ହାଇଦ୍ରାବାଦ: ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା 1950 ଜୁଲାଇ 20ରେ ଜନ୍ମଗ୍ରହଣ କରିଥିଲେ । ବଲିଉଡ ଅଭିନେତାଙ୍କ ମଧ୍ୟରୁ ନାସିରୁଦ୍ଦିନ ଶାହା ଅନ୍ୟତମ, ଯିଏକି ଭିନ୍ନ ଅଭିନୟ ପାଇଁ ଜଣାଶୁଣା । ସରଳ ଚେହେରା ଥିବା 72 ବର୍ଷୀୟ ନାସିରୁଦ୍ଦିନ ଶାହା ଚଳଚ୍ଚିତ୍ର ଜଗତରେ ସେହି ସ୍ଥାନ ହାସଲ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଅଟେ । ନାସିରୁଦ୍ଦିନ ଶାହା କେବଳ ବଲିଉଡରେ ଅଭିନୟ ପାଇଁ ନୁହେଁ ବରଂ କହିବା ଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ।
ନାସିରୁଦ୍ଦିନ ଶାହା 1975 ମସିହାରେ ଫିଲ୍ମ 'ନିଶାନ୍ତ' (Nishant) ରୁ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଛୋଟ ଥିଲା, କିନ୍ତୁ ଏହି ଚରିତ୍ର ହିଁ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ପାଇଁ ରାସ୍ତା ଖୋଲିଦେଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ସ୍ମିତା ପାଟିଲ, ଶବାନା ଆଜମୀ ଏବଂ ଅମରେଶ ପୁରୀ ପ୍ରମୁଖ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ର ପରେ ସେ 'ମନ୍ଥନ', 'ଭୂମିକା', 'ସ୍ପର୍ଶ' ଏବଂ 'ଜୁନୁନ୍' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ନାସିର ସାହାବ ତାଙ୍କ କ୍ୟାରିୟରରେ ଅନେକ ଆକର୍ଷଣୀୟ ଚରିତ୍ର ନିଭାଇଛନ୍ତି ।
ନାସିରୁଦ୍ଦିନ ହିରୋ ପରି ଦେଖାଯାଉନଥିଲେ !
ଚଳଚ୍ଚିତ୍ର କରିବା ପୂର୍ବରୁ ନାସିରୁଦ୍ଦିନ ଶାହାଙ୍କର ଜଣେ ଗର୍ଲଫ୍ରେଣ୍ଡ ଥିଲେ କିନ୍ତୁ ସେ ଏହା କହିକି ତାଙ୍କ ସହ ବ୍ରେକଅପ୍ କରିଥିଲେ କି, ସେ ହିରୋ ଭଳି ଦେଖାଯାଉନାହାନ୍ତି । ତେବେ ହିରୋ ଭଳି ଦେଖାଯାଉ ନଥିବାରୁ ତାଙ୍କୁ ଫିଲ୍ମ 'ନିଶାନ୍ତ'ରେ ଏକ ଚରିତ୍ର ମିଳିଥିଲା । ନାସିର ପରଦାରେ ଯେତିକି ଶାନଦାର ଚରିତ୍ର ନିଭାଇଛନ୍ତି, କିଛି ଏମିତି ହିଁ ରୋଚକ କାହାଣୀ ତାଙ୍କ ବ୍ୟକ୍ତିଗତ ଜୀବନ ଦେଖିବାକୁ ମିଳିଛି ।