ଓଡିଶା

odisha

By ETV Bharat Odisha Team

Published : Nov 8, 2023, 11:42 AM IST

ETV Bharat / entertainment

Bigg Boss 17: ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେ ପକାଇଲେ ଅଙ୍କିତା, ଟ୍ରୋଲ କଲେ ୟୁଜର୍ସ

ବିଗ ବସ୍ ଘରେ ଅଙ୍କିତା ଲୋଖଣ୍ଡେ ପୁଣି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ବେଶ ଭାବବିହ୍ବଳ ମଧ୍ୟ ହୋଇଛନ୍ତି । ଏହି ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଟ୍ରୋଲ୍‌ର ଶିକାର ହୋଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେ ପକାଇଲେ ଅଙ୍କିତା, ଟ୍ରୋଲର ହେଲେ ଶିକାର
ସୁଶାନ୍ତ ସିଂ ରାଜପୁତଙ୍କୁ ପୁଣି ମନେ ପକାଇଲେ ଅଙ୍କିତା, ଟ୍ରୋଲର ହେଲେ ଶିକାର

ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ରହିଛି ସଲମାନ ଖାନଙ୍କ ଶୋ' ବିଗ ବସ୍ ୧୭ । ଏଥିରେ ପ୍ରତ୍ୟେକ ଦିନ ପ୍ରତିଯୋଗୀମାନଙ୍କ ନୂଆ ନୂଆ କାହାଣୀ ଦେଖିବାକୁ ମିଳିଥାଏ । ପ୍ରତିଯୋଗୀମାନେ ନିଜ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଏଠାରେ ଚର୍ଚ୍ଚା କରିଥାନ୍ତି । ତେବେ ଶୋ'ରେ ଅଙ୍କିତା ଲୋଖଣ୍ଡେ ନିଜ ସ୍ବାମୀଙ୍କ ସହ ଭାଗ ନେଇଥିବା ବେଳେ ପ୍ରାୟତଃ ସେ ଏଠାରେ ସ୍ବର୍ଗତ ଅଭିନେତା ସୁଶାନ୍ତି ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥାଏ । ଲାଟେଷ୍ଟ ଏପିସୋଡରେ ମଧ୍ୟ ଅଙ୍କିତା ପୁଣି ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ଯାହା ପରେ ଅଭିନେତ୍ରୀ ଟ୍ରୋଲର ଶିକାର ହୋଇଛନ୍ତି ।

ଅଙ୍କିତା ଶୋ'ରେ ଅଭିଷେକ କୁମାରଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ, ତୁମର ପୋଷାକ ପିନ୍ଧିବାର ଶୈଳୀ ମୋତେ ସୁଶାନ୍ତଙ୍କ କଥା ମନେ ପକାଇଦିଏ । ଏହା ପରେ ଅଭିଷେକ କହିଛନ୍ତି ଯେ, ମୋର ଏବଂ ସୁଶାନ୍ତଙ୍କ ଯାତ୍ରା ଏକାପରି ଅଟେ । ଦୁଇ ଜଣ ହିଁ ଛୋଟ ସହରରୁ ଆସିଛୁ । ପରେ ଅଙ୍କିତା କୁହନ୍ତି, ସୁଶାନ୍ତ ଏଗ୍ରେସିଭ୍‌ ନଥିଲେ । ତାଙ୍କୁ କେବେ ରାଗ ଆସେନି । ସେ ବହୁତ ଶାନ୍ତ ସ୍ବଭାବର ଥିଲେ । ସେ ବହୁତ ପରିଶ୍ରମୀ ମଧ୍ୟ । ଏହି କଥା କହି ଅଙ୍କିତା କାନ୍ଦିଛନ୍ତି । ଏଥିସହ ଅଙ୍କିତା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ସୁଶାନ୍ତଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ବେଶ ଭଲ ଲାଗିଥାଏ ।

ଏହା ପରେ ଅଭିଷେକ ଅଙ୍କିତାଙ୍କୁ ପଚାରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ବେଳକୁ ବିକି ତାଙ୍କୁ ସମର୍ଥନ କରିଛନ୍ତି କି ? ଅଙ୍କିତା କହିଛନ୍ତି, ବିକି ମଧ୍ୟ ସୁଶାନ୍ତଙ୍କ ବନ୍ଧୁ ଥିଲେ । ସେ ଏହି ପ୍ରସଙ୍ଗରେ ବହୁତ ସହଯୋଗ କରିଛନ୍ତି । ଯେତେବେଳେ କିଛି ନଥାଏ ତୁମେ କ’ଣ କରିପାରିବ । କେହି ମରିଗଲେ, ତୁମେ କ’ଣ କରିପାରିବ ? ଆପଣଙ୍କୁ ସମର୍ଥନ କରିବାକୁ ପଡିବ । କେହି ସମର୍ଥନ କରିବାକୁ ଆସୁନଥିଲେ । ସେହି ସମୟରେ ବିକି ସବୁକିଛି ଭଲ ଭାବରେ ସମ୍ଭାଳିଥିଲେ । ଯଦି ସେ ସମର୍ଥନ କରିନଥାନ୍ତେ ମୁଁ କିଛି କରି ପାରିନଥାନ୍ତି ।

ଏହା ମଧ୍ୟ ପଢନ୍ତୁ:ଏଡିଟ୍‌ ଫଟୋକୁ ନେଇ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୋତେ ହସ ଲାଗୁଛି

ତେବେ ସୁଶାନ୍ତଙ୍କ ବିଷୟରେ କଥାବାର୍ତ୍ତା କରି ଅଙ୍କିତା ଭାବବିହ୍ବଳ ହୋଇପଡ଼ିଥିଲେ । ଏହି ଭିଡିଓ ଭାଇରାଲ ପରେ ୟୁଜର୍ସ ଅଙ୍କିତାଙ୍କୁ ଟ୍ରୋଲ୍‌ କରିଛନ୍ତି । କିଛି ଲୋକ କହିଛନ୍ତି ଯେ, ସୁଶାନ୍ତଙ୍କ ନାଁ ନେଇ ଅଙ୍କିତା ସହାନୁଭୂତିର କାର୍ଡ ଖେଳୁଛନ୍ତି । ଏହି ସମୟରେ ଅନେକ ୟୁଜର୍ସ ଅଙ୍କିତାକୁ ସମର୍ଥନ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି, ଅଙ୍କିତାଙ୍କୁ ତାଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଭଲ ଲାଗେ । ଏହା ଗର୍ବର ବିଷୟ । ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କ ଟ୍ରୋଲ୍‌ କରୁଛନ୍ତି । ହେଲେ କେବେ ତାଙ୍କ ଭାବନା ବୁଝିନାହାନ୍ତି । ଆଉ ଜଣେ ଲେଖିଛନ୍ତି, ସେ ଏବେ ବି ସୁଶାନ୍ତଙ୍କୁ ଭଲ ପାଉଛନ୍ତି । କାରଣ ତାଙ୍କ ବିଷୟରେ କଥାବାର୍ତ୍ତା କରି ସେ କାନ୍ଦୁଛନ୍ତି ।

ABOUT THE AUTHOR

...view details