ମୁମ୍ବାଇ: 100 କୋଟି କ୍ଲବରେ ସାମିଲ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନିତ ଫିଲ୍ମ ଡ୍ରିମ୍ ଗାର୍ଲ ୨ । ଫିଲ୍ମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଫିଲ୍ମ ଅଗଷ୍ଟ 25 ଶୁକ୍ରବାର ଦିନ ସିନେମା ହଲ୍ରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଦୁଇ ଦୁଇଟି ବିଗ୍ ବଜେଟ ଗଦର-2 ଓ OMGକୁ କଡା ଟକ୍କର ଦେଉଛି ଫିଲ୍ମ ଡ୍ରିମ୍ ଗାର୍ଲ-୨ । ତେବେ ରିଲିଜର 10ମ ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ଫିଲ୍ମ । ଆୟୁଷ୍ମାନ ଏହି ଫିଲ୍ମରେ ପୁଣି ପୂଜା ରୂପରେ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ତେବେ ଅୟୁଷ୍ମାନ ସବୁବେଳେ ଏକ୍ସପେରିମେଣ୍ଟାଲ ଫିଲ୍ମ କରୁଥିବା ବେଳେ ତାଙ୍କର କାହାଣୀ ବେଶ ସୁନ୍ଦର ଓ ମଜାଦାର ହୋଇଥାଏ । ଯାହାକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥାନ୍ତି ।
ଡ୍ରିମ୍ ଗାର୍ଲ ୨ ବକ୍ସ ଆଫିସ କଲେକ୍ସନ ବିଷୟରେ କହିଲେ, ପ୍ରଥମ ଦିନରେ 10.69 କୋଟି, ଦ୍ୱିତୀୟ ଦିନରେ 14.02 କୋଟି, ତୃତୀୟ ଦିନରେ 16 କୋଟି ଏବଂ ଚତୁର୍ଥ ଦିନରେ 5.42 କୋଟି ସଂଗ୍ରହ କରିଥିଲା । ଏହାସହ ପଞ୍ଚମ ଦିନରେ 5.50 କୋଟି, ଶୁକ୍ରବାର 4.70 କୋଟି ଶନିବାର ଦିନ 6.36 କୋଟି ଟଙ୍କାର ଆୟ କରିଛି । ତେବେ ରବିବାର ଏହାର 100 କୋଟି କ୍ଲବରେ ସାମିଲ ହୋଇଛି । ତେବେ ଫିଲ୍ମ କେବଳ ଭାରତରେ 78 କେଟି ଟଙ୍କା ଇନକମ୍ କରିଛି ।