ଓଡିଶା

odisha

ETV Bharat / entertainment

ଜନ୍ମଦିନରେ ଆୟୁଷ୍ମାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ଲେଖିଲେ ପତ୍ନୀ ତାହିରା କଶ୍ୟପ

ଅଭିନେତା ଆୟୁଷ୍ମାନ ଖୁରାନା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପତ୍ନୀ ତାହିରା କଶ୍ୟପ ଆୟୁଷ୍ମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

By

Published : Sep 14, 2022, 3:37 PM IST

Updated : Sep 14, 2022, 9:49 PM IST

ଜନ୍ମଦିନରେ ଆୟୁଷ୍ମାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ଲେଖିଲେ ପତ୍ନୀ ତାହିରା କଶ୍ୟପ
ଜନ୍ମଦିନରେ ଆୟୁଷ୍ମାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ଲେଖିଲେ ପତ୍ନୀ ତାହିରା କଶ୍ୟପ

ମୁମ୍ବାଇ:ଅଭିନେତା ଆୟୁଷ୍ମାନ ଖୁରାନା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଉତ୍ସବରେ ସିନେ ଜଗତର ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ଆୟୁଷ୍ମାନଙ୍କ ପତ୍ନୀ ତାହିରା କଶ୍ୟପ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଉଲ୍ଲେଖନୀୟ ଯେ, ତାହିରା ଜଣେ ଲେଖିକା ଏବଂ ନିର୍ଦ୍ଦେଶକ ଅଟନ୍ତି । ସେ ସ୍ତନ କର୍କଟକୁ ମାତ୍‌ ଦେଇଛନ୍ତି । ବଲିଉଡର ଆଦର୍ଶ ଦମ୍ପତିଙ୍କ ତାଲିକାରେ ଆୟୁଷ୍ମାନ ଏବଂ ତାହିରାଙ୍କ ନାଁ ସାମିଲ ରହିଛି।

Ayushmann's birthday celebration

ତାହିରା କଶ୍ୟପ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଜ ଏବଂ ଆୟୁଷ୍ମାନଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଉଭୟ ରାସ୍ତାରେ ବୁଲୁଥିବା ନଜର ଆସିଛନ୍ତି। ଫଟୋରେ ଦୁହେଁ ପରସ୍ପରକୁ ଚାହିଁ ରହିଛନ୍ତି । ପଛରୁ ସୂର୍ଯ୍ୟ କିରଣ ପଡୁଛି । ଫଟୋକୁ ଦେଖିଲେ ଲାଗୁଛି, ଏହା ମର୍ଣ୍ଣିଂ ଓ୍ବାକ୍‌ର ଫଟୋ । ଫଟୋରେ ଆୟୁଷ୍ମାନ ନୀଳ ଜିନ୍ସ ଏବଂ ଡେନିମ୍ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ ତାହିରାଙ୍କୁ ଏକ ଧଳା ପୋଷାକରେ ଦେଖିବାକୁ ମିଳୁଛି।

ଫଟୋ ସେୟାର କରି ତାହିରା ଆୟୁଷମାନଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି । ତାହିରା କଶ୍ୟପ ଲେଖିଛନ୍ତି, 'ପ୍ରିୟ ବନ୍ଧୁ । ସବୁବେଳେ ତୁମ ସହିତ ଅଛି । ଦୁନିଆର ସବୁଠାରୁ ଶାନଦାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୋ ବ୍ୟକ୍ତିଗତ ସୂର୍ଯ୍ୟକିରଣ ! ତୁମେ ସବୁବେଳେ ମୋତେ ପ୍ରେରଣା ଦିଅ ।'

ତାହିରାଙ୍କର ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି । କମେଣ୍ଟ ବକ୍ସରେ ଉଭୟ ୟୁଜର୍ସ ଏବଂ ସେଲିବ୍ରିଟି ଏହି ଯୋଡିଙ୍କୁ ପ୍ରଶଂସା କରୁଛନ୍ତି । ଏହାସହିତ ଆୟୁଷ୍ମାନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ପତ୍ନୀଙ୍କ ଏହି ପୋଷ୍ଟ ଉପରେ ଆୟୁଷ୍ମାନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, '🥺❤️ you’re the best human ।' ଏହା ବ୍ୟତୀତ ୟୁଜର୍ସଙ୍କ ଠାରୁ ଅନେକ କମେଣ୍ଟ ମଧ୍ୟ ଆସୁଛି ।

ଉଲ୍ଲେଖନୀୟ ଯେ, ଆୟୁଷ୍ମାନ ଖୁରାନା ତାଙ୍କ ବନ୍ଧୁ ତାହିରା କାଶ୍ୟପଙ୍କୁ 2011 ରେ ବିବାହ କରିଥିଲେ। ଉଭୟ ପ୍ରାୟ 11 ବର୍ଷ ପରସ୍ପରକୁ ଡେଟ କରିଥିଲେ। ଉଭୟ କଲେଜରେ ଭେଟିଥିଲେ। ତାହିରାଙ୍କ ପିତା ଆୟୁଷ୍ମାନଙ୍କୁ ବହୁତ ଭଲ ପାଉଥିଲେ। ଏକ ସାକ୍ଷାତକାରରେ ଆୟୁଷ୍ମାନ କହିଥିଲେ କି, ତାହିରାଙ୍କ ପିତା ଏପରିକି କହିଥିଲେ ଯେ 'ଏହି ପୁଅ ତୁମକୁ ବହୁତ ଖୁସିରେ ରଖିବ'।

Last Updated : Sep 14, 2022, 9:49 PM IST

ABOUT THE AUTHOR

...view details