ମୁମ୍ବାଇ: ଦୁଇ ପ୍ରତିଭାବାନ ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡ୍ନେକରଙ୍କ ଆଗାମୀ ଫିଲ୍ମ `Bheed (ଭିଡ)'ର ଟିଜର ଆଜି ରିଲିଜ ହୋଇଛି । ଫିଲ୍ମର ଟିଜର ନିର୍ମାତାମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଫିଲ୍ମର ଟିଜର ଦେଖିବା ପରେ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।
ଚଳଚ୍ଚିତ୍ରର ପ୍ରଥମ ଝଲକ ସେୟାର କରି ଚଳଚ୍ଚିତ୍ର ନିର୍ମାତାମାନେ କହିଛନ୍ତି, 'ଆମେ ସେହି ସମୟର କାହାଣୀ କହୁଛୁ ଯେତେବେଳେ ଦେଶର ନୁହଁ ବରଂ ସମାଜର ବିଭାଜନ ହୋଇଥିଲା । ସେହି ଅନ୍ଧକାର ସମୟର କାହାଣୀ ଆମେ ଯାହା ବ୍ଲାକ୍ ଆଣ୍ଡ୍ ହ୍ବାଇଟରେ ଦେଖାଇବାକୁ ଯାଉଛୁ । ପିଲ୍ମଟି କୋରୋନା ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସହ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ ।
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର । ଏହାକୁ ଏକ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଚଳଚ୍ଚିତ୍ର ମଧ୍ୟ କୁହାଯାଉଛି । ଏହାପୂର୍ବରୁ ଅନୁଭବ ସିହ୍ନା ଅନେକ ଫିଲ୍ମ ନିର୍ମାଣ କରିଛନ୍ତି, ଯାହା ବକ୍ସ ଅଫିସରେ କିଛି ଖାସ୍ କମାଲ କରି ପାରିନଥିଲା । ହେଲେ ପରେ 'ଆର୍ଟିକିଲ୍-15' ଏବଂ 'ଥପ୍ପଡ' ଭଳି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇ ଅନୁଭବ ସିହ୍ନା ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଏବେ ସେ ଏହି ଚଳଚ୍ଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି ।