ହାଇଦ୍ରାବାଦ: ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ଭୋଲାର ସଫଳତା ଏବଂ ଆୟ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ଏହାରି ମଧ୍ୟରେ ଦର୍ଶକଙ୍କୁ ଆକର୍ଷିତ କରି ବକ୍ସ ଅଫିସରେ ରବିବାର ଫିଲ୍ମର ଆୟ 70 କୋଟି ଅତିକ୍ରମ କରିଛି । ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଫିଲ୍ମ ଏହି ଫିଲ୍ମ ମାର୍ଚ୍ଚ 30ରେ ରିଲିଜ ହୋଇଥିଲା । ରିଲିଜ ହେବାର ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ ସପ୍ତାହରେ 44 କୋଟି ଟଙ୍କା ଆୟ କରିଥିଲା । ତେବେ ଫିଲ୍ମଟି ଏବେ 70 କୋଟି ଅତିକ୍ରମ କରିବା ଦେଖି ପୁଣି ଫିଲ୍ମର ସଫଳତାକୁ ନେଇ ଏକ ଆଶାତିତ ସଫଳତା ଆଣିବ ବୋଲି ମନେ ହେଉଛି ।
ମାର୍ଚ୍ଚ 30ରେ ଭୋଲାର ପ୍ରିମିୟରରେ ଉଭୟ ଦର୍ଶକ ଏବଂ ସମାଲୋଚକ ଭଲ ପ୍ରତିକ୍ରିୟା ଦେଇଥିଲା । 2023ର ବହୁ ପ୍ରତୀକ୍ଷିତ ରିଲିଜ୍ ମଧ୍ୟରୁ ଏହି ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା । ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିବା ସହ 44 କୋଟି ଟଙ୍କା ଆୟ କରିଥିଲା । ସେହିପରି ଦ୍ବିତୀୟ ସପ୍ତାହ ଶେଷରେ ଭୋଲା 70 କୋଟି ଟଙ୍କାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । 11 ଏପ୍ରିଲ 9 ଦିନରେ ଫିଲ୍ମଟି 2.25 କୋଟି ଟଙ୍କା ବ୍ୟବସାୟ କରିଛି । ଫଳସ୍ବରୂପ, ଏହାର ମୋଟ ବକ୍ସ ଅଫିସ୍ କଲେକ୍ସନ ବର୍ତ୍ତମାନ 75.20 କୋଟି ଟଙ୍କା ରହିଛି ।