ଓଡିଶା

odisha

ETV Bharat / entertainment

Jhund OTT Release: ଏଥର OTTରେ ଆସିବ ଅମିତାଭ ବଚ୍ଚନଙ୍କ ଫିଲ୍ମ, ଜାଣନ୍ତୁ କେବେ - ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଝୁଣ୍ଡ

ବକ୍ସ ଅଫିସରେ ଏକ ବଡ ଧମାକା କରିବା ଦେବା ପରେ ଝୁଣ୍ଡ ବର୍ତ୍ତମାନ OTT ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଅଧିକ ପଢନ୍ତୁ

ଏଥର OTT ରେ ଆସିବ ଅମିତାଭ ବଚ୍ଚନଙ୍କ ଫିଲ୍ମ
ଏଥର OTT ରେ ଆସିବ ଅମିତାଭ ବଚ୍ଚନଙ୍କ ଫିଲ୍ମ

By

Published : Apr 21, 2022, 5:30 PM IST

ହାଇଦ୍ରାବାଦ: ଅମିତାଭ ବଚ୍ଚନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 'ଝୁଣ୍ଡ' ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ବକ୍ସ ଅଫିସରେ ଏକ ବଡ ଧମାକା କରିବା ଦେବା ପରେ 'ଝୁଣ୍ଡ' ବର୍ତ୍ତମାନ OTT ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ । ନାଗରାଜ ମଞ୍ଜୁଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ସ୍ପୋର୍ଟସ୍‌ ଡ୍ରାମା ଉପରେ ଆଧାରିତ । ଏହା ସ୍ଲମ୍ ସକର୍ ଏନଜିଓର ପ୍ରତିଷ୍ଠାତା ବିଜୟ ବରସେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ବିଜୟ ଭୂମିକାରେ ଅମିତାଭ ବଚ୍ଚନ ନଜର ଆସିଥିଲେ ।

କେବେ ଏବଂ କେଉଁଠାରେ ଦେଖିବେ ଝୁଣ୍ଡ

ପ୍ରେକ୍ଷାଳୟରେ ଯଦି ଆପଣ ଏହି ଚଳଚ୍ଚିତ୍ର ଦେଖିନଥିବେ, ତେବେ ମେ 6 ରୁ ଆପଣ OTT ପ୍ଲାଟଫର୍ମ ZEE5 ରେ ଦେଖିପାରିବେ । ଫିଲ୍ମଟି ଏହି ଦିନ ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ । ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେଙ୍କ କହିବାନୁସାରେ, “ଝୁଣ୍ଡରେ ଏମିତି ଏକ କାହାଣୀ ଅଛି ଯାହା ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ । ଅମିତାଭ ଜୀ ବାସ୍ତବରେ ପିଲାଙ୍କ ସମେତ ଚରିତ୍ରଙ୍କ ପାଇଁ ଜୀବନ ଦେଇଛନ୍ତି । ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମିଳିବା ପରେ ମୁଁ ଖୁସି ଯେ Zee5 ରେ ଏହାର ଡିଜିଟାଲ୍ ରିଲିଜ୍ ସହିତ ଲୋକମାନେ ଏହାକୁ ବାରମ୍ବାର ଦେଖିପାରିବେ ।

ପ୍ରତିଥର କିଛି ନୂଆ ଚରିତ୍ରରେ ଅମିତାଭଙ୍କୁ ଦେଖିବାକୁ ମିଳିଥିଲା ଆଉ ଏଥର ବି ସେପରି କିଛି ସ୍ୱାଦ ଦର୍ଶକ ଏଥିରେ ପାଇଥିଲେ। ବସ୍ତିରେ ରହୁଥିବା, ଅପରାଧିକ ଗତିବିଧିରେ ସାମିଲ ଥିବା, ତା’ସହ ନିଶାର କଳା ବଦଳରେ ଘେରି ରହିଥିବା କିଛି ପିଲାଙ୍କୁ ନେଇ ଫୁଟବଲ୍ ଟିମ୍ ଗଠନ କରିବା ସ୍ୱପ୍ନ ଦେଖିଥିଲେ ବିଜୟ। ଆଉ ଏଥିରେ ଆସୁଥିବା ସଂଘର୍ଷ ଓ ଘାତ ପ୍ରତିଘାତକୁ ନେଇ ସିନେମାର କାହାଣୀ ହୋଇଥିଲା। ଫିଲ୍ମରେ ଅମିତାଭଙ୍କ ସହ ୨୦୧୬ର ଜାତୀୟ ପୁରସ୍କାର ପ୍ରାପ୍ତ ମରାଠୀ ସିନେମା ‘ସାଇରାଟ’ ଫେମ୍ ରିଙ୍କୁ ରାଜଗୁରୁ ଓ ଆକାଶ ଥୋଷର ଏକାଠି ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details