ହାଇଦ୍ରାବାଦ: ବଲିଉଡର 'ବାଦଶାହ' ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ରିଲିଜ୍କୁ ଲକ୍ଷ ଲକ୍ଷ ଫ୍ୟାନ୍ସ ଅପେକ୍ଷା କରିଛନ୍ତି, କିନ୍ତୁ ଏହାପୂର୍ବରୁ କିଙ୍ଗ ଖାନ୍ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଶାହରୁଖ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ଅଭିନୀତ ଫିଲ୍ମ 'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ଡିସେମ୍ବର 12ରେ ମୁକ୍ତିଲାଭ କରିଛି । ଶାହାରୁଖ ନିଜେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ଯେ ଫିଲ୍ମର ପ୍ରଥମ ଗୀତ ଡିସେମ୍ବର 12ରେ ମୁକ୍ତିଲାଭ କରିବ । ଏହି ଗୀତଟିକୁ ପ୍ରସିଦ୍ଧ ସଂଗୀତକାର ବିଶାଲ-ଶେଖରଙ୍କ ଯୋଡି ପ୍ରସ୍ତୁତ କରିଛନ୍ତି । ଏହି ଗୀତରେ ଶାହାରୁଖ-ଦୀପିକା ଧମାଲ କରିଛନ୍ତି ।
ଆଜି (ଡିସେମ୍ବର 12) ସକାଳ 11ଟା ସମୟରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଅଭିନୀତ ପଠାନର ପ୍ରଥମ ରୋମାଣ୍ଟିକ ଗୀତ 'ବେଶରମ୍ ରଙ୍ଗ' ମୁକ୍ତିଲାଭ କରିଛି । ଏହି ଗୀତରେ ଦୀପିକା ପାଦୁକୋନଙ୍କ ସିଜଲିଙ୍ଗ ଅବତାର ଦେଖିବାକୁ ମିଳିଛି । ଗୀତରେ ଦୀପିକା ହଟ ବିକିନି ଏବଂ ମୋନୋକିନି ପିନ୍ଧିଥିବାର ନଜର ଆସିଛନ୍ତି । ଏଥି ସହିତ ଶାହରୁଖ ଖାନଙ୍କୁ ମଧ୍ୟ ତାଙ୍କ କୁଲ୍ ଅନ୍ଦାଜରେ ଦେଖିବାକୁ ମିଳୁଛି । ଏହି ଗୀତକୁ ଶିଳ୍ପା ଏବଂ କୁମାର ଗାଇଛନ୍ତି । ସଙ୍ଗୀତରେ ସଜାଇଛନ୍ତି ବିଶାଲ-ଶେଖର । ଗୀତରେ ଦୀପିକା ଏବଂ ଶାହାରୁଖ ଖାନଙ୍କ ଯୋଡି ଜବରଦସ୍ତ ରହିଛି ।