀ ପ୍ରେରଣା ଏକ ନୂଆ ଟ୍ୱିଟ୍‌ ଜାରି କରିଛନ୍ତି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି, 'ଆମେ ବିଗ୍‌ବସ୍ ଯାତ୍ରା ସମୟରେ ଅଭିଷେକଙ୍କୁ ଭୋଟ୍ ଦେଇଥିବା ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛୁ । ମୋ ଭାଇଙ୍କୁ ଏତେ ବଡ଼ ପ୍ଲାଟଫର୍ମ ଦେଇଥିବାରୁ ବିଗ୍‌ବସ୍ ନିର୍ମାତାଙ୍କୁ ଧନ୍ୟବାଦ । ଧନ୍ୟବାଦ, ଏହି ସୋ’ରେ ତାଙ୍କୁ ଏକ ନୂତନ ବ୍ୟକ୍ତିତ୍ୱ ଭାବରେ ଉଭା ହେବା, ତାଙ୍କୁ ବାସନ ଧୋଇବା, ଆତ୍ମବିଶ୍ୱାସରେ ଅଭିନୟ କରିବା ଏବଂ ବିଗ୍‌ବସ୍ ଭଳି ସୋ’ର ଶୀର୍ଷରେ ରହିବା, ଏକ ଭାବପ୍ରବଣ ଯାତ୍ରା ଥିଲା । ଫାଇନାଲ ପାଇଁ ଶୁଭେଚ୍ଛା, ଯିଏ ବି କେହି ଜିତନ୍ତୁ, ଆମ ପୁଅ ଆମ ପାଇଁ ପୂର୍ବରୁ ହିଁ ବିଜେତା ।

ABOUT THE AUTHOR

...view details