ମୁମ୍ବାଇ: ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଶିତା ଦତ୍ତା ସେଠ ଏବଂ ଭାଟସାଲ ଶେଠ୍ । ନିକଟରେ ଏୟାରପୋର୍ଟରେ ଅଭିନେତ୍ରୀ ଜଣକ ନଜର ଆସିଥିବା ବେଳେ ତାଙ୍କ ବେବି ବମ୍ପ୍ ଲୁକ ଦେଖିବାକୁ ମିଳିଥିଲା । ସେଠାରେ ପାପାରାଜିଙ୍କ ଦ୍ବାରା ଉଠାଯାଇଥିବା ଫଟୋରେ ଅଭିନେତ୍ରୀଙ୍କ ଏହି ଲୁକ୍ ଦେଖିବାକୁ ମିଳିଥିଲା । ଏହି ଫଟୋ ଭାଇରାଲ ମଧ୍ୟ ହୋଇଥିଲା । ଏହାରି ମଧ୍ୟରେ ଏବେ ନିଜେ ଦମ୍ପତି ସୋସିଆଲ ମିଡିଆରେ ପିତାମାତା ହେବାର ଖବର ସେୟାର କରିଥିବା ଦେଖିବାକୁ ମିଳିଛି । ଯାହାପରେ ସେମାନଙ୍କ ପ୍ରଶଂସକମାନେ ସେମାନଙ୍କୁ ଏହି ଖୁସି ଖବର ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଅଭିନେତ୍ରୀ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡଲରେ ନିଜ ବେବି ବମ୍ପ୍ ଲୁକ୍ ସହ ସ୍ବାମୀ ଭାଟସାଲଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଦୁଇଟି ପୋଷ୍ଟ ସେୟାର କରି କ୍ୟାପସନରେ ହାର୍ଟ ଇମୋଜି ସହ 'ବେବି ଅନ୍ ବୋର୍ଡ' ବୋଲି ଲେଖିଛନ୍ତି । ପ୍ରଥମ ଫଟୋରେ ସମୁଦ୍ର କୂଳରେ ଦମ୍ପତି ସୂର୍ଯ୍ୟଙ୍କ ସହିତ ପୋଜ୍ କରୁଥିବା ଦେଖାଯାଇଛି । ଫଟୋରେ ଇଶିତା ଏବଂ ୱାଟସାଲ ଗ୍ରୀନ ଡ୍ରେସରେ ନଜର ଆସିଛନ୍ତି । ଏଥିରେ ଭାଟସାଲ ଇଶିତାଙ୍କ ବେବି ବମ୍ପକୁ କିସ୍ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଇଶିତା ମଧ୍ୟ ହସୁଥିବା ନଜର ଆସିଛନ୍ତି ।
ଦମ୍ପତିଙ୍କ ଦ୍ୱିତୀୟ ଫଟୋ କଥା କହିବାକୁ ଗଲେ, ଭାଟସାଲ ଏବଂ ଇଶିତା ପରସ୍ପରକୁ ଦେଖି ହସୁଥିବାର ନଜର ଆସିଛନ୍ତି । ଯାହା ସମୁଦ୍ର ଏବଂ ସୂର୍ଯ୍ୟର ମିଶ୍ରଣ ଏହି ମୁହୂର୍ତ୍ତକୁ ଆହୁରି ସୁନ୍ଦର କରିପାରିଛି । ଇନଷ୍ଟାଗ୍ରାମରେ ଏହି ମୁହୂର୍ତ୍ତକୁ ସେୟାର କରିଛନ୍ତି ଇଶିତା । ଏନେଇ ଅନେକ ଟିଭି ସେଲିବ୍ରେଟିଙ୍କ ସମେତ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି । ଟିଭି ଅଭିନେତ୍ରୀ ହେଲି ଶାହା ଏବଂ ରିଦ୍ଧିମା ପଣ୍ଡିତ ପ୍ରତିକ୍ରିୟାରେ ହାର୍ଟ ଇମୋଜି ଦେଇଛନ୍ତି । ଏଥିସହିତ ଅଭିନେତା ଶାହିର ଶେଖ୍ ମଧ୍ୟ 'ଅଭିନନ୍ଦନ ମୋ ଭାଇ' ବୋଲି ଲେଖିଛନ୍ତି । ଏହା ବ୍ୟତୀତ ଏହି ଦମ୍ପତିଙ୍କ ପ୍ରଶଂସକମାନେ ମଧ୍ୟ ଏହି ଖୁସି ଖବର ପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଥାଉ କି, ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ' ପାଇଁ ବେଶ ପରିଚିତ ହୋଇଥିଲେ ଇସିତା ଦତ୍ତା । ସେହିପରି ଇଶିତାଙ୍କ ସ୍ବାମୀ ଅଭିନେତା ଭାଟସାଲ ସେଠ୍, ଯିଏ ଅଜୟ ଦେବଗନଙ୍କ ଫିଲ୍ମ 'ତାର୍ଜନ-ଦି ୱାଣ୍ଡର'ରେ ତାଙ୍କ ପୁଅ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ତେବେ ଇଶିତା ଏବଂ ଭାଟସାଲ 2017ରେ ବିବାହ କରିଥିଲେ । ବିବାହର 6 ବର୍ଷ ପରେ ଏହି ଦମ୍ପତି ଏବେ ପିତାମାତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତି ବହୁତ ଆକ୍ଟିଭ ରହିଥାନ୍ତି । ଏହାରି ମଧ୍ୟରେ ଉଭୟ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ଯାହାକୁ ଦେଖି ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।