ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ଏବଂ ଅଭିନେତ୍ରୀ ପୂଜା ହେଗଡେ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର 4ର୍ଥ ଗୀତ ରିଲିଜ ହୋଇଛି । ଫିଲ୍ମର 3ଟି ଗୀତ ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ଏବେ 4ର୍ଥ ଗୀତ 'ବଠୁକମ୍ମା' ରିଲିଜ ହୋଇଛି । ସୋସିଆଲ ମିଡିଆରେ ଏହି ଗୀତ ରିଲିଜ ହେବା ମାତ୍ରେ ଫ୍ୟାନ୍ସଙ୍କୁ ଏହି ଗୀତ ବେଶ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି ।
'କିସି କା ଭାଇ କିସି କି ଜାନ'ର 4ର୍ଥ ଗୀତ 'ବଠୁକମ୍ମା' ଆଜି ରିଲିଜ ହୋଇଛି । ଏହି ଗୀତ ତେଲୁଗୁ ଭାଷାରେ ରହିଥିବା ବେଳେ ଗୀତରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଦକ୍ଷିଣ ଭାରତୀୟ ଲୁକରେ ଦେଖିବାକୁ ମିଳିଛି । ସାଉଥ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଲେହେଙ୍ଗାରେ ଦେଖିବାକୁ ମିଳିଥିବା ବେଳେ ସଲମାନ ଖାନଙ୍କୁ ଧୋତି ଏବଂ ସାର୍ଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ପୂଜା ପିଙ୍କ୍ ଲେହେଙ୍ଗା ପିନ୍ଧିଥିବା ବେଳେ ସଲମାନ କାନ ୱାଇଟ ଧୋତି ସହ ବ୍ରାଉନ ସାର୍ଟରେ ଦେଖିବାକୁ ମିଳିଛି । ଉଭୟ ଏହି ସାଉଥ ଲୁକରେ ଖୁବ ସୁନ୍ଦର ଦେଖାଯାଉଥିବା ବେଳେ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବେଶ ସୁନ୍ଦର ଲାଗୁଛନ୍ତି ।
ତେବେ ଫିଲ୍ମର ଟିଜର ଏବଂ 3ଟି ଗୀତ ପୂର୍ବରୁ ରିଲିଜ ହୋଇସାରିଛି । 'ନେଇୟୋ ଲାଗଦା ଦିଲ୍' ଓ 'ବିଲି-ବିଲି' ଏବଂ 'ଜୀ ରହେ ଥେ ହମ୍' ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଚତୁର୍ଥ ଗୀତ 'ବଠୁକମ୍ମା'ଆଜି ରିଲିଜ ହୋଇଛି । ଫିଲ୍ମର 'ଜୀ ରହେ ଥେ ହମ୍'ଏହି ଗୀତଟି ସଲମାନ ଖାନ ନିଜେ ଗାଇଛନ୍ତି । ପୂର୍ବରୁ ଫିଲ୍ମର 3ଟି ଗୀତ ରିଲିଜ ପରେ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ ଫ୍ୟାନ୍ସ। ସେହିପରି ଏହି ଗୀତ ମଧ୍ୟ ହିଟ ରହିବ ବୋଲି ଆଶା କରାଯାଉଛି ।
ସୂଚନା ଥାଉ କି, ଏହି ଫିଲ୍ମର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଥିବା ବେଳେ ଏଥିରେ ଅଭିନେତ୍ରୀ ପୂଜା ହେଗଡେ ଏବଂ ସଲମାନଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମାନୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟନଗର ମଧ୍ୟ ଅଭିନୟ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସରେ ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' । ତେବେ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବ ବୋଲି କୁହାଯାଉଛି ।
ତେବେ ସୂଚନା ଥାଉ କି, ଏହି ଫିଲ୍ମ ବ୍ୟତୀତ ସଲମାନ ଖାନ ଚଳିତ ବର୍ଷ ଦିପାବଳୀରେ ଟାଇଗର-3 ଫିଲ୍ମ ସହ ପୁଣି ଧମାକା କରିବାକୁ ଯାଉଛନ୍ତି । କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ସୁପରହିଟ୍ ଯୋଡି ପୁଣି ଥରେ ଟାଇଗର -3 ରେ ନଜର ଆସିବେ ।