ଓଡିଶା

odisha

ETV Bharat / entertainment

ପୁଣି ପରଦାରେ ଶୁଭିବ ବାବୁ ମୋସାଏ, ସୁପରହିଟ୍ ଆନନ୍ଦ ମୁଭିର ହେବ ରିମେକ୍

1971 ମସିହାରେ ଆସିଥିବା ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର ଆନନ୍ଦ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ବଡ ପରଦାରେ ପ୍ରଦର୍ଶିତ କରାଯିବ । ଏଥିରେ ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା (Rajesh Khanna) ଏବଂ ଅମିତାଭ ବଚ୍ଚନ (Amitabh Bachchan) ଦମଦାର ଅଭିନୟ କରିଥିଲେ । ଅଧିକ ପଢନ୍ତୁ

By

Published : May 19, 2022, 3:49 PM IST

ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଆଇକନିକ ଫିଲ୍ମ ଆନନ୍ଦର ହେବ ରିମେକ୍‌
ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଆଇକନିକ ଫିଲ୍ମ ଆନନ୍ଦର ହେବ ରିମେକ୍‌

ମୁମ୍ବାଇ:1971 ମସିହାରେ ଆସିଥିବା ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ର 'ଆନନ୍ଦ' ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ବଡ ପରଦାରେ ପ୍ରଦର୍ଶିତ କରାଯିବ । ଖବର ଅନୁଯାୟୀ, ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଆଇକନିକ ଚଳଚ୍ଚିତ୍ର ଆନନ୍ଦର ରିମେକ୍ ବୋଲି କୁହାଯାଉଛି ।

ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଫିଲ୍ମର ରିମେକ୍ ସ୍କ୍ରିପ୍ଟିଂ ପର୍ଯ୍ୟାୟରେ ଅଛି । ତେବେ ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ରିମେକ୍ ସମୀର ରାଜ ସିପି ଏବଂ ବିକ୍ରମ ଖାଖରଙ୍କ ଦ୍ୱାରା ନିର୍ମିତ । ଏହି କଲ୍ଟ କ୍ଲାସିକ୍ ଚଳଚ୍ଚିତ୍ରର ରିମେକର ଖବର ନିଶ୍ଚିତ ଭାବରେ ଲକ୍ଷ ଲକ୍ଷ ଦର୍ଶକଙ୍କ ପାଇଁ ଏକ ଭଲ ଖବର ହେବ ।

1971 ମସିହାରେ ମୁକ୍ତିଲାଭ କରିଥିବା ଆନନ୍ଦ ଚଳଚ୍ଚିତ୍ରରେ ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନା ଜଣେ କର୍କଟ ରୋଗୀ ଚରିତ୍ରରେ ଅଭିନୟ କରିଥିଲେ, ଯିଏ ଅସୁବିଧା ସତ୍ତ୍ୱେ ହସଖୁସିରେ ଜୀବନ ବିତାଇବାକୁ ବିଶ୍ୱାସ କରୁଥିଲେ । ସେହିପରି ଅଭିନେତା ଅମିତାଭ ବଚ୍ଚନ ଏହି ଫିଲ୍ମରେ ଡାକ୍ତର ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଜଣେ ବ୍ୟକ୍ତିଙ୍କ କାହାଣୀ ବର୍ଣ୍ଣନା କରେ, ଯିଏ ମୃତ୍ୟୁ ସାମ୍ନାରେ ଥାଇ ମଧ୍ୟ ଜୀବନକୁ ଅତି ସୁନ୍ଦର ଭାବରେ ଜିତିଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ହୃଷିକେଶ ମୁଖାର୍ଜୀ। ଏହି ଚଳଚ୍ଚିତ୍ରଟି ସେହି ଯୁଗର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 'ଆନନ୍ଦ' ସେହି ସମୟ ମଧ୍ୟରେ ବକ୍ସ ଅଫିସରେ 0.98 କୋଟି ବ୍ୟବସାୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details