ଓଡିଶା

odisha

ETV Bharat / entertainment

Box Office Collection Day 1: ଭୁଲ ଭୁଲେୟାଁ ସାମ୍ନାରେ ଫିକା ପଡିଲା କଙ୍ଗନାଙ୍କ ଧାକଡ - ଭୁଲ ଭୁଲେୟାଁ 2 ଧାକଡ କଲେକ୍ସନ

କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲେୟାଁ 2 ଏବଂ କଙ୍ଗନା ରଣାୱତଙ୍କ ଧାକଡ ଶୁକ୍ରବାର (20 ମଇ 2022) ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଚଳଚ୍ଚିତ୍ରର ପ୍ରଥମ ଦିନର ରୋଜଗାରର ଆକଳନ ଦେଖି କଙ୍ଗନା ରଣାୱତଙ୍କ ପ୍ରଶଂସକଙ୍କୁ ଝଟକା ଲାଗିପାରେ, କିନ୍ତୁ କାର୍ତ୍ତିକ ଆର୍ଯ୍ୟନର ପ୍ରଶଂସକମାନେ ନିଶ୍ଚିତ ଖୁସିରେ ଝୁମି ଉଠିବେ । ଅଧିକ ପଢନ୍ତୁ

ଭୁଲ ଭୁଲେୟାଁ ସାମ୍ନାରେ ଫିକା ପଡିଲା କଙ୍ଗନାଙ୍କ ଧାକଡ
ଭୁଲ ଭୁଲେୟାଁ ସାମ୍ନାରେ ଫିକା ପଡିଲା କଙ୍ଗନାଙ୍କ ଧାକଡ

By

Published : May 21, 2022, 4:55 PM IST

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟାଁ 2' ଏବଂ କଙ୍ଗନା ରଣାୱତଙ୍କ 'ଧାକଡ' ଶୁକ୍ରବାର (20 ମଇ 2022) ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଚଳଚ୍ଚିତ୍ରର ପ୍ରଥମ ଦିନର ରୋଜଗାରର ଆକଳନ ଦେଖି କଙ୍ଗନା ରଣାୱତଙ୍କ ପ୍ରଶଂସକଙ୍କୁ ଝଟକା ଲାଗିପାରେ, କିନ୍ତୁ କାର୍ତ୍ତିକ ଆର୍ଯ୍ୟନର ପ୍ରଶଂସକମାନେ ନିଶ୍ଚିତ ଖୁସିରେ ଝୁମି ଉଠିବେ । ଫିଲ୍ମ ଧାକଡ ପ୍ରଥମ ଦିନରେ ମାତ୍ର 1.25 କୋଟି ରୋଜଗାର କରିଥିବାବେଳେ 'ଭୁଲ ଭୁଲେୟାଁ 2' ଆଶାଠୁ ଭଲ ପ୍ରଦର୍ଶନ କରିଛି । ଅର୍ଥାତ ଭୁଲ ଭୁଲେୟାଁ 2 ପ୍ରଥମ ଦିନରେ 14 କୋଟି ରୋଜଗାର କରି ଧମାଲ ମଚାଇଦେଇଛି ।

ଭୁଲ ଭୁଲେୟାଁ ସାମ୍ନାରେ ଫିକା ପଡିଲା କଙ୍ଗନାଙ୍କ ଧାକଡ

କାର୍ତ୍ତିକ ଆର୍ଯ୍ୟନ୍, ରାଜପାଲ ଯାଦବ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଭୁଲ ଭୁଲେୟାଁ 2 ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି। କାର୍ତ୍ତିକ ଆର୍ଯ୍ୟଙ୍କ ଚରିତ୍ର ଏବଂ ଆନିସ୍ ବଜମିଙ୍କ ନିର୍ଦ୍ଦେଶ ପ୍ରଶଂସକଙ୍କୁ ପାଗଳ କରିଦେଉଛି । ଏହାର କାରଣ ହେଉଛି ଭୁଲ ଭୁଲେୟାଁ ୨ କରୋନା ଅବଧି ପରେ ଦ୍ୱିତୀୟ ସର୍ବାଧିକ ଓପନିଂ ଫିଲ୍ମ ହୋଇପାରିଛି ।

ଏବେ ଆସନ୍ତୁ କଙ୍ଗନା ରଣାୱତଙ୍କ 'ଧାକଡ' ବିଷୟରେ ଆଲୋଚନା କରିବା । ଯିଏ ପ୍ରଥମ ଦିନରେ 1.25 କୋଟି ବ୍ୟବସାୟ କରିଛି । ଘରୋଇ ବକ୍ସ ଅଫିସରେ କଙ୍ଗନା ରଣାୱତଙ୍କ 'ଧାକଡ' ଦେଖିବା ପାଇଁ ଦର୍ଶକମାନେ କମ୍ ଆଗ୍ରହ ଦେଖାଇଥିଲେ ଏବଂ କାର୍ତ୍ତିକଙ୍କ 'ଭୁଲ ଭୁଲେୟାଁ 2'ରେ ଦେଖିବାକୁ ବେଶୀ ପସନ୍ଦ କରିଥିଲେ । କଙ୍ଗନା ରଣାୱତଙ୍କ ଶେଷ କିଛି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହା 'ଥଲାଇଭି', 'ପଙ୍ଗା', 'ଜଜମେଣ୍ଟାଲ୍ ହୈ କ୍ୟା' । ଏହି ତିନୋଟି ଚଳଚ୍ଚିତ୍ର ସେତେଟା ଭଲ ପ୍ରଦର୍ଶନ କରିନଥିଲା । ବର୍ତ୍ତମାନ ଧାକଡ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details