ଓଡିଶା

odisha

By ETV Bharat Odisha Team

Published : Jan 10, 2024, 11:52 AM IST

ETV Bharat / entertainment

ଅଙ୍କିତାଙ୍କ ସହ ବିବାହକୁ ବିରୋଧ କରୁଥିଲେ ବିକିଙ୍କ ପରିବାର, ଖୁଲାସା କଲେ ଶାଶୁ

Vicky Jain Mother On Ankita Lokhnade: ବିଗ ବସ୍ ୧୭ରେ ଫ୍ୟାମିଲି ୱିକ୍ ସମୟରେ ବିକି ଜୈନଙ୍କ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମାଆ ଭେଟିବାକୁ ଆସିଥିଲେ । ଶୋ' ରୁ ବାହାରିବା ପରେ ପୁଅ ଏବଂ ବୋହୂଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି ବିକିଙ୍କ ମାଆ । ସେ କହିଛନ୍ତି ଯେ, ଉଭୟଙ୍କ ବିବାହକୁ ବିରୋଧ କରୁଥିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଅଙ୍କିତାଙ୍କ ସହ ବିବାହକୁ ବିରୋଧ କରୁଥିଲେ ବିକିଙ୍କ ପରିବାର, ଖୁଲାସା କଲେ ଶାଶୁ
ଅଙ୍କିତାଙ୍କ ସହ ବିବାହକୁ ବିରୋଧ କରୁଥିଲେ ବିକିଙ୍କ ପରିବାର, ଖୁଲାସା କଲେ ଶାଶୁ

ହାଇଦ୍ରାବାଦ: ବିଗ ବସ୍ ୧୭ ବର୍ତ୍ତମାନ ଫାଇନାଲରେ ପହଞ୍ଚିବାକୁ ପ୍ରସ୍ତୁତ । ଚଳିତ ମାସ ଜାନୁଆରୀ ଶେଷରେ ଶୋ'ର ବିଜେତା ଘୋଷିତ ହେବ । ଏହାରି ମଧ୍ୟରେ ନିର୍ମାତା ପ୍ରତିଯୋଗୀଙ୍କୁ ନିଜର ପରିବାର ଲୋକଙ୍କ ସହ ଭେଟିବାର ସୁଯୋଗ ଦେଇଥିଲେ । ଏହି ଅବସରରେ ବିକି ଜୈନ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମାଆ ଉଭୟଙ୍କୁ ଭେଟିବାକୁ ଆସିଥିଲେ । ଯାହାପରେ ବିକିଙ୍କ ମାଆ ରଂଜନା ଜୈନ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ଶୋ'ରୁ ବାହାରକୁ ଆସିବା ପରେ ପୁଅ ଏବଂ ବୋହୂଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି ।

ବିକିଙ୍କ ମାଆ ରଂଜନା ଜୈନ କହିଛନ୍ତି ଯେ, ବିକି ଓ ଅଙ୍କିତାଙ୍କ ବିବାହକୁ ପରିବାର ଲୋକେ ବିରୋଧ କରୁଥିଲେ । ମିଡିଆ ସହ କଥାବାର୍ତ୍ତା ବେଳେ ତାଙ୍କୁ ଯେତେବେଳେ ଅଙ୍କତାଙ୍କ ବୟାନ ବିଷୟରେ ପଚରାଗଲା ଯେ ଅଙ୍କିତା କହିଥିଲେ ବିକିଙ୍କ ସହ ଶୀଘ୍ର ବିବାହ କରି ସେ ଦୁଃଖିତ । ଅଙ୍କିତାଙ୍କ ଏହି ବୟାନକୁ ନେଇ ବିକିଙ୍କ ମାଆ ଉତ୍ତର ଦେଇ କହିଛନ୍ତି ଯେ, ଅଙ୍କିତା ସହ ବିବାହ ବିକି ହିଁ କରିଛନ୍ତି । ଆମେ କେହି ତାଙ୍କୁ ସମର୍ଥନ କରିନଥିଲୁ । ଏବେ ସେ ଏହି ବିବାହକୁ ଚଲେଇବ । ଆମକୁ ଏନେଇ କିଛି କରିବାର ନାହିଁ ଏବଂ ଆମର ବିଶ୍ବାସ ଯେ, ବିକି ଏହାକୁ ସୁଧାରି ନେବ ।

ଏଥିସହ ଅଙ୍କିତା ବିକିଙ୍କୁ ଚପଲ ମାରିବା କଥା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''ଏପରି ମସ୍ତି ଭଲ ଲାଗୁନାହିଁ । ସ୍ବାମୀକୁ ଚପଲରେ ମାରିବା, ତକିଆରେ ମାରିବା, ଫୋପାଡିବା । ଏହା ଭଲ ନୁହଁ । ଆମେ ଅଙ୍କତିାଙ୍କୁ କହିଲୁ, ଝିଅ ଏହା ଭଲ ନୁହଁ । ବହୁତ ଅଧିକ ଅପଶଦ୍ଦ ବ୍ୟବହାର କରୁଛ । ଆଉ ମାତ୍ର କମ ଦିନ ରହିଲା ଝଗଡ଼ା-ଲଢିବା ବନ୍ଦ କର । ପ୍ରଥମେ ସମ୍ପର୍କ ଦେଖ ତା'ପରେ ଗେମ୍ ଦେଖ ।''

ଏହା ମଧ୍ୟ ପଢନ୍ତୁ:ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେ ପକାଇଲେ ଅଙ୍କିତା, ଟ୍ରୋଲ କଲେ ୟୁଜର୍ସ

ସୂଚନା ଥାଉକି, ବିଗ ବସ୍ ୧୭ ଘରେ ଉଭୟ ପତିପତ୍ନୀ ବିକି ଅଙ୍କିତା ପ୍ରତିଯୋଗୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏହି ସମୟରେ ଉଭୟ ଅନେକ ଥର ଝଗଡା କରୁଥିବା ନଜର ଆସିଥାନ୍ତି । ନିକଟରେ ଶୋ'ରେ ବିକି ଅନ୍ୟ ପ୍ରତିଯୋଗୀଙ୍କ ପ୍ରଶଂସା କରିଥିଲେ । ଯାହାକୁ ନେଇ ଅଙ୍କିତା ରାଗିଯାଇ ଶୋ' ବାହାରକୁ ଗଲା ପରେ ନିଷ୍ପତ୍ତି ଜଣାଇବି ବୋଲି କହିଥିଲେ । ଏପରିକି ଉଭୟ ପରସ୍ପରର ମଜାକ ମଧ୍ୟ ଉଡାଇଥିଲେ । ଯାହା ପରେ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details